Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Bihar Assembly Election: ନଭେମ୍ବରରେ ବିହାର ଭୋଟ୍ ନେଇ ଅକ୍ଟୋବରରେ ହୋଇପାରେ ତାରିଖ ଘୋଷଣା

Sushanta Sahoo
Browse all articles by Sushanta Sahoo
·10 months ago·1 min read
Bihar Assembly Election: ନଭେମ୍ବରରେ ବିହାର ଭୋଟ୍ ନେଇ ଅକ୍ଟୋବରରେ ହୋଇପାରେ ତାରିଖ ଘୋଷଣା

Key Points

ନିର୍ବାଚନ କମିଶନ ଅକ୍ଟୋବର ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଦଶହରା ପରେ ପରେ ବିହାର ନିର୍ବାଚନ ଲାଗି ଘୋଷଣା କରିପାରନ୍ତି ତାରିଖ । ନଭେମ୍ବରରେ ଛଟ୍ ପୂଜା ସମୟରେ ବିହାରରେ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ହୋଇପାରେ ମତଦାନ ।

ନୂଆଦିଲ୍ଲୀ: SIR ଭିତରେ ବିହାର ଭୋଟ୍ ନେଇ ବଢ଼ୁଛି ଉତ୍କଣ୍ଠା । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ଅକ୍ଟୋବରରେ କମିଶନ ବିହାର ଭୋଟ୍ ଲାଗି ତାରିଖ ଘୋଷଣା କରିବା ନେଇ ଆଶା କରାଯାଉଛି । ଏବେ ବିହାରରେ SIR ଅଧିନରେ ଅପଡେଟେଡ୍ ଭୋଟ୍ ପରିଚୟ ପତ୍ର ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି ।


ସୂତ୍ର ଅନୁସାରେ, ନିର୍ବାଚନ କମିଶନ ଅକ୍ଟୋବର ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଦଶହରା ପରେ ପରେ ବିହାର ନିର୍ବାଚନ ଲାଗି ଘୋଷଣା କରିପାରନ୍ତି ତାରିଖ । ନଭେମ୍ବରରେ ଛଟ୍ ପୂଜା ସମୟରେ ବିହାରରେ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ହୋଇପାରେ ମତଦାନ ।


ସେହିଭଳି ନଭେମ୍ବର ୧୫ରୁ ୨୦ ଭିତରେ ଭୋଟ୍ ଗଣନା କରାଯାଇ ସମଗ୍ର ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୨୨ ସୁଦ୍ଧା ସରିପାରେ । ଏବେ ବିହାରରେ ସରକାରରେ ଥିବା NDA ପୁଣି ଥରେ କ୍ଷମତା ହାତେଇବାକୁ ଆଶା ରଖିଥିବା ବେଳେ ଇଣ୍ଡି ମେଣ୍ଟ ନୀତିଶଙ୍କୁ ଗାଦିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାହା ପାଖେ କେତେ MLA ?


୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ NDA ପାଖରେ ଏବେ ୧୩୧ ସଦସ୍ୟ ଅଛନ୍ତି । ବିଜେପି ପାଖରେ ୮୦ ବିଧାୟକ, ଜେଡିୟୁ-୪୫. ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-୪, ୨ ସ୍ଵାଧୀନ ବିଧାୟକଙ୍କ ସମର୍ଥନ NDAକୁ ରହିଛି । ସେହିଭଳି ବିରୋଧୀ ଇଣ୍ଡି ମେଣ୍ଟ ପାଖରେ ରହିଛନ୍ତି ୧୧୧ ସଦସ୍ୟ । ଆରଜେଡି ପାଖରେ ୭୭ ବିଧାୟକ, କଂଗ୍ରେସର ୧୯, ସିପିଆଇ (ଏମଏଲ୍)- ୧୧, ସିପିଆଇ (ଏମ୍)-୨ ଏବଂ ସିପିଆଇର ୨ ବିଧାୟକ ଇଣ୍ଡି ମେଣ୍ଟକୁ ସମର୍ଥନ କରୁଛନ୍ତି ।

Sponsored
Bihar Election Dates Likely to Be Announced in October | NDA vs INDIA Bloc Showdown | Argus News | Argus News