Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Assembly Update / ଦୁଇ ଦିନରେ ୨୪ ମିନିଟ୍ ବି ଚାଲି ପାରିନି ବିଧାନସଭା

Smruti Parija
Browse all articles by Smruti Parija
·9 months ago·1 min read
ଦୁଇ ଦିନରେ ୨୪ ମିନିଟ୍ ବି ଚାଲି ପାରିନି ବିଧାନସଭା

Key Points

ବିଧାନସଭାରେ ଅଚଳାବସ୍ଥା ଜାରି
ଦୁଇ ଦିନରେ ୨୪ ମିନିଟ ବି ଚାଲି ପାରିନି ବିଧାନସଭା
ଧୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ ଓ ଶୁନ୍ୟକାଳ

ଦୁଇ ଦିନରେ ୨୪ ମିନିଟ୍ ବି ଚାଲି ପାରିନି ବିଧାନସଭା । ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିତର୍କ କମ ବିରୋଧ ଅଧିକ । ହେଉନି କୌଣସି ଚର୍ଚ୍ଚା କି ଆଲୋଚନା । କେବଳ ହଟଗୋଳ ଓ ପ୍ରତିବାଦରେ କମ୍ପୁଛି ଗୃହ । ଆଜି ତୃତୀୟ ଦିନରେ ବି ସକାଳୁ ଗୃହ କାର୍ଯ୍ୟ ଆରମ୍ଭରୁ ଜର୍ଜ ତିର୍କିଙ୍କ ପରଲୋକ ଉପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ମାତ୍ରା 5 ମିନିଟ୍ ଚାଲିଛି କି ନାହିଁ ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।


ଅପରାହ୍ନରେ ମଧ୍ୟ ସାର ସମସ୍ୟାରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ପୋଡିୟମ ଆଗରେ ବିଜେଡି ଜୋରଦାର ପ୍ରତିବାଦ କରିଥିଲା । ଫଳରେ ସୋମବାର ଯାଏଁ ଗୃହ ମୁଲତବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସାର ଅଭାବ ଓ କଳାବଜାରୀ ପ୍ରସଙ୍ଗକୁ ଗଣ୍ଠି କରି ଜିଦରେ ଅଡ଼ି ବସିଛି ମୁଖ୍ୟ ବିରୋଧୀ ଦଳ । ସରକାରୀ ଦଳର ଯୁକ୍ତି ଆଲୋଚନା ପାଇଁ ସରକାର ପ୍ରସ୍ତୁତ କିନ୍ତୁ ଆସୁ ନାହିଁ ବିଜେଡି । ଏ ସବୁ ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟ ନରାୟଣ ମିଶ୍ର ବିଜେଡି ଗୃହ ଭିତରେ ଆପଣେଇଥିବା ଆଭିମୁଖ୍ୟର ଖୋଲିଛନ୍ତି ଗୁମର । ଜାଣିଶୁଣି ଗୃହ ଅଚଳ କରାଯାଉଥିବା ସେ କହିଛନ୍ତି ।

Related Topics

Explore more stories

Sponsored
odisha-assembly-update-house-adjourned-till-monday | Argus News