Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ପ୍ରଥମ ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ ଜିତିଲା ଭାରତ; ୭ ୱିକେଟ୍‌ରେ ନେପାଳକୁ ହରାଇଲା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପ୍ରଥମ ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ ଜିତିଲା ଭାରତ; ୭ ୱିକେଟ୍‌ରେ ନେପାଳକୁ ହରାଇଲା

Key Points

ନେପାଳକୁ ହରାଇ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ବିଶ୍ଵକପ୍ ଚାମ୍ପିଅନ୍ ହୋଇଛି । ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତ, ନେପାଳକୁ ୭ ୱିକେଟ୍‌ରେ ହରାଇ ଟ୍ରଫି ହାତେଇଛି ।
ନୂଆଦିଲ୍ଲୀ: କଲୋମ୍ବୋରେ କଡ଼ା ଟକ୍କର । ପ୍ରଥମ ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍-୨୦୨୫ର ଟ୍ରଫି ହାତେଇଲା ଭାରତ । ଫାଇନାଲ୍‌ରେ ନେପାଳକୁ ହରାଇ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ବିଶ୍ଵକପ୍ ଚାମ୍ପିଅନ୍ ହୋଇଛି । ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତ, ନେପାଳକୁ ୭ ୱିକେଟ୍‌ରେ ହରାଇ ଟ୍ରଫିକୁ ନିଜର କରିଛି ।


ବଡ଼ କଥା ହେଉଛି, ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ରେ ଭାରତୀୟ ଦଳ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଗ୍ରୁପ୍‌ ଷ୍ଟେଜ୍‌ରୁ ନେଇ ଫାଇନାଲ୍ ପର୍ଯ୍ୟନ୍ତ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଦବଦବା ବଜାୟ ରଖିଥିଲା । ଆଉ ଶେଷରେ ବିଶ୍ଵ ବିଜେତା ହୋଇଛି ।

ଫାଇନାଲ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନେପାଳକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୧୪ ରନ୍ କରିଥିଲା । ଆଉ ଏହି ୧୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ୧୨.୧ ଓଭରରେ ୪୭ ବଲ୍ ବାକି ଥାଇ ୩ ୱିକେଟ୍ ହରାଇ ହାସଲ କରି ନେଇଛି ।

ଭାରତ ପକ୍ଷରୁ ଫୁଲ ସରେନ ୨୭ ବଲ୍‌ରେ ୪ଟି ଛକ୍କା ସହାୟତାରେ ଅପରାଜିତ ୪୪ ରନ୍ ସ୍କୋର୍ କରିଛନ୍ତି । ଫୁଲ ସରେନଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ମାତ୍ର ୧୦ ଓଭର୍‌ରେ ଭାରତୀୟ ଦଳ ୧୦୦ ରନ୍ ଅତିକ୍ରମ୍ କରି ବିଜୟ ନିକଟତର ହୋଇଥିଲେ ।

୨୦ ଦିନ ତଳେ ଭାରତୀୟ ମହିଳା ଦଳ ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା । ଏବେ ୩ ସପ୍ତାହ ଭିତରେ ଦୃଷ୍ଟିବାଧିତ ମହିଳା ଭାରତୀୟ ଦଳ ବିଶ୍ଵକପ୍ ହାତେଇ ନୂଆ ଇତିହାସ ଲେଖିଛି । ଯାହାକୁ ପ୍ରଶଂସା କରୁଛନ୍ତି କୋଟି କୋଟି ଭାରତୀୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Wins First Blind Women’s World Cup, Beats Nepal by 7 Wickets | Argus News | Argus News