Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ICCର ଅଲ୍ଟିମେଟମ୍ ପରେ ନଇଁଲା ପାକିସ୍ତାନ, ଭାରତ ସହ ଖେଳିବ ଟି-ଟ୍ଵେଣ୍ଟି ବିଶ୍ଵକପ୍

Sushanta Sahoo
Browse all articles by Sushanta Sahoo
·5 months ago·2 min read
ICCର ଅଲ୍ଟିମେଟମ୍ ପରେ ନଇଁଲା ପାକିସ୍ତାନ, ଭାରତ ସହ ଖେଳିବ ଟି-ଟ୍ଵେଣ୍ଟି ବିଶ୍ଵକପ୍
India-Pakistan T20 World Cup Clash Set for Feb 15 in Colombo

Key Points

  • କ୍ରିକେଟ କୂଟନୀତିରେ ICCକୁ ବଡ଼ ସଫଳତା
  • ଭାରତ ସହ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବ ପାକିସ୍ତାନ
  • ଆସନ୍ତା ୧୫ରେ କଲୋମ୍ବୋରେ ଭାରତ ସହ ଖେଳିବ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ୧୫ରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ନେଇ ଦ୍ଵନ୍ଦ୍ଵ ହଟିଛି । କଲୋମ୍ବୋରେ ଫେବ୍ରୁଆରୀ ୧୫ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁଇ ଦଳ ନିର୍ଦ୍ଧାରିତ ସୂଚୀ ଅନୁସାରେ ପଡ଼ିଆକୁ ଓହ୍ଲାଇବେ ।

ଏନେଇ ଖୋଦ୍ ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି । ପାକିସ୍ତାନ ସରକାର ପାକିସ୍ତାନ କ୍ରିକେଟ ଦେଇ କହିଛି ୨୦୨୬ ଫେବ୍ରୁଆରୀ ୧୫ରେ ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ ମ୍ୟାଚ୍ ଖେଳିବାକୁ ନିର୍ଦ୍ଧାରିତ ସମୟରେ ଯାଅ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମ୍ୟାଚ୍ ପାଇଁ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନ ସରକାର କହିଛନ୍ତି, "ବିଶ୍ଵ କ୍ରିକେଟ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶକୁ ନଜରରେ ରଖି ଭାରତ ବିପକ୍ଷରେ ଫେବ୍ରୁଆରୀ ୧୫ରେ ଖେଳିବାକୁ ମନ କରିଛୁ ।"

ଏଥିସହ ପଢ଼ନ୍ତୁ: ବୟକଟ୍‌ରୁ ଓହରିବାକୁ ପାକିସ୍ତାନର ନୂଆ ନାଟକ; '୩ ଦାବି ମାନିଲେ ୧୫ରେ ଭାରତ ସହ ଖେଳିବୁ'

ପାକିସ୍ତାନ ସରକାରଙ୍କ ଏହି ମନ୍ତବ୍ୟ ଆସିବା ପରେ ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କାରଣ ଭାରତ-ପାକିସ୍ତାନ ମ୍ୟାଚ୍ ହେଉଛି କ୍ରିକେଟ୍‌ରେ ସବୁଠୁ ମହଙ୍ଗା । ରିପୋର୍ଟ ଅନୁସାରେ. ଏହି ମ୍ୟାଚ୍‌ରେ ପ୍ରାୟ ୪ ହଜାର କୋଟିର କାରବାର ହୁଏ ।

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପିସିବି, ବିସିବି ଓ ଆଇସିସି ଲାହୋରରେ ବୈଠକ ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି । ପାକିସ୍ତାନ କହିଛି, "ବହୁପକ୍ଷୀୟ ଆଲୋଚନାର ପରିମାଣ ଓ ବନ୍ଧୁ ଦେଶର ଅନୁରୋଧ ପରେ ପାକିସ୍ତାନ ସରକାର ପାକିସ୍ତାନ ଜାତୀୟ କ୍ରିକେଟ୍ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତା ୧୫ରେ ଦଳ ନିର୍ଦ୍ଧାରିତ ସୂଚୀ ଅନୁସାରେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ।"

ଏଥିସହ ପଢ଼ନ୍ତୁ: ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ

ପୂର୍ବରୁ ବାଂଲାଦେଶ ସମର୍ଥନରେ ଏହି ମ୍ୟାଚ୍ ଖେଳିବାକୁ ମନା କରୁଥିବା ପାକିସ୍ତାନ ସରକାର ଏବେ ନିଜ ଦଳକୁ ଶ୍ରୀଲଙ୍କା ଯିବା ପାଇଁ ଅନୁମତି ଦେଇଛନ୍ତି । ଏହି ମ୍ୟାଚ୍‌କୁ ନେଇ କେବଳ ଫ୍ୟାନ୍ସ ନୁହନ୍ତି ବରଂ ICC ମଧ୍ୟ ଚିନ୍ତାରେ ଥିଲା । ପାକିସ୍ତାନ ଖେଳି ନଥିଲ କ୍ରିକେଟ ଜଗତକୁ ଏକ ବଡ଼ ଝଟ୍‌କା ଲାଗିଥାନ୍ତା, ଆର୍ଥିକ କ୍ଷତି ସହିବାକୁ ପଡ଼ିଥାନ୍ତା ।

ଗତମାସରେ ବାଂଲାଦେଶ ଖେଳିବା ପାଇଁ ଭାରତ ଆସିବାକୁ ମନା କରିବା ସହ ଏହା ପଛରେ ସୁରକ୍ଷା କାରଣ ଦର୍ଶାଇଥିଲା । ଯାହା ପରେ ବିଶ୍ଵକପ୍‌ରୁ ବାଂଲାଦେଶକୁ ବାଦ୍ ଦେଇଥିଲା ଆଇସିସି । ବାଂଲାଦେଶ ସ୍ଥାନରେ ଏବେ ସ୍କଟଲ୍ୟାଣ୍ଡ ବିଶ୍ଵକପ୍ ଖେଳୁଛି । ସେବେଠାରୁ ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ନୂଆ ନାଟକ ରଚି ଚାଲିଥିବା ବେଲେ ଶେଷରେ ମୁଣ୍ଡ ନୂଆଁଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored