Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Politics

Odisha Politics / ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Key Points

କାହା ନାଁ ନ ନେଇ ହିନ୍ଦୀ ୱେବ ସିରିଜ୍‌ର ଉଦାହରଣ ଦେଇ ସମାଜର ଭଣ୍ଡ ସନ୍ୟାସୀଙ୍କ ମୁଖା ଖୋଲିଥିଲେ । ଆଉ ୨୩ ଘଣ୍ଟା ନ ହେଉଣୁ ଆଜି ଦେହକୁ ନେଇଗଲା ବିଜେଡି ।

ଭୁବନେଶ୍ଵର: କାଲି ଭଣ୍ଡ ସନ୍ୟାସୀର ଭାଣ୍ଡା ଫୋର୍ଡ କରିଥିଲେ ଶ୍ରୀମୟୀ ମିଶ୍ର । କାହା ନାଁ ନ ନେଇ ହିନ୍ଦୀ ୱେବ ସିରିଜ୍‌ର ଉଦାହରଣ ଦେଇ ସମାଜର ଭଣ୍ଡ ସନ୍ୟାସୀଙ୍କ ମୁଖା ଖୋଲିଥିଲେ । ଆଉ ୨୩ ଘଣ୍ଟା ନ ହେଉଣୁ ଆଜି ଦେହକୁ ନେଇଗଲା ବିଜେଡି । ସ୍କ୍ରିପ୍ଟ ଲେଖି ଦଳୀୟ ନେତ୍ରୀଙ୍କ ମୁଁହରେ ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିଛି କୋଟେରୀ ଗ୍ରୁପ ।

ଶ୍ରୀମୟୀ, ବିଜେଡି କି ବିଜେଡି ନେତାଙ୍କ ନାଁ ନ ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କିଛିଦିନ ତଳେ ଧୃତ ରାଷ୍ଟ୍ର ଆଉ କାଲି ଭଣ୍ଡ ସନ୍ୟାସୀର କାହାଣୀ କହିଥିଲେ ଶ୍ରୀମୟୀ । ଶ୍ରୀମୟୀଙ୍କ ପୋଷ୍ଟ ପରେ ବିଜେଡିକୁ କାହିଁକି କଷ୍ଟ ହେଲା ? ତେବେ ସୋସିଆଲ ମିଡିଆ ପୋଷ୍ଟରୁ ନିବୃତ ରହିବାକୁ ଚେତାବନୀ ଦେଇଛି ବିଜେଡି । ଏଥିସହ ଶ୍ରୀମୟୀଙ୍କୁ ଭଣ୍ଡ ମାତାର ଆଖ୍ୟା ବି ଦେଇଛି ବିଜେଡି ।


ଏଥିସହ ପଢ଼ନ୍ତୁ: ବିଜେଡିରେ ସୁରକ୍ଷିତ କି ନାରୀନେତ୍ରୀ ? ଦଳର ନେତ୍ରୀଙ୍କୁ ଅପମାନଜନକ ଅପଶବ୍ଦ କହୁଛନ୍ତି ମନ୍ମଥ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦଳର କିଛି ବରିଷ୍ଠ ନେତ୍ରୀ ଶ୍ରୀମୟୀଙ୍କ ପୋଷ୍ଟ ବ୍ୟକ୍ତିଗତ ମତ ବୋଲ କହିଥିଲେ । କିଛି ନେତା କହିଲେ ଶ୍ରୀମୟୀଙ୍କ ମନ୍ତବ୍ୟ ସରକାରୀ ଦଳକୁ ଇଙ୍ଗିତ । ଏଭଳି କି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ତାଙ୍କ ଦଳର ନେତ୍ରୀଙ୍କୁ ମନ୍ମଥଙ୍କ କଟୁ ମନ୍ତବ୍ୟ ନେଇ କହିଥିଲେ ଏଭଳି ବୟାନବାଜି ଉଚିତ୍ ନୁହେଁ, ସେ ମନ୍ମଥଙ୍କ ସହ କଥା ହେବେ ।
ମାତ୍ର ତାହା ପରେ ଦଳର ପ୍ରେସମିଟ୍ କହୁଛି ଦଳର ବୟାନରେ ରହୁନାହିଁ ତାଳମେଳ । ସେପଟେ ଭିଡିଓ ଭାଇରାଲର ଧମକ ଦେଇ ମହିଳା ନେତ୍ରୀଙ୍କୁ ଅପମାନିତ କରିଥିବା କୋଟେରୀ ଗ୍ରୁପ୍ ନେତା ମନ୍ମଥ ରାଉତରାୟଙ୍କ ବିରୋଧରେ କେବେ ଆକ୍ସନ ?



ନବୀନଙ୍କୁ ପରୋକ୍ଷରେ ଅଯୋଗ୍ୟ ରାଜା କହିଲେ ଶ୍ରୀମୟୀ ତାହା ବିଜେଡି ନେତାଙ୍କୁ ବାଧିଲାନି । କିନ୍ତୁ ଭୈରବ ପାଣ୍ଡିଆନଙ୍କୁ ପରୋକ୍ଷରେ ଭଣ୍ଡ ସନ୍ୟାସୀ ଶ୍ରୀମୟୀ କହିଦେଲେ ବୋଲି ଏତେ କାହିଁକି ବାଧିଗଲା ଚାଟୁକାରୀ ନେତାଙ୍କୁ...।

Related Topics

Explore more stories

Sponsored
Odisha Politics | BJD Targets Shreemayee Mishra Over Social Media Posts | Argus News | Argus News