Gautam Gambhir / ଗମ୍ଭୀରଙ୍କୁ ଛାଡ଼ିବୁନି ସେ ହିଁ ରହିବେ କୋଚ୍: BCCI
·6 months ago·2 min read

Key Points
ସବୁ ପ୍ରଶ୍ନର ଉତ୍ତର ଦେଲା BCCI
ସିଧା ସିଧା କହିଲେ, ଗମ୍ଭୀରଙ୍କୁ ଛାଡିବୁନି
ସିଧା ସିଧା କହିଲେ, ଗମ୍ଭୀରଙ୍କୁ ଛାଡିବୁନି
ଭାରତ ଟେଷ୍ଟ୍ ନୁହେଁ ବରଂ ଟି୨୦ ବିଶ୍ୱକପ୍ ଉପରେ ଲକ୍ଷ୍ୟ ରଖିଛି । ଗତ ଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । ଏଥରେ ଦଳ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳିବ । ଯାହା ଫେବ୍ରୁଆରୀ ୭ରୁ ଆରମ୍ଭ ହେବ । ଭାରତ ପ୍ରଥମେ ଆମେରିକା ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ । କିନ୍ତୁ ଏହା ପୂର୍ବରୁ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି।ଗୌତମ ଗମ୍ଭୀରଙ୍କୁ ନେଇ ଯେଉଁ ପ୍ରଶ୍ନ ଉଠୁଥିଲା ବର୍ତ୍ତମାନ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । BCCI ସିଧା ସିଧା ସ୍ପଷ୍ଟ କରିଦେଇଛନ୍ତି ଯେ ଗମ୍ଭୀର ରହିବେ । ଭାରତୀୟ ଦଳ ଟେଷ୍ଟ ଫର୍ମାଟରେ ଖରାପ ପ୍ରଦର୍ଶନ ପରେ ଗମ୍ଭୀରଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତାଙ୍କୁ କୋଚ୍ ପଦରୁ ବିଦା କରିଥାନ୍ତା ବିସିସିଆଇ ।
ତାଙ୍କ ଜାଗାରେ ଭିଭିଏସ ଲକ୍ଷ୍ଣଣ ହେଇଥାନ୍ତେ ନୂଆ ଟେଷ୍ଟ୍ କୋଚ୍ । ଏମିତି କିଛି ଖବର ଗତ କିଛି ଦିନ ଧରି ହେଡ୍ ଲାଇନରେ ରହି ଆସିଛି । ହେଲେ ଏବେ ବିସିସିଆଇ ସବୁ ପ୍ରଶ୍ନର ଜବାବ ଦେଇଛି । ବୋର୍ଡର ଉପ ସଭାପତି ରାଜୀବ ଶୁକ୍ଳା ସମସ୍ତ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଗମ୍ଭୀର ଭାରତର କୋଚ୍ ରହିବେ । ତାଙ୍କୁ ବିଦା କରାଯିବ ନାହିଁ । ଭାରତୀୟ ଟେଷ୍ଟ ଦଳରେ ସେ ପୂର୍ବ ପରି କୋଚ୍ ରହିବେ । ଏବେ ସେ ମୁଖ୍ୟ କୋଚ୍ ରହିଛନ୍ତି । ସେହିପରି ବିସିସିଆଇର ସଚିବ ଦେବଜିତ ସାଇକିଆ ମଧ୍ୟ ସମାନ କଥା କହିଛନ୍ତି । ଗୌତମଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ପାଇଁ କୌଣସି ଯୋଜନା ନଥିବା ସେ ପ୍ରକାଶ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଉ ମାତ୍ର ୬୨ ରନ୍ ପରେ ସ୍ମୃତି ଭାଙ୍ଗିବେ ଗିଲ୍ଙ୍କ ରେକର୍ଡ
ଦେବଜିତ କହିଛନ୍ତି ଯେ, ଟେଷ୍ଟ ଫର୍ମାଟରେ କୌଣସି ପରିବର୍ତ୍ତନ ନେଇ ବୋର୍ଡ ଆଲୋଚନା କରିନାହିଁ । ଏବେ ଯାହା ଅଛି ଆଗକୁ ମଧ୍ୟ ସେମିତି ଚାଲିବ ।ଗଣମାଧ୍ୟମରେ ଭୁଲ ଖବର ବୁଲୁଛି । ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ ଲୋକଙ୍କ କଳ୍ପନା । ଗମ୍ଭୀରଙ୍କ ଅଧୀନରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ଚାମ୍ପିଅନ ହୋଇଛି। ହେଲେ ଟେଷ୍ଟ କ୍ରିକେଟ୍ରେ ଦଳ ବିଫଳ ହୋଇଛି। ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସେନା ଦେଶ(ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ) ବିପକ୍ଷରେ ୧୦ଟି ଟେଷ୍ଟ ହାରି ସାରିଛି। ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍ ସହ ଗମ୍ଭୀରଙ୍କ କାର୍ଯ୍ୟକାଳ ଶେଷ ହେବ । ହେଲେ ଦଳର ପ୍ରଦର୍ଶନକୁ ଆଧାର କରି ବିସିସିଆଇ ଯେକୌଣସି ମୁହୂର୍ତ୍ତରେ ତାଙ୍କ କାର୍ଯ୍ୟର ସମୀକ୍ଷା କରିପାରିବ ବୋଲି କୁହାଯାଉଥିଲା ।
ଗମ୍ଭୀରଙ୍କ ସମେତ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟରେ ବିସିସିଆଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି । ତେଣୁ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍ ପାଇଁ ୨ଜଣ ଭିନ୍ନ ଭିନ୍ନ କୋଚ ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଇତି ମଧ୍ୟରେ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କ ସହ ଏ ବିଷୟରେ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଥିଲା। ହେଲେ ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଗମ୍ଭୀର ହିଁ ରହିବେ କୋଚ୍। କୌଣସି ପରିବର୍ତ୍ତନ ହେବାର ନାହିଁ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories