Bypoll To Nuapada Assembly / ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

Key Points
ଜୟ ଢୋଲକିଆ ବିଜେପିର ନୂଆପଡ଼ା ପ୍ରାର୍ଥୀ
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
କିଛି ଦିନ ତଳେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଜୟ ଢୋଲକିଆ
ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ
ନୂଆପଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି । ଜୟ ଢୋଲକିଆ ହେବେ ନୂଆପଡ଼ା ଲାଗି ବିଜେପି ପ୍ରାର୍ଥୀ। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କଲା ନାଁ । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ।
କିଛି ଦିନ ତଳେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଜୟ ଢୋଲକିଆ । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ନୂଆପଡ଼ା ଉପନିର୍ବାଚନର ଠିକ୍ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟ୍କା । ଦିବଙ୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ନଭେମ୍ବର ୧୧ରେ ହେବ ନିର୍ବାଚନ । ଆଉ ଭୋଟ୍ର ଠିକ୍ ମାସକ ପୂର୍ବରୁ ବିଜେପି ବଡ଼ ଗେମ୍ ଖେଳିଛି ।
ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର
📱 Get Argus News App
✨ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଜୟ ପଦ୍ମ ଶିବିରରେ ସାମିଲ୍ ହୋଇଛନ୍ତି ।
ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ସ୍ଵାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସମସ୍ତଙ୍କୁ ଦଳରେ ସ୍ଵାଗତ । ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି । ଜୟ ଢୋଲକିଆ ଦଳରେ ମିଶିବା ବିଜେପିକୁ ଆହୁରି ସଶକ୍ତ କରିବ ।"
ସେପଟେ ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନକୁ ନେଇ ମାହୋଲ ପୁରା ସରଗରମ । ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୋମନା ବ୍ଲକ ଉଦ୍ୟାନବନ୍ଧ ସ୍ଥିତ ଖେଳ ପଡ଼ିଆରେ ହେବାକୁ ଥିବା ଏକ ବିଶାଳ ଜନ ସମାବେଶରେ ଯୋଗ ଦେବେ । କୋମନା ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡି ସମର୍ଥିତ କିଛି ସରପଞ୍ଚ ସହ ସମାଜସେବୀ, ବୁଦ୍ଧିଜୀବୀ ବିଜେପିରେ ସାମିଲ ହେବେ ।
Related Topics
Explore more stories