Nuapada By Election / ଗଣତି ପାଇଁ କ'ଣ ରହିଛି ବ୍ୟବସ୍ଥା, କେଉଁ ସମୟରେ ଏଣ୍ଟ୍ରି କରିବେ ଏଜେଣ୍ଟ ? ଜାଣନ୍ତୁ...

Key Points
ଯାହାର ଜବାବରେ ବିଜେପି କହିଛି ହାରିବା ଭୟରେ ବିଜେଡି କରୁଛି ବିତଣ୍ଡା ଯୁକ୍ତି ।
ନୂଆପଡ଼ା ବ୍ୟାଟେଲରେ କିଏ ମାରିବ ବାଜି ? କିଏ ହେବ ନୂଆପଡାର ନୂଆ ନେତା ? କାହାର ହେବ ନୂଆପଡ଼ା ଆସନ ? ରାତି ପାହିଲେ ଆସିବ ନୂଆପଡ଼ା ରେଜଲ୍ଟ । ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ କାଉଣ୍ଟିଂ ସେଣ୍ଟର । ପ୍ରଥମେ ପୋଷ୍ଟଲ ବାଲାଟ ଗଣତି, ତା'ପରେ ଆରମ୍ଭ ହେବ EVM କାଉଣ୍ଟିଂ । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି । ସେପଟେ ହାର-ଜିତକୁ ନେଇ ଅଙ୍କ କଷୁଛନ୍ତି ତିନି ପ୍ରମୁଖ ଦଳ । ଥମିବାର ନାଁ ଧରୁନି ଆରୋପ ପ୍ରତ୍ୟାରୋପ ରାଜନୀତି ।
ଜୟ, ସ୍ନେହାଙ୍ଗିନ ନା ଘାସିରାମ । କାହାକୁ ବିଜୟ ମୁକୁଟ ପିନ୍ଧାଇବେ ନୂଆପଡ଼ାବାସୀ ? ରାତି ପାହିଲେ ଆସିବ ରେଜଲ୍ଟ । ତା ପୂର୍ବରୁ ତିନି ପ୍ରମୁଖ ଦଳର ପ୍ରାଥିଙ୍କର ଛାତି ହେଲାଣି ଧଡ଼ ଧଡ଼ । ସକାଳ ୮.୩୦ରେ ଇଭିଏମ ଖୋଲିବା ସହ ଆହୁରି ବଢ଼ିବ ହାର୍ଟ-ବିଟ୍ । ଏବେଠୁ ଫଳାଫଳକୁ ନେଇ ତିନି ଦଳଙ୍କର ରହିଛି ବେଶ ଦମ୍ଭୋକ୍ତି । ଶାସକ ଦଳ ୩୦ ରୁ ୫୦ ହଜାର ମାର୍ଜିନରେ ଜିତିବାର ଦାବି କରୁଥିବା ବେଳେ ବିଜେଡି ୧୦ ହଜାର ଓ କଂଗ୍ରେସ ୫ ହଜାର ଭୋଟରେ ଜିତିବାର ବାଢ଼ିଛନ୍ତି ଦମ୍ଭୋକ୍ତି ।
ସେପଟେ କିନ୍ତୁ ଥମିବାର ନାଁ ଧରୁନି ଆରୋପ-ପ୍ରତ୍ୟାରୋପର ରାଜନୀତି । ଇଭିଏମ ପରେ ଏବେ ବୁଥ ରିଗିଂର ଅଭିଯୋଗ ଆଣିଛି ବିଜେଡି । ଯାହାର ଜବାବରେ ବିଜେପି କହିଛି ହାରିବା ଭୟରେ ବିଜେଡି କରୁଛି ବିତଣ୍ଡା ଯୁକ୍ତି ।
ଅନ୍ୟପଟେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ । ଆସନ୍ତାକାଲି ସକାଳ ଆଠଟାରୁ ପ୍ରଥମେ ଗଣତି ହେବ ପୋଷ୍ଟଲ ବାଲାଟ । ସକାଳ ୮ ଟା ୩୦ ମିନିଟରେ ଆରମ୍ଭ ହେବ EVM କାଉଣ୍ଟିଂ । ୧୪ଟି ଟେବୁଲରେ ୨୬ ରାଉଣ୍ଡ ହେବ ଗଣତି । ପ୍ରତି ଟେବୁଲରେ ରହିବେ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବଜରଭର । ଅଧିକାରୀ ଏବଂ ପ୍ରାର୍ଥୀ ମାନଙ୍କର ଏଜେଣ୍ଟ ମାନେ ସକାଳ ୬ଟା ସୁଦ୍ଧା କାଉଁଟିଂ ସେଣ୍ଟରରେ ପହଞ୍ଚିବେ । ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ ରହିବ କାଉଁଟିଂ ସେଣ୍ଟର ।
ଏସବୁ ଭିତରେ ଚର୍ଚ୍ଚା ନୂଆପଡ଼ା ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ଦେବ ନୂଆ ସଙ୍କେତ । ସାଧାରଣ ନିର୍ବାଚନ ପରେ ନୂଆପଡ଼ାରେ ତିନି ପ୍ରମୁଖ ଦଳର ପ୍ରଥମ ଏସିଡ୍ ଟେଷ୍ଟ ଥିବାରୁ ଏହି ଫଳାଫଳ ପ୍ରମୁଖ ଦଳର ସାଂଗଠନିକ କ୍ଷେତ୍ରରେ ପକାଇପାର ବଡ଼ ପ୍ରଭାବ ।
📱 Get Argus News App
✨Related Topics
Explore more stories