Virat Kohli / BCCIର ବଡ଼ ନିଷ୍ପତ୍ତି, 'ଏ ପ୍ଲସ'ରୁ ହଟିଲେ ରୋହିତ ଓ ବିରାଟ
·7 months ago·2 min read

Key Points
ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ଜାରି କଲା BCCI
'ଏ ପ୍ଲସ'ରୁ ହଟିଲେ ରୋହିତ ଓ ବିରାଟ
'ଏ ପ୍ଲସ'ରୁ ହଟିଲେ ରୋହିତ ଓ ବିରାଟ
ହଟିଲେ ବିରାଟ ଓ ରୋହିତ। ମାନେ 'ଏ ପ୍ଲସ'ରୁ ହଟିଲେ ରୋହିତ ଓ ବିରାଟ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ସୋମବାର ୨୦୨୫-୨୬ ପାଇଁ ଖେଳାଳିଙ୍କ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି। ଦଳର ତାରକା ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ ପ୍ଲସ କାଟାଗୋରୀରୁ କାଢି ବି କାଟାଗୋରୀରେ ରଖାଯାଇଛି। ଏହା ପୂର୍ବରୁ ବିସିସିଆଇ ଖେଳାଳିଙ୍କୁ ଚାରୋଟି କାଟାଗୋରୀ ଏ ପ୍ଲସ, ଏ, ବି ଏବଂ ସିରେ ରଖିଥିଲା। ଏ ପ୍ଲସର ଖେଳାଳିଙ୍କୁ ବାର୍ଷିକ ୭ କୋଟି, ଏ କାଟାଗୋରୀର ୫ କୋଟି, ବି କାଟାଗୋରୀର ୩ କୋଟି ଏବଂ ସି କାଟାଗୋରୀର ଖେଳାଳିଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳୁଥିଲା।
ରୋହିତ ଶର୍ମା ଓ ବିରାଟ କୋହଲି ସଂପ୍ରତି କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି। ଦୁହେଁ ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ତେଣୁ ଦୁହିଁଙ୍କୁ ବିସିସିଆଇ ଗ୍ରୁପ ବିରେ ରଖିଛି। ତିନି ଫର୍ମାଟ୍ ଖେଳୁଥିବା କିଛି ତାରକା ଖେଳାଳିଙ୍କୁ ବିସିସିଆଇ ଏ ପ୍ଲସ କାଟାଗୋରୀରେ ରଖି ଆସିଥିଲା। ରୋହିତ ଓ କୋହଲିଙ୍କୁ ବି କାଟାଗୋରୀରେ ରଖାଯିବା ସହ ଏ ପ୍ଲସ କାଟାଗୋରୀକୁ ଉଚ୍ଛେଦ କରିଛି ବିସିସିଆଇ।ସବୁଠୁ ବଡ଼ କଥା ବିସିସିଆଇ ଏ ପ୍ଲସ କାଟାଗୋରୀକୁ ସମାପ୍ତ କରିଛି। ଏବେ କେବଳ ତିନୋଟି କାଟାଗୋରୀ ଏ, ବି ଓ ସି ରଖାଯାଇଛି। ଅନୁଭବୀ ଖେଳାଳି ମହମ୍ମଦ ଶାମି ଓ ଓ୍ଵିକେଟ୍ କିପର ଇଶାନ କିଶନଙ୍କୁ ଏଥର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାହାରେ ରଖାଯାଇଛି।
ଏ କାଟାଗୋରୀରେ କେବଳ ତିନି ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍, ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ବି କାଟାଗୋରୀରେ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅଛନ୍ତି। ଏହା ବାଦ୍ ବି କାଟାଗୋରୀରେ ଥିବା ଅନ୍ୟ ଖେଳାଳି ହେଉଛନ୍ତି ଓ୍ଵାଶିଂଟନ ସୁନ୍ଦର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତ। ଏହିପରି ଭାବେ ୧୧ ଜଣ ଖେଳାଳିଙ୍କୁ ବି କାଟାଗୋରୀରେ ସ୍ଥାନ ମିଳିଛି। ଅଭିଷେକ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ପରି ଖେଳାଳି ସି କାଟାଗୋରୀରେ ଅଛନ୍ତି।
ଗ୍ରୁପ୍- ଏ: ଶୁଭମନ ଗିଲ, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା
ଗ୍ରୁପ୍ -ବି: ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଯଶସ୍ଵୀ ଜୟସ୍ଵାଲ ଏବଂ ଶ୍ରେୟସ ଆୟର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ରୁପ୍ -ସି: ଅକ୍ଷର ପଟେଲ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା, ଅର୍ଶଦୀପ ସିଂହ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ, ପ୍ରଷିଦ୍ଧ କୃଷ୍ଣ, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ସାଇ ସୁଦର୍ଶନ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories