Jemimah Rodrigues / ମୁଁ ସବୁଦିନ କାନ୍ଦୁଥିଲି ଓ ଚିନ୍ତାରେ ରହୁଥିଲି: ଜେମିମା ରୋଡ୍ରିଗ୍ସ
·5 months ago·3 min read

Key Points
ମୁଁ ସବୁଦିନ କାନ୍ଦୁଥିଲି..., ଚିନ୍ତାରେ ବୁଡ଼ିକି ରହୁଥିଲି
ଚିନ୍ତାରୁ କେମିତି ପାଇବେ ମୁକ୍ତି ?
ଚିନ୍ତାରୁ କେମିତି ପାଇବେ ମୁକ୍ତି ?
ଜେମିମା, ଭାରତର ସବୁଠାରୁ ପ୍ରତିଭାଶାଳୀ ମହିଳା କ୍ରିକେଟରଙ୍କ ମଧ୍ୟରୁ ଜଣେ । ତାଙ୍କର ଜନ୍ମ ମୁମ୍ଵାଇରେ ହୋଇଥିଲା ଏବଂ ଛୋଟ ବେଳରୁ ହିଁ ସେ କ୍ରିକେଟ ପ୍ରତି ବହୁତ ଆଗ୍ରହୀ ଥିଲେ । ତାଙ୍କର ଏହି ସଉକକୁ ଦେଖି ପରିବାର ଲୋକେ ତାଙ୍କୁ ଚାରି ବର୍ଷ ବୟସରେ ହିଁ କ୍ରିକେଟ ଖେଳିବାକୁ ଅନୁମତି ଦେଇଥିଲେ । କ୍ରିକେଟ ପ୍ରତି ଥିବା ଇଚ୍ଛା, ଆଗ୍ରହ ଓ ପରିଶ୍ରମ ତାଙ୍କୁ ଏବେ ଏକ ମହାନ କ୍ରିକେଟର ପରିଚୟ ଦେଇପାରିଛି ।
ବର୍ଷ ବର୍ଷ ଧରି ଭାରତର ବ୍ୟାଟିଂ ଲାଇନଅପ୍ରେ ରହି ଆସିଥିବା ପ୍ରମୁଖ ଖେଳାଳି ଜେମିମା ରୋଡ୍ରିଗ୍ସ, ଯିଏକି ଏବେ ୨୦୨୫ ଆଇସିସି ମହିଳା ବିଶ୍ଵକପ୍ ସେମି ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୨୭ ରନ୍ ସ୍କୋର କରି ଭାରତକୁ ବିଜୟ ଭେଟି ଦେଇଛନ୍ତି । ଆଉ ସୋସିଆଲ୍ ମିଡିଆରେ ହେଉଛନ୍ତି ବେଶ ଭାଇରାଲ । ଏହା କେବଳ ତାଙ୍କର ବଳ, ଆତ୍ମବିଶ୍ଵାସ ଏବଂ ଦୃଢ ସଂକଳ୍ପ ପାଇଁ ପୁରା ହୋଇପାରିଛି । ଏହା ପ୍ରମାଣ କରୁଛି, ସେ ଭାରତୀୟ ମହିଳା କ୍ରିକେଟ ଟିମର ଜଣେ ଉଜ୍ଜ୍ଵଳ ତାରକା ।
ମୁଁ ସବୁଦିନ କାନ୍ଦୁଥିଲି...
ଜେମିମାଙ୍କ ସଫଳତା ପଛରେ ଥିଲା ଅସହ୍ୟ କଷ୍ଟ, ଯନ୍ତ୍ରଣା । କିନ୍ତୁ କେହି ଜାଣିପାରିନଥିଲେ । ମ୍ୟାଚ୍ ସରିବା ପରେ ଜେମିମା କହିଛନ୍ତି ଯେ "ମୁଁ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ବହୁତ ଚିନ୍ତାରେ ଥିଲି । ମ୍ୟାଚ୍ ପୂର୍ବରୁ ଅନେକ ଥର ମୁଁ ମୋ ମାଆଙ୍କୁ ଫୋନ୍ କରି କାନ୍ଦୁଥିଲି । ଯେତେବେଳେ ନିଜେ ଚିନ୍ତାରେ ଥାଅ, ସେ ସମୟରେ ସବୁକିଛି ଶୂନ୍ୟ ଲାଗିଥାଏ । ଆପଣ ବୁଝିପାରନ୍ତି ନାହିଁକି ଆପଣଙ୍କୁ କ'ଣ କରିବା ଉଚିତ" ।
ଏହା ସହିତ ସେ କହିଛନ୍ତି ଯେ " ମୋ ବାପା-ମା, ବାନ୍ଧବୀ ଅରୁନ୍ଧତି, ସ୍ମୃତି, ରାଧା (ପରିବାର ବର୍ଗ) ସମସ୍ତେ ମୋ ସହିତ ଠିଆ ହୋଇଥିଲେ । ଅନେକ ଥର ଅରୁନ୍ଧତି ସାମନାରେ ମଧ୍ୟ କାନ୍ଦି ପକାଉଥିଲି ଓ ସ୍ମୃତି କେବଳ ମୋ ପାଖରେ ଠିଆ ହୋଇଥାଏ । କିଛି କହୁ ନଥାଏ କିନ୍ତୁ ତାର ଏହି ଉପସ୍ଥିତି ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା, ମୁଁ ବହୁତ ଭାଗ୍ୟବାନ ଯେ ଏପରି ବାନ୍ଧବୀ ପାଇଛି ଯାହାକୁ ମୁଁ ମୋର ପରିବାର ବୋଲି କହିପାରିବି ।"
ଚିନ୍ତାରେ ପୀଡ଼ିତ ହେବା କ'ଣ ?
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ, ଦୁନିଆରେ ପାଖାପାଖି ୩୫୯ମିଲିଅନ୍ ଲୋକ ଚିନ୍ତା ସହିତ ସଂଘର୍ଷ କରୁଛନ୍ତି, ଯେଉଁଥିରେ ମହିଳାଙ୍କ ସଂଖ୍ୟା ଅଧିକ । ଏହା ଏକ ମାନସିକ ସ୍ଥିତି ଯେଉଁଥିରେ ବ୍ୟକ୍ତି ଲଗାତାର ଡର, ଅସ୍ଥିର ଓ ଚାପଗ୍ରସ୍ତ ଅନୁଭବ କରନ୍ତି ।
ଚିନ୍ତାରେ ପୀଡ଼ିତ ଅଛନ୍ତି ବୋଲି ଜାଣିବେ କେମିତି ?
ମାନସିକ ଚିନ୍ତା ସାଧାରଣ ଚିନ୍ତା ଠାରୁ ଭିନ୍ନ ହୋଇଥାଏ । ଏଥିରେ ବ୍ୟକ୍ତି ସବୁବେଳେ ଚିନ୍ତା, ଭୟ, କୌଣସି ଜିନିଷ ଉପରେ ଧ୍ୟାନ ନଦେଇ ପାରିବା, ହୃଦ୍ ସ୍ପନ୍ଦନ ହଠାତ ବଢିଯିବା, ହଠାତ୍ ଝାଳ ବାହାରିବା, କିଛି କାମ ନକରି ମଧ୍ୟ ଥକିଯିବା, ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହେବା, ନର୍ଭସ ବା ବାନ୍ତି ଭଳି ଲାଗିବା, ଛୋଟ ଛୋଟ କଥାରୁ ରାଗିବା ଓ ଚିଡ଼ଚିଡ଼ା ହେବା ଭଳି ଲକ୍ଷଣ ଦେଖାଯାଏ । ଯଦି ଏହା ଥରେ କିମ୍ଵା ଦୁଇ ଥର ହୁଏ, ତାହେଲେ ଏହି ମାମଲା ସାମାନ୍ୟ ହୋଇପାରେ । କିନ୍ତୁ ଏହି ଲକ୍ଷଣ ଲମ୍ଵା ସମୟ ପର୍ଯ୍ୟନ୍ତ ରୁହେ, ତାହେଲେ ଏହାକୁ ଚିନ୍ତାଗ୍ରସ୍ତ ବୋଲି କୁହାଯାଏ ।
ଚିନ୍ତାରୁ ବାହାରିବେ କେମିତି ?
ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ରିର୍ପୋଟ ଅନୁସାରେ, ଚିନ୍ତାର ଚିକିତ୍ସା କରାଯାଇପାରିବ । ଯଦି ଆପଣ ଏହା ଅନୁଭବ କରୁଛନ୍ତି ପ୍ରଥମେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ଓ ସାହାଯ୍ୟ ମାଗିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଏହା ସହିତ ସବୁବେଳେ ଯୋଗ କରନ୍ତୁ ଏହା ଦ୍ଵାରା ଆପଣ ମାନସିକ ଶାନ୍ତି ପାଇବା ସହିତ ନିଜକୁ ସୁସ୍ଥ ଅନୁଭବ କରିବେ । ଖାଦ୍ୟ ପାନ ମଧ୍ୟ ଆମର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ତେଣୁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ସଠିକ୍ ନିଦ ମାନସିକ ସ୍ଥିତି ପାଇଁ ମଧ୍ୟ ଜରୁରୀ । ତେଣୁ ପ୍ରତିଦିନ ପ୍ରାୟ ୭ରୁ ୮ ଘଣ୍ଟାର ବିଶ୍ରାମ ନିଅନ୍ତୁ । ଏହା ସହିତ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories