Shreemayee Mishra / BJDକୁ ବୁଡ଼େଇଦେଲା ଜଗନ୍ନାଥଙ୍କ ଉପରେ ହାତ ରଖି ପାଣ୍ଡିଆନ୍ଙ୍କ ଶପଥ: ଶ୍ରୀମୟୀ ମିଶ୍ର

Key Points
କେବଳ ଶ୍ରୀମୟୀଙ୍କୁ ବିଜେଡି ଭଣ୍ଡାଇଥିଲା ତା' ନୁହେଁ, ଦଳର ଅଘୋଷିତ ସର୍ବେସର୍ବା ସାଜିଥିବା ପାଣ୍ଡିଆନ୍ ଜଗନ୍ନାଥଙ୍କ ଉପରେ ହାତ ରଖି ଶପଥ ବି ନେଇଥିଲେ । ଆଉ ତା'ର ପରିଣାମ ବିଜେଡି ଭୋଗୁଥିବା ଶ୍ରୀମୟୀ କହିଛନ୍ତି ।
ଭୁବନେଶ୍ଵର: ନିଲମ୍ବନ ପରେ ବିଜେଡିର ଗୁମର ଖୋଲୁଛନ୍ତି ଶ୍ରୀମୟୀ ମିଶ୍ର । ବଲାଙ୍ଗିରରୁ ଭୁବନେଶ୍ଵର ପର୍ଯ୍ୟନ୍ତ ବିଜେଡି କିଭଳି ଶ୍ରୀମୟୀଙ୍କୁ ଭୂତାଇଥିଲା ଅର୍ଗସ୍ ନ୍ୟୁଜ୍ର "ଆମ୍ନା ସାମ୍ନା" କାର୍ଯ୍ୟକ୍ରମରେ କହିଛନ୍ତି ଶ୍ରୀମୟୀ । କେବଳ ଶ୍ରୀମୟୀଙ୍କୁ ବିଜେଡି ଭଣ୍ଡାଇଥିଲା ତା' ନୁହେଁ, ଦଳର ଅଘୋଷିତ ସର୍ବେସର୍ବା ସାଜିଥିବା ପାଣ୍ଡିଆନ୍ ଜଗନ୍ନାଥଙ୍କ ଉପରେ ହାତ ରଖି ଶପଥ ବି ନେଇଥିଲେ । ଆଉ ତା'ର ପରିଣାମ ବିଜେଡି ଭୋଗୁଥିବା ଶ୍ରୀମୟୀ କହିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଡିଆନ୍ ଦିଲ୍ଲୀ ଯାଇ ଏକ ସର୍ଭେ ରିପୋର୍ଟ ଆଣି ଆସିଥିଲେ । ଆଉ ସେହି ରିପୋର୍ଟ ଦେଖାଇ ଶ୍ରୀମୟୀଙ୍କୁ ଭୁବନେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇ ନଥିଲା । ଶ୍ରୀମୟୀଙ୍କ କହିବା ଅନୁସାରେ, "ମୋତେ ପ୍ରାର୍ଥୀ ନକରିବା ପରେ ପାଣ୍ଡିଆନ୍ ଜଗନ୍ନାଥଙ୍କ ମୁଣ୍ଡ ଉପରେ ହାତ ରଖି କହିଥିଲେ... ନିର୍ବାଚନ ପରେ ଆପଣଙ୍କୁ ପୁରସ୍କାର ଦିଆଯିବ ।"
ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର
ଯାହାକୁ ନେଇ ଚକିତ ହୋଇ ଯାଇଥିଲେ ଶ୍ରମୀୟ । ସେ କହିଛନ୍ତି, "ପାଣ୍ଡିଆନ୍ ଜଗତର ନାଥ ଜଗନ୍ନାଥଙ୍କ ଉପରେ ହାତ ରଖିବା ଦିନ ଜାଣିଲି... ଯିଏ ଜଗନ୍ନାଥଙ୍କୁ ପୂଜା ପରିବର୍ତ୍ତେ ମୁଣ୍ଡରେ ହାତ ରଖି ଶପଥ ନେଇ ସେଟେଲମେଣ୍ଟ କରୁଛି... ତାକୁ ଜଗନ୍ନାଥ କେବେ ବି ଗ୍ରହଣ କରିବେନି । ଆଉ ସେୟା ହେଲା ଜୁନ୍ ୪ରେ । ମାନେ ବିଜେଡିର ବିପର୍ଯ୍ୟୟ ।"
ସେତେବେଳେ କେବଳ ଶ୍ରୀମୟୀଙ୍କୁ ଦଳ ଏଡ଼ାଇ ଦେଇ ନଥିଲା ବରଂ ବହୁ ଜାଗାରେ ବିଜେଡି, ନବୀନଙ୍କୁ ପୂର୍ବରୁ ଗାଳି କରୁଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥିଲା । ଭୁବନେଶ୍ଵରରେ ସୁର ବାବୁଙ୍କ ପୁଅ ପ୍ରାର୍ଥୀ ହେଲେ, ବାପା ସବୁବେଳେ ନବୀନଙ୍କୁ ଗାଳି କରୁଥିଲେ ବୋଲି କହିଛନ୍ତି ଶ୍ରୀମୟୀ । ତେବେ, ଦିଲ୍ଲୀରେ ନିଶ୍ଚୟ କିଛି ହେଲା, ଯେଉଁଥିପାଇଁ ତାଙ୍କୁ ମନା କରାଗଲା । ହୁଏତ ଜାଣିଶୁଣି ଭୁବନେଶ୍ଵରରେ ଦୁର୍ବଳ ପ୍ରାର୍ଥୀ ଦିଆଗଲା ବୋଲି ଶ୍ରୀମୟୀ କହିଛନ୍ତି ।
ଯାହାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯିବ ତାକୁ ତ ମେଣ୍ଟାଲ୍ ସକ୍ ଲାଗିବ । ତେଣୁ ମୁଁ ଯଦି ସେ ସମୟରେ ବାହାରକୁ ବାହାରିଥାନ୍ତି, ମୋ ବଚନ ବାହାରିବା ଆଗରୁ ଲୁହ ଝରିଥାନ୍ତା । ଲୁହ ଝରିଥିଲେ, ନିଶ୍ଚିତ କର୍ମୀଙ୍କ ଉପରେ ପ୍ରଭାବ ପକାଇଥାନ୍ତା । ତେଣୁ ମୁଁ ବାହାରକୁ ଆସିଲିନି ବୋଲି ଶ୍ରୀମୟୀ କହିଛନ୍ତି । ନିର୍ବାଚନ ଦିନ ଭୋଟ୍ ଦେବାକୁ ଶ୍ରୀମୟୀ ବାହାରକୁ ବାହାରିଥିଲେ ।
📱 Get Argus News App
✨ସେ ଆହୁରି କହିଛନ୍ତି, "ସେବେଠୁ ମୁଁ ନିରବ ରହିଥିଲି । ମୋ ସଂସ୍କାର କହୁଥିଲା, ଯିଏ ମୋର କ୍ଷତି କରିବ, ମୁଁ ତ କିଛି ତାର କରିନି, ଉପରବାଲା ତାର ଜବାବ ଦେବ । ଧର୍ମ ଯେବେ ଚାପୁ଼ଡ଼ା ମାରେନା... ଦରଜଟା ଦୀର୍ଘ ଦିନ ରୁହେ । ଏହାପରେ ମୋ ପରିବାର କଥାରେ ମୁଁ ଦଳର ସଭ୍ୟପଦ ନେଇ ନଥିଲି ।"
ଆହୁରି ପଢ଼ନ୍ତୁ: "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ
ବିଜେଡିରୁ ତାଙ୍କୁ ନିଲମ୍ବନକୁ ନେଇ ଶ୍ରୀମୟୀ କହିଛନ୍ତି, "ଯଦି ବିଶୃଙ୍ଖଳିତ ଆଚରଣ କରିଥିଲି, ତାହେଲେ କାରଣ ଦର୍ଶାଆ ନୋଟିସ (Show Cause Notice) ଦେଇଥାନ୍ତେ । ଯିଏ ରାଜନୀତି କରିବ ନା ଗାଳି ଓ ତାଳିକୁ ଗ୍ରହଣ କରିବା କଥା । ତାଳି ଖାଇବେ, ଗାଳିକୁ ଗ୍ରହଣ ନ କଲେ ରାଜନୀତି କରିପାରିବେ ନାହିଁ । ଆଉ ପାଣ୍ଡିଆନ୍ ଖାଳି ତାଳି ଚାହାଁନ୍ତି, ଫିଡ୍ବ୍ୟାକ୍ ତାଙ୍କୁ ଗାଳି ଭଳି ଲାଗେ ।"
ଅର୍ଗସ୍ ନ୍ୟୁଜ୍ର "ଆମ୍ନା ସାମ୍ନା" କାର୍ଯ୍ୟକ୍ରମରେ ଭଣ୍ଡ ସନ୍ୟାସୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀମୟୀ । କହିଛନ୍ତି, "ଓଡ଼ିଶାର କୌଣସି ବି ସ୍ଥାନକୁ ମୁଁ ସୁରକ୍ଷା ନଥାଇ ଯାଇ ପାରିବି, ଲୋକଙ୍କ ସହ ମିଶି ପାରିବି । ସେଇ ସନ୍ୟାସୀ ସୁରକ୍ଷା ନ ଥାଇ ୧୦ ମିନିଟ୍ ଓଡ଼ିଶା ମାଟିରେ ଚାଲିକି ଦେଖାନ୍ତୁ । ମୁଁ ଚାଲି ପାରିବି, ମୁଁ ଓଡ଼ିଶାର ଝିଅ, ମୋତେ କାହାରିକୁ ଭୟ ନାହିଁ । ସନ୍ୟାସୀ ହେଉଛନ୍ତି କୂଅରେ ଥିବା ବେଙ୍ଗ । କୂଅରୁ କେବେ ବେଙ୍ଗ ବାହାରନ୍ତି ନାହିଁ । ସିଏ ସେୟା, କର୍ମୀ ବି ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ ।"
୨୦୨୪ ନିର୍ବାଚନ ବେଳେ ମେଣ୍ଟର ପ୍ରଚେଷ୍ଟା ସନ୍ୟାସୀ କରିଥିବା କହିଛନ୍ତି ଶ୍ରୀମୟୀ । ସେ କହିଛନ୍ତି, "ସେଥିପାଇଁ ବାରମ୍ବାର ସେ ଦିଲ୍ଲୀ ବି ଯାଉଥିଲେ । ମେଣ୍ଟକୁ ନେଇ ମାସେ ଚର୍ଚ୍ଚା ଚାଲିଲା । କୌଣସି କର୍ମୀ ଚାହୁଁ ନଥିଲେ ମେଣ୍ଟ ହେଉ । ସନ୍ୟାସୀ ବାବୁ ଚାହୁଁଥିଲେ ମେଣ୍ଟ ହେଉ । କିନ୍ତୁ ତାଙ୍କର ଏଜେଣ୍ଡା କଣ ଥିଲା ମୁଁ ଜାଣିନି । ମେଣ୍ଟ ଚକ୍କରରେ କର୍ମୀ ଘରେ ବସିଲେ । ପାଣ୍ଡିଆନ୍ ମଞ୍ଚରେ, ପ୍ରାର୍ଥୀ ତଳେ ବସିବା କର୍ମୀଙ୍କ ମନୋବଳ ଭାଙ୍ଗିଦେଲା । ଏହା ସମସ୍ତଙ୍କୁ କଷ୍ଟ ଦେଲା, ଆଉ ଏହି କାରଣରୁ ବିଜେଡି ଭୋଟ୍ ହରାଇଲା । ପାଣ୍ଡିଆନ୍ ଭୀରୁ, କାପୁରୁଷ । ନେତା ହେବା ପାଇଁ ଯୋଗ୍ୟତା ନଥିଲା ବୋଲି ଶ୍ରୀମୟ ମିଶ୍ର କହିଛନ୍ତି ।
Related Topics
Explore more stories