WorldCup Latest News / ଟି-୨୦ ବିଶ୍ୱକପ୍ ବିଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଏମିତି ଲେଖିଲେ ଧୋନି...
·6 months ago·2 min read

Key Points
ଧୋନି କହିଲେ ଶେଷରେ ଗମ୍ଭୀରଙ୍କ ମୁହଁରେ ହସ ଦେଖିବାକୁ ମିଳିଲା
୨୦୨୬ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ସାରା ଦେଶରେ ଖୁସିର ମାହୋଲ। ଏହା ମଧ୍ୟରେ ଏକ ସ୍ୱତନ୍ତ୍ର ମେସେଜ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ଏକ ସ୍ପେଶିଆଲ ମେସେଜ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଏହି ପ୍ରଭାବଶାଳୀ ବିଜୟ ପରେ, ଧୋନି ଇନଷ୍ଟାଗ୍ରାମରେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ଗୌତମ ଗମ୍ଭୀରଙ୍କ ପାଇଁ ଏକ ମଜାଦାର ବାର୍ତ୍ତା ଲେଖିଛନ୍ତି।
ଧୋନି ତାଙ୍କ ପୋଷ୍ଟରେ ଟିମ୍ ଇଣ୍ଡିଆ, ସପୋର୍ଟ ଷ୍ଟାଫ୍ ଏବଂ ବିଶ୍ୱବ୍ୟାପୀ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଅହମ୍ମଦାବାଦରେ ଇତିହାସ ରଚିବା ଏବଂ ଦଳର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା ଦେଖିବା ବିଶେଷ ଥିଲା। ଧୋନି କହିଛନ୍ତି, "କୋଚ୍ ସାହେବଙ୍କ ହସ ମୋତେ ବହୁତ ଭଲ ଲାଗୁଛି, କାରଣ ତାଙ୍କ ନାଁ ଗମ୍ଭୀରକୁ ସେ ସବୁବେଳେ ଜଷ୍ଟିଫାଏ କରନ୍ତି। ହସ ତାଙ୍କ ଓଠରେ ଦେଖିବା ବଡ଼ କଷ୍ଟ। ଖୁସି ଲାଗିଲା ତାଙ୍କ ହସ ଦେଖି ଶେଷରେ ଯୁବପିଢ଼ି ତାଙ୍କୁ ହସାଇବାରେ ସଫଳ ହେଲେ। ବୁମରାହଙ୍କ ବିଷୟରେ କିଛି ନ ଲେଖିବା ଭଲ... ଚାମ୍ପିଅନ୍ ବୋଲର।"
ଗୌତମ ଗମ୍ଭୀର ସାଧାରଣତଃ ପଡ଼ିଆରେ ତାଙ୍କର ଗମ୍ଭୀର ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ତଥାପି, ଧୋନିଙ୍କ ହାଲୁକା ହୃଦୟର ବାର୍ତ୍ତା ପ୍ରଶଂସକଙ୍କୁ ଖୁସି କରିଛି। ସୋସିଆଲ ମିଡିଆରେ ଧୋନିଙ୍କ କଥା ଆଲୋଚନାର ବିଷୟ ପାଲଟିଛି।
କୋଚ୍ ହେବା ପରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ
ଗୌତମ ଗମ୍ଭୀର ଜୁଲାଇ 2024 ରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ତାଙ୍କ ନିଯୁକ୍ତି ପରଠାରୁ, ଭାରତୀୟ ଦଳ ଟି20 କ୍ରିକେଟରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କର ଭାଗୀଦାରୀ ଦଳକୁ ନିରନ୍ତର ସଫଳତା ଦେଇଛି। ଉଲ୍ଲେଖଯୋଗ୍ୟ, ଗମ୍ଭୀର-ସୂର୍ଯ୍ୟକୁମାର ଯୋଡ଼ି ଏପର୍ଯ୍ୟନ୍ତ ଗୋଟିଏ ବି ଟି20 ସିରିଜ ହାରିନାହାନ୍ତି। 2026 ଟି20 ବିଶ୍ୱକପ୍ ଜିତିବା ସେମାନଙ୍କର ସଫଳତାକୁ ଆହୁରି ଶକ୍ତିଶାଳୀ କରିଛି।
ଫାଇନାଲରେ ଭାରତର ପ୍ରାଧାନ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାଇନାଲରେ, ଭାରତ ପ୍ରଥମେ ବ୍ୟାଟିଂ କରି 255 ରନର ବିଶାଳ ସ୍କୋର କରିଥିଲା। ଅଭିଷେକ ଶର୍ମା, ଇଶାନ କିଶାନ ଏବଂ ସଞ୍ଜୁ ସାମସନ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ତା'ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଯଶପ୍ରିତ ବୁମରାହ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ଲାଇନ-ଅପ୍କୁ ଚାରିଟି ୱିକେଟ ସହିତ ଖେଳକୁ ଗୋଟେ ପ୍ରକାର ଓ୍ବାନସାଇଡ କରିଦେଇଥିଲେ। ଯେତେବେଳେ ଅକ୍ଷର ପଟେଲ ତିନୋଟି ୱିକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ 159 ରନରେ ଅଲଆଉଟ୍ ହୋଇଯାଇଥିଲା, ଏବଂ ଭାରତ ସହଜରେ ମ୍ୟାଚ୍ ଜିତିଥିଲା।
ଫାଇନାଲରେ ଚମତ୍କାର ବୋଲିଂ ପାଇଁ ଯଶପ୍ରିତ ବୁମରାହଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା, ଅନ୍ୟପକ୍ଷେ ସାରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଛି।
ପଢନ୍ତୁ ଏହି ଖବର: ଟି-୨୦ ବିଶ୍ବକପରେ ହେବ ଟଙ୍କା ବର୍ଷା….ଫାଇନାଲରେ ଭାରତ ଜିତୁ କି ହାରୁ ପାଇବେ ଏତିକି ଟଙ୍କା

Related Topics
Explore more stories