Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma Near to World Record / ବିଶ୍ଵ ରେକର୍ଡ ଟାର୍ଗେଟ୍‌ରେ ଅଭିଷେକ ଶର୍ମା....

Babita Behera
Browse all articles by Babita Behera
·7 months ago·2 min read
ବିଶ୍ଵ ରେକର୍ଡ ଟାର୍ଗେଟ୍‌ରେ ଅଭିଷେକ ଶର୍ମା....
Abhishek Sharma

Key Points

  • ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ।


  • ଅଭିଷେକ ଶର୍ମା ଏହି ବର୍ଷ ଇଂଲଣ୍ଡ ବିରୁଦ୍ଧରେ ୧୩୫ ରନ୍‌ର ଏକ ଶତକୀୟ ପାଳି ଖେଳିଥିଲେ ।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ସିରିଜ୍‌ରେ ସମସ୍ତଙ୍କ ନଜର ଭାରତର ଓପନର ବ୍ୟାଟ୍ସ୍‌ମ୍ୟାନ୍‌ ଅଭିଷେକ ଶର୍ମାଙ୍କ ଉପରେ ରହିଛି ।

ଏହି ସିରିଜ୍‌ରେ ଅଭିଷେକଙ୍କ ପାଖରେ ବିଶ୍ୱରେକର୍ଡ କରିବାର ମହାସୁଯୋଗ ରହିଛି । ଏହି ବର୍ଷ ଅଭିଷେକଙ୍କ ପାଖରେ ୫ଟି T20 ମ୍ୟାଚ୍ ରହିଛି । ଯଦି ଅଭିଷେକ ଶର୍ମା ଏହି ୫ ମ୍ୟାଚରେ ତିନିଟି ଶତକ ମାରନ୍ତି, ତେବେ ସେ T20 ଇଣ୍ଟରନ୍ୟାସନାଲ୍‌ରେ ଏକ କ୍ୟାଲେଣ୍ଡର୍‌ ୟିଅର୍‌ରେ ସବୁଠାରୁ ଅଧିକ ଶତକ କରିଥିବା ବ୍ୟାଟ୍ସମ୍ୟାନ୍‌ ହେବେ ।

ଏହିବର୍ଷ ସେ ପୂର୍ବରୁ ଏକ T20I ଶତକ କରିଛନ୍ତି । ୨୦୨୫ରେ ଇଂଲଣ୍ଡ ବିରୁଦ୍ଧରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ୧୩୫ ରନ୍‌ର ଏକ ଧମାକେଦାର ପାଳି ଖେଳିଥିଲେ । ସେ ଏକ ଆଗ୍ରେସିଭ୍‌ ଏବଂ ଧୁଆଁଧାର ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ।

T20I ରେ ଏକ କ୍ୟାଲେଣ୍ଡର୍ ୟିଅର୍‌ରେ ସବୁଠାରୁ ଅଧିକ ଶତକର ରେକର୍ଡ ଏବେ ସଞ୍ଜୁ ସାମସନଙ୍କ ନାଁରେ ରହିଛି । ଯାହାକି ସେ ୨୦୨୪ରେ ୩ଟି ଶତକ କରି ଏହି ସଫଳତା ଅର୍ଜନ କରିଥିଲେ ।

T20I ରେ ଏକ କ୍ୟାଲେଣ୍ଡର୍ ୟିଅର୍‌ରେ ସବୁଠାରୁ ଅଧିକ ଶତକ ମାରିଥିବା କିଛି ଅନ୍ୟ ବ୍ୟାଟ୍ସମାନଙ୍କ ରେକର୍ଡ :
କଲିନ୍‌ ମୁନ୍‌ରୋ – 2 ଶତକ (2017)
ରୋହିତ ଶର୍ମା – 2 ଶତକ (2018)
ସୁର୍ଯ୍ୟକୁମାର ଯାଦବ – 2 ଶତକ (2022)
ଫିଲ୍ ସାଲ୍ଟ – 2 ଶତକ (2023)
ସୁର୍ଯ୍ୟକୁମାର ଯାଦବ – 2 ଶତକ (2023)
କ୍ରିସ୍ ଗେଲ୍ – 1 ଶତକ (2007)
ଅଭିଷେକ ଶର୍ମା – 1 ଶତକ (2025)

ଏଡେନ୍‌ ମାର୍କରମ୍‌ଙ୍କ ମତାମତ:-

ସାଉଥ ଆଫ୍ରିକାର T20 କ୍ୟାପ୍ଟେନ୍‌ ଏଡେନ୍‌ ମାର୍କରମ୍ କହିଛନ୍ତି ଯେ,"ଅଭିଷେକ ଶର୍ମା ହେଉଛନ୍ତି ଏକ ମ୍ୟାଚ୍‌ ୱିନର୍‌ ଖେଳାଳି , ତାଙ୍କୁ ଶୀଘ୍ର ଆଉଟ୍ କରିବା ହେବ ଆମ ଦଳର ପ୍ରଥମ ଲକ୍ଷ୍ୟ ।"ସେ ଏହା ମଧ୍ୟ କହିଛନ୍ତି ଯେ,"ମୁଁ ସନ୍‌ରାଇଜର୍ସ ପାଇଁ ଅଭିଷେକଙ୍କ ସହିତ ଖେଳିଛି । ସେ ଅସାଧାରଣ ଖେଳାଳି । ତାଙ୍କୁ ଶୀଘ୍ର ଆଉଟ୍ କରିବା ଆମପାଇଁ ଚ୍ୟାଲେଞ୍ଜ୍ ।"

2025ରେ ଅଭିଷେକଙ୍କ ଧମାକେଦାର ଫର୍ମ:-

ଚଳିତ ବର୍ଷ ଅଭିଷେକ ଶର୍ମା ଜବରଦସ୍ତ ଫର୍ମରେ ଅଛନ୍ତି । T20Iରେ ଅଭିଷେକ ଶର୍ମା 196.36ରନ୍‌ ରେଟ୍‌ରେ ଏପର୍ଯ୍ୟନ୍ତ ଗୋଟିଏ ଶତକ ସହିତ ୭୫୬ ରନ୍‌ କରିବାରେ ସଫଳତା ଅର୍ଜନ କରିଛନ୍ତି । ସମୂଦାୟ T20ରେ 204.22 ରନ୍‌ ରେଟ୍‌ରେ ଅଭିଷେକଙ୍କ ନାଁରେ ୩ ଛକା ସହିତ ଟୋଟାଲ ୧୪୯୯ରନ୍‌ ରହିଛି । ଏହିବର୍ଷ T20 ରେ ସବୁଠାରୁ ଅଧିକ ଶତକ(4 ଶତକ) ପାକିସ୍ତାନର ସାହିବଜାଦା ଫରହାନ୍‌ଙ୍କ ନାଁରେ ରହିଛି । ଯଦି ଅଭିଷେକ ଶର୍ମା ଆଉ ଦୁଇଟି ଶତକ କରନତି ତେବେ ସେ ସାହିବଜାଦା ଫରହାନ୍‌ଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhishek Sharma Nears T20I World Record Ahead of India vs South Africa Series | Argus News