MLA Salary / ବିଧାୟକଙ୍କ ଦରମା ଭତ୍ତା ପ୍ରସଙ୍ଗ: ଚଳିତ ଅଧିବେଶନରେ ହୋଇପାରେ ବିଚାର
·7 months ago·3 min read

Key Points
ଦରମା କଥା ସରକାର ନିଷ୍ପତି ନେବେ
ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା
ଜଣାପଡ଼ିବ ସରକାର କଣ କରିବେ
ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା
ଜଣାପଡ଼ିବ ସରକାର କଣ କରିବେ
କମିପାରେ ବିଧାୟକଙ୍କ ଦରମା। ଏନେଇ ଚାଲିଛି ଆଲୋଚନା। ତେବେ ଦରମା ବୃଦ୍ଧି ହେବ କି କମିବ ସେକଥା ସରକାର ନିଷ୍ପତି ନେବେ । ପୂର୍ବରୁ ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା । ଆଗକୁ ଜଣାପଡ଼ିବ ସରକାର କଣ କରିବେ ବୋଲି କହିଛନ୍ତି ଭାସ୍କର ମଢ଼େଇ । ପୁଣି ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଭତ୍ତା କଥା। ଚଳିତ ଅଧିବେଶନରେ ପୁଣି ବିଚାର ହୋଇପାରେ ବିଧାୟକଙ୍କ ଦରମା। ଏନେଇ ସୂଚନା ଦେଲେ କମିଟି ଅଧକ୍ଷ ଭାସ୍କର ମଢେଇ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଚଳିତ ବଜେଟ ଅଧିବେଶନରେ ଆସିପାରେ ସଂଶୋଧନ ବିଲ୍। ଯାହା ଉପରେ ସମସ୍ତଙ୍କ ନଜର ରହିଛି।
ସରକାର ଆଲୋଚନା କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ଆପଣ ଜାଣିଥିବେ ବିଧାୟକଙ୍କ ଦରମା ବୃଦ୍ଧିର ଖବର ସାମ୍ନାକୁ ଆସିଥିଲା। ବଢିଥାନ୍ତା ବିଧାୟକଙ୍କ ଦରମା । ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି ହୋଇଥାନ୍ତି । ବିଧାନସଭାରେ ଶାସକ-ବିରୋଧୀଙ୍କ ସ୍ୱର ଏକ । ୨୦୧୭ ପରେ ପୁଣି ବଢିଥାନ୍ତା ବିଧାୟକଙ୍କ ଦରମା ଓ ପେନସନ । ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସ୍ବର ଏକ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଯାହାକୁ ନେଇ ସରକାର ଆଲୋଚନା କରିବେ କି ଦରମା ବୃଦ୍ଧି ହେବ ନା ନାହିଁ। ଅନ୍ୟପଟେ ଯଦି ଦରମା ବୃଦ୍ଧି ହୋଇଥାନ୍ତି ତେବେ କାହାର ଦରମା କେତେ ବଢ଼ିଥାନ୍ତି ଆସନ୍ତୁ ନଜର ପକାଇବା।
କିଏ କେତେ ପାଇବେ ?
ବିଧାୟକଙ୍କ ଦରମା ବାବଦରେ ପାଇବେ ମାସିକ ୯୦ ହଜାର ଟଙ୍କା । ନିର୍ବାଚନମଣ୍ଡଳୀ ଭତ୍ତା ବାବଦରେ ତାଙ୍କୁ ମାସିକ ମିଳିବ ୭୫ ହଜାର ଟଙ୍କା । ଏହାସହିତ ଗାଡ଼ି ରକ୍ଷଣାବେକ୍ଷଣ, ପରିବହନ ଖର୍ଚ୍ଚ, ବିଦ୍ୟୁତ ବିଲ, ଯାତ୍ରା ଖର୍ଚ୍ଚ, ଚିକିତ୍ସା ଭତ୍ତା ଓ ଟେଲିଫୋନ ଭତ୍ତା ମିଶି ଜଣେ ବିଧାୟକ ମାସକୁ ପାଇବେ ୩ ଲକ୍ଷ ୪୫ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ହେଲା ୩ ଲକ୍ଷ ୭୪ ହଜାର ଟଙ୍କା । ବିଧାନସଭା ବାଚସ୍ପତି ଦରମା ଓ ଭତ୍ତା ବାବଦରେ ମାସିକ ପାଇବେ ୩ ଲକ୍ଷ ୬୮ ହଜାର ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୬୮ ହଜାର । ଉପବାଚସ୍ପତିଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା । ସେହିପରି ବିରୋଧୀ ଦଳ ନେତାଙ୍କ ମାସିକ ଦରମା ଓ ଭତ୍ତା ମିଶି ହେଲା ୩ ଲକ୍ଷ ୬୨ ହଜାର ଟଙ୍କା । ବିରୋଧୀ ଦଳ ନେତାଙ୍କ ସହ ସମାନ ଦରମା କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ପାଇବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟାଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା । ସରକାରୀ ଦଳ ଉପମୁଖ୍ୟ ସଚେତକଙ୍କ ଦରମା ମାସିକ ୩ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ପୂର୍ବତନ ବିଧାୟକଙ୍କ ପେନସନ, ଚିକିତ୍ସା ଖର୍ଚ୍ଚ ଓ ଭତ୍ତାରେ ଦୁଇଗୁଣ ବୃଦ୍ଧି କରାଯାଇଛି । ପ୍ରଥମ କରି ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପୂର୍ବତନ ବିଧାୟକ ୫ ବର୍ଷ ପାଇଁ ମାସିକ ପେନସନ ବାବଦରେ ପାଇବେ ୮୦ ହଜାର ଟଙ୍କା । ଚିକିତ୍ସା ଖର୍ଚ୍ଚ ବାଦଦରେ ମିଳିବ ମାସିକ ୨୫ ହଜାର, ଯାତ୍ରା ଖର୍ଚ୍ଚ ବାବଦରେ ମାସିକ ପାଇବେ ୧୨ ହଜାର ୫୦୦ ଟଙ୍କା । ମୋଟ ପୂର୍ବତନ ବିଧାୟକଙ୍କ ପେନସନ ହେଲା ୧ ଲକ୍ଷ ୧୭ ହଜାର ୫୦୦ ଟଙ୍କା । ପାଞ୍ଚ ବର୍ଷ ପରେ ପ୍ରତିବର୍ଷ ପୂର୍ବତନ ବିଧାୟକଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ଦିଆଯିବ ।
ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ ଅନୁଯାୟୀ କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷକୁ ଥରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବଢିବ । ବିଧାନସଭାରେ ଆଉ ବିଲ ଆକାରରେ ନ ଆଣି ସିଧାସଳଖ ଅର୍ଡିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର:

Related Topics
Explore more stories