WorldCup Latest News / ଦୁଇ ଦିନରେ "ମୋ ଓଜନ ଏତିକି କମିଛି" ...... ନିଜେ ଭିଡିଓ କରି ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଲେ
·5 months ago·3 min read

Key Points
ଟିମ ଇଣ୍ଡିଆ ସହିତ ଯାତ୍ରା କରୁଛନ୍ତି କିନ୍ତୁ ଏବେ ବି ଭଲ ଭାବେ ସୁସ୍ଥ ହୋଇନାହାନ୍ତି ଅଭିଷେକ ଶର୍ମା। ପାକିସ୍ତାନ ସହିତ ଖେଳିବେନି ବୋଲି କୁହାଯାଉଛି।
ଟି-୨୦ ବିଶ୍ବକପ ୨୦୨୬ ଚାଲିଥିବା ମଧ୍ୟରେ ଭାରତର ଷ୍ଟାର କ୍ରିକେଟର ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ସେ ଟିମ ଇଣ୍ଡିଆ ସହିତ ଯାତ୍ରା କରୁଛନ୍ତି କିନ୍ତୁ ଏବେ ବି ସେ ଭଲ ଭାବେ ସୁସ୍ଥ ହୋଇନାହାନ୍ତି। ଗତ ଦୁଇଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାମିବ୍ୟା ସହ ଭାରତର ମ୍ୟାଚ ବେଳେ ସେ ଟିମ ଇଣ୍ଡିଆ ସ୍କ୍ବାଡରେ ନଜର ଆସିଥିଲେ। କିନ୍ତୁ ଅସୁସ୍ଥ ଯୋଗୁ ମ୍ୟାଚ ଖେଳିପାରି ନ ଥିଲେ।
କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ଅଭିଷେକ ଶର୍ମା ଅସୁସ୍ଥତା ଯୋଗୁଁ ବହୁତ ଓଜନ ହ୍ରାସ କରିଛନ୍ତି। ଏବେ, ଅଭିଷେକ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ ଅପଡେଟ୍ ସେୟାର କରିଛନ୍ତି।
ଅଭିଷେକ ଶର୍ମା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି
ନାମିବ୍ୟା ବିପକ୍ଷ ମ୍ୟାଚ୍ ପରେ ଅଭିଷେକ ଶର୍ମାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି ବରୁଣ ଚକ୍ରବର୍ତ୍ତୀ। ସେ କହିଛନ୍ତି ଯେ ଅଭିଷେକ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି ଏବଂ ପରବର୍ତ୍ତୀ ମ୍ୟାଚ୍ ଖେଳିବେ ବୋଲି ସେ କହିଛନ୍ତି। ଏସବୁ ଭିତରେ ନିଜେ ମୁହଁ ଖୋଲିଛନ୍ତି ଅଭିଷେକ ଶର୍ମା । ଅର୍ଶଦୀପ ସିଂଙ୍କ ଏକ ଭିଡିଓରେ ନିଜ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଶଦୀପଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିଷେକ କେବଳ ଭାତ ଏବଂ ଡାଲି ଖାଉଛନ୍ତି । ଏହାସହ ତାଙ୍କ ଶରୀରର ଓଜନ କମିଥିବା ସେ ପ୍ରକାଶ କରିଛନ୍ତି । ଏହାସହ ସେ ଭଲ ଥିବା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ମେଡିକାଲରେ ହୋଇଥିଲେ ଭର୍ତ୍ତି
ରିପୋର୍ଟ ଅନୁସାରେ, ପ୍ରଥମେ ଫେବ୍ରୁଆରୀ ୬ ତାରିଖରେ ଅଭିଷେକ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ । ସେ ଏପରି କିଛି ଖାଦ୍ୟ ଗ୍ରହଣ କରିଥିଲେ ଯାହା ତାଙ୍କ ଶରୀରରେ ସଂକ୍ରମଣ କରିଛି । ଶରୀର ଅସୁସ୍ଥ ସତ୍ତ୍ୱେ ସେ ଆମେରିକା ବିପକ୍ଷରେ ମୁକାବିଲା ଖେଳିଥିଲେ । ମ୍ୟାଚ୍ ପରେ ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିନଥିଲା । ଖେଳାଳିଙ୍କ କରମର୍ଦନ ସମାରୋହରେ ମଧ୍ୟ ସେ ସାମିଲ ନଥିଲେ । କୁହାଯାଉଛି ଯେ, ପାଗ ପରିବର୍ତ୍ତନ ପାଇଁ ଅଭିଷେକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ପରେ ତାଙ୍କ ଶରୀରରୁ ଜଳୀୟ ଅଂଶ କମିଯାଇଥିଲା । ଫଳରେ ଓଜନ ମଧ୍ୟ ହ୍ରାସ ପାଇଛି। ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ଡିସଚାର୍ଜ ହୋଇଥିଲେ ବି ମେଡିକାଲ୍ ଟିମ୍ ଷ୍ଟାର୍ ଓପନରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।
ଷ୍ଟାଡିୟମରେ ଆସିଥିଲେ ନଜର
ଭାରତ-ନାମିବ୍ୟା ମୁକାବିଲାରେ ଅଭିଷେକ ଶର୍ମା ପ୍ଲେଇଂ ଇଲେଭେନରେ ନଥିଲେ । ତଥାପି ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିଥିଲା । ସେ ପ୍ୟାଭିଲିୟନରେ ବସିଥିଲେ । ମ୍ୟାଚ୍ ଦେଖୁଥିଲେ । ଏପରିକି ଭାରତ ଜିତିବା ପରେ ସେ ପଡିଆରେ ବୁଲିଥିଲେ । ଯାହା ଫ୍ୟାନଙ୍କୁ ଆଶ୍ୱସ୍ତି ଦେଇଛି । ସେ ସୁସ୍ଥ ହେଉଛନ୍ତି ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ସମସ୍ତେ ଆଶା କରୁଛନ୍ତି ।
ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର କହିଥିଲେ ଯେ, ଅଭିଷେକଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ବିଶ୍ରାମ ଦରକାର । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା ମଧ୍ୟ କମ୍ ରହିଛି । ତାଙ୍କୁ ସାମିଲ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟ ଦିଗରେ ବରୁଣ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଅଭିଷେକଙ୍କ ସହ କଥା ହୋଇଛନ୍ତି । ଅଭିଷେକ ଠିକ୍ ଅଛନ୍ତି । ଗୁରୁବାର ସେ ନେଟ୍ସରେ କିଛି ସମୟ ଅଭ୍ୟାସ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଜିମ୍ବାଓ୍ବେ...ଟ୍ରାଭିସ୍ ହେଡ, ମ୍ୟାକ୍ସୱେଲ୍ ଫ୍ଲପ୍
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହେବା ପାଇଁ କ’ଣ ପ୍ରୟାସ କରାଯିବ?
ଅଭିଷେକ ଶର୍ମା ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା, ଏବଂ ପ୍ରଶଂସକମାନେ ତାଙ୍କୁ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍ ରେ ଖେଳିବାକୁ ଦେଖିବାକୁ ଉତ୍ସାହିତ। ଅଭିଷେକ ନାମିବ୍ୟା ବିପକ୍ଷ ମ୍ୟାଚ୍ ହରାଇଥିଲେ, କିନ୍ତୁ ସେ ଅଭ୍ୟାସ ସେସନ୍ରେ ଅଂଶଗ୍ରହଣ କରୁଛନ୍ତି। ବିସିସିଆଇ ଡାକ୍ତରୀ ଦଳ ଅଭିଷେକଙ୍କୁ ମ୍ୟାଚ୍ ଫିଟ୍ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବ। ଅଭିଷେକ ପାକିସ୍ତାନ ବିପକ୍ଷରେ ତିନୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ମୋଟ ୧୧୦ ରନ୍ କରିଛନ୍ତି, ଯେଉଁଥିରେ ୭୪ ରନ୍ ର ଏକ ବଡ଼ ସ୍କୋର ଅନ୍ତର୍ଭୁକ୍ତ।

Arshdeep Singh gives us a health update on Abhishek Sharma.😄 pic.twitter.com/sRfGpanK8g
— Vipin Tiwari (@Vipintiwari952) February 13, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories