India vs South Africa / ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
·3 months ago·2 min read

Key Points
ବାରବାଟୀ ବ୍ୟାଟଲ
ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
ଅଭିଷେକ ଶର୍ମାଙ୍କ ଉପରେ ଫ୍ୟାନ୍ସଙ୍କ ନଜର
ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
ଅଭିଷେକ ଶର୍ମାଙ୍କ ଉପରେ ଫ୍ୟାନ୍ସଙ୍କ ନଜର
ଆଜି ବାରବାଟୀରେ ବିଗ ଫାଇଟ...ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ସମସ୍ତଙ୍କ ନଜର ରହିବ ଅଭିଷେକ ଶର୍ମାଙ୍କ ଉପରେ।
ଅନେକ ଦିନ ପରେ ବାରବାଟୀରେ ଟି୨୦ ମୁକାବିଲା ଖେଳାଯାଉଛି । ତେଣୁ ଓଡିଶାରେ ଥିବା ଟିମ୍ ଇଣ୍ଡିଆ ଫ୍ୟାନ୍ସ ଏହାକୁ ନେଇ ଖୁବ୍ ଆଶାବାଦୀ । ସେମାନେ ଭାରତ ଜିତିବା ନେଇ ପ୍ରାର୍ଥନା କରୁଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଜିତିନଥିବା କାରଣରୁ ଏଥର ପରାଜୟର ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି । କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ସାରା ରାଜ୍ୟରେ ଏବେ କ୍ରିକେଟ୍ ଫିଭର୍ ।
ଦକ୍ଷିଣ ଆଫ୍ରିକା ବାରବାଟୀରେ ଆଗରେ:
ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-ଟ୍ବେଣ୍ଟି ଖେଳାଯାଇଛି । ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି ।
ଭାରତୀୟ ବ୍ୟାଟରଙ୍କ କ୍ରେଜ୍:
ଭାରତୀୟ ଟିମରେ ଷ୍ଟାର୍ ବ୍ୟାଟର ରହିଛନ୍ତି । ଅତୀତରେ ଅନେକ ବଡ ବଡ ଇନିଂସ ଖେଳିଛନ୍ତି ଇଣ୍ଡିଆନ୍ ବ୍ୟାଟସମ୍ୟାନ୍ । କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ , ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନଙ୍କ ଭଳି ବ୍ୟାଟର ଦଳକୁ ବଡ ସ୍କୋରରେ ପହଁଚାଇବାରେ ମାହିର । ଅନ୍ୟ ଦିଗରେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦରଙ୍କ ଭଳି ଅଲରାଉଣ୍ଡର ଅଛନ୍ତି । ସେହିଭଳି ବୁମରା , ଅର୍ଶଦୀପ, ହର୍ଷିତ ରାଣାଙ୍କ ଭଳି ସିମର, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ସ୍ପେଶାଲିଷ୍ଟ ସ୍ପିନର ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିବେ ।
ସୋମବାର ଉଭୟ ଦଳର ପ୍ରାକ୍ଟିସ:
ଟେଷ୍ଟ୍ ସିରିଜରେ ଭାରତ ପରାସ୍ତ ହେଲା ପରେ ଦିନିକିଆ ସିରିଜକୁ କରିଥିଲା କବଜା । ସେହିପରି ଟି୨୦ ସିରିଜରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ । ଅନ୍ୟ ଦିଗରେ ଦକ୍ଷିଣ ଆଫ୍ରିକା ମଧ୍ୟ ପଛରେ ନାହିଁ । ସେ ମଧ୍ୟ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବା ପାଇଁ ଚାହିଁ ରହିଛି । ତେଣୁ ସୋମବାର ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳି ଏବଂ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀରେ ଝାଳ ବୁହାଇଛନ୍ତି । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ଯେ ସେମାନେ ବି ଭାରତକୁ କଡା ଟକ୍କର ଦେବେ । ତେବେ ଆଜିର ମ୍ୟାଚ ଖୁବ ରୋମାଞ୍ଚକର ହେବ ନିଶ୍ଚୟ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories