Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gautam Gambhir / ୪୪ ବର୍ଷ ବୟସରେ ପଦା ଥାପିଛନ୍ତି ଗୌତମ ଗମ୍ଭୀର

Rashmita Mishra
Browse all articles by Rashmita Mishra
·9 months ago·3 min read
୪୪ ବର୍ଷ ବୟସରେ ପଦା ଥାପିଛନ୍ତି ଗୌତମ ଗମ୍ଭୀର

Key Points

ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ ଜିତିଛି।
୨୦୦୭ ଓ ୨୦୧୧ ବିଶ୍ୱକପ୍ ଫାଇନାଲରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର।
ଲଗାତାର ୫ ଟି ଟେଷ୍ଟ ମ୍ୟାଚରେ ଶତକ -ଏକ ଅତୁଟ ଭାରତୀୟ ରେକର୍ଡ।
୫୮ ଟେଷ୍ଟରେ ୪୧୫୪ ରନ ସହିତ ଉଜ୍ଜ୍ୱଳ କ୍ୟାରିଅର।
ଏବେ ପ୍ରଶିକ୍ଷକ ଭାବରେ ନୂଆ ପିଢିକୁ ନେତୃତ୍ୱ ଦେଉଛନ୍ତି


ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ୪୪ ବର୍ଷ ବୟସରେ ପଦା ଥାପିଛନ୍ତି । ଗମ୍ଭୀରଙ୍କ ପ୍ରଶିକ୍ଷଣରେ, ଭାରତୀୟ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଛି । ଗମ୍ଭୀରଙ୍କ ନେତୃତ୍ୱରେ, ଟିମ୍ ଇଣ୍ଡିଆ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ପୁରୁଷ ବ୍ଲୁ ୨୦୨୫ରେ ଏସିଆ କପ୍ ମଧ୍ୟ ଜିତିଥିଲା।

ଗୌତମ ଗମ୍ଭୀର ଜୁଲାଇ ୨୦୨୪ରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ । ପ୍ରଶିକ୍ଷକ ହେବା ପରଠାରୁ, ଗମ୍ଭୀର ଯୁବ ଖେଳାଳିମାନଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଯେଉଁମାନେ ଦଳର ଆଶା ପୂରଣ କରିଛନ୍ତି । ଗମ୍ଭୀର ଜଣେ ସଫଳ ପ୍ରଶିକ୍ଷକ ଭାବରେ ପ୍ରମାଣିତ ହୋଇଛନ୍ତି । ଜଣେ କ୍ରିକେଟର ଭାବରେ ଭାରତ ପାଇଁ ମଧ୍ୟ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ଗମ୍ଭୀର ୨୦୦୭ଟି-୨୦ ବିଶ୍ୱକପ୍ ଫାଇନାଲ୍ ଏବଂ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ । ସେ ଯଥାକ୍ରମେ ୭୫ ଏବଂ ୯୭ ରନର ଇନିଂସ ସହିତ ଭାରତର ଟାଇଟଲ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


ଏଥିସହ ପଢ଼ନ୍ତୁ: ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି


ଗୌତମ ଗମ୍ଭୀର ଟେଷ୍ଟ କ୍ରିକେଟରେ ଏକ ଅନନ୍ୟ ରେକର୍ଡ ସ୍ଥାପନ କରିଛନ୍ତି। ସେ କ୍ରମାଗତ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ। ଏହି ରେକର୍ଡ ୧୫ବର୍ଷ ପରେ ମଧ୍ୟ ଅତୁଟ ରହିଛି । ଗମ୍ଭୀର ଜାନୁଆରୀ ୨୦୧୦ରେ ବାଂଲାଦେଶ ବିପକ୍ଷରେ ଚିଟ୍ଟାଗଙ୍ଗ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସରେ ୧୧୬ ରନ କରି ଏହି ସଫଳତା ହାସଲ କରିଥିଲେ।

ଗୌତମ ଗମ୍ଭୀର ବିଶ୍ୱର ଚତୁର୍ଥ ବ୍ୟାଟସମ୍ୟାନ ଯିଏ ଲଗାତାର ପାଞ୍ଚଟି ଟେଷ୍ଟ ମ୍ୟାଚରେ ଶତକ ମାରିଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନ ଶୀର୍ଷରେ ଅଛନ୍ତି, ଯିଏ ଲଗାତାର ଛଅଟି ଟେଷ୍ଟ ମ୍ୟାଚରେ ଶତକ ମାରିଛନ୍ତି। ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଓ ପାକିସ୍ତାନର ମହମ୍ମଦ ୟୁସୁଫ ମଧ୍ୟ ଲଗାତାର ପାଞ୍ଚଟି ଟେଷ୍ଟ ମ୍ୟାଚରେ ଶତକ ମାରିବାରେ ସଫଳ ହୋଇଥିଲେ। ଗମ୍ଭୀରଙ୍କ ପାଖରେ ବ୍ରାଡମ୍ୟାନଙ୍କ ରେକର୍ଡ ସମକକ୍ଷ କରିବାର ସୁଯୋଗ ଥିଲା । କିନ୍ତୁ ସେ ଜାନୁଆରୀ ୨୦୧୦ରେ ମୀରପୁର ଟେଷ୍ଟରେ ୬୮ ରନ କରି ଆଉଟ ହୋଇଥିଲେ।


ପାଞ୍ଚଟି ଟେଷ୍ଟ ମ୍ୟାଚରେ ଶତକ ହାସଲ

ମାର୍ଚ୍ଚ ୨୦୦୯: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୬ ଏବଂ ୧୩୭, ନାପିଅର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପ୍ରିଲ ୨୦୦୯: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୩ ଏବଂ ୧୬୭, ୱେଲିଂଟନ୍

ନଭେମ୍ବର ୨୦୦୯: ଶ୍ରୀଲଙ୍କା ବିପକ୍ଷରେ ୧ ଏବଂ ୧୧୪, ଅହମଦାବାଦ

ନଭେମ୍ବର ୨୦୦୯: ଶ୍ରୀଲଙ୍କା ବିପକ୍ଷରେ ୧୬୭, କାନପୁର

ଜାନୁଆରୀ ୨୦୧୦: ବାଂଲାଦେଶ ବିପକ୍ଷରେ ୨୩ ଏବଂ ୧୧୬, ଚିଟାଗଙ୍ଗ


​​​​​​​ଡିସେମ୍ବର ୪, ୨୦୧୮ରେ, ଗୌତମ ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ୨୦୧୬ରେ ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଥିଲା । ଗମ୍ଭୀର ୫୮ ଟେଷ୍ଟ ମ୍ୟାଚରେ ୪୧୫୪ରନ କରିଥିଲେ। ଏହି ଫର୍ମାଟରେ ତାଙ୍କର ହାରାହାରି ୪୧.୯୫ ଓ ୯ ଶତକ ହାସଲ କରିଥିଲେ।


ଅଧିକ ପଢ଼ନ୍ତୁ ଖେଳ ଖବର...


Related Topics

Explore more stories

Sponsored
Gautam Gambhir | Gautam Gambhir Appointed Coach at 44 | Argus News | Argus News