Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଟ୍ରଫି ଫେରାଇବାକୁ ରାଜି ନୁହଁ ପାକିସ୍ତାନ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଟ୍ରଫି ଫେରାଇବାକୁ ରାଜି ନୁହଁ ପାକିସ୍ତାନ !

Key Points

ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆଇସିସି କନଫରେନ୍ସରେ ଟିମ୍ ଇଣ୍ଡିଆ ଆନୁଷ୍ଠାନିକ ପ୍ରତିବାଦ କରିବ ।

ତୁରନ୍ତ ଏସିଆ କପ୍ ଟ୍ରଫି ଦେବାକୁ ଦାବି ରଖିଛି ବିସିସିଆଇ ।

ଟିମ୍ ଇଣ୍ଡିଆ ଏସିଆ କପ୍ ଟାଇଟଲ ଜିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟ୍ରଫି ମିଳିନାହିଁ । ପିସିବି ମୁଖ୍ୟ ମୋହସିନ୍ ନକଭୀ ଏଥିପାଇଁ ଅଜବ ସର୍ତ୍ତ ରଖିଛନ୍ତି । ଟ୍ରଫି ପ୍ରଦାନ କରିବାକୁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରିବା ସହ ସେ ଅତିଥିଭାବେ ଯୋଗ ଦେଇ ଟିମ୍ ଇଣ୍ଡିଆକୁ ଟ୍ରଫି ଦେବେ ବୋଲି କହିଛନ୍ତି । କିନ୍ତୁ ନକଭୀଙ୍କ ଏଭଳି ଅଜବ ସର୍ତ୍ତକୁ ଟିମ୍ ଇଣ୍ଡିଆ ପ୍ରତ୍ୟାଖାନ କରିଛି । ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିଆ ଏସିଆ କପ୍ ଜିତିଥିଲା । କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ସିଧାସଳଖ ମନା କରି ଦେଇଥିଲା ଟିମ୍ ଇଣ୍ଡିଆ ।

ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଥିଲା ଯେ ଯଦି ନକଭି ଟ୍ରଫି ପ୍ରଦାନ କରିବାକୁ ଚେଷ୍ଟା କରନ୍ତି ତେବେ ଭାରତୀୟ ଦଳ ଏହାକୁ ଗ୍ରହଣ କରିବ ନାହିଁ । ଯେଉଁ ଦେଶର ନେତାମାନେ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ଠାରୁ କୌଣସି ପରିସ୍ଥିତିରେ ଟ୍ରଫି ଗ୍ରହଣ କରିବ ନାହିଁ । ଏହାପରେ ଲଜ୍ଜିତ ହୋଇ ମୋହସିନ ନକଭୀ ଟ୍ରଫି ନେଇ ପଳାଇଥିଲେ । ମୋହସିନ୍ ନକଭୀଙ୍କ କାର୍ଯ୍ୟକୁ ନେଇ କ୍ଷୁବ୍ଧ ବିସିସିଆଇ । ଏନେଇ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆଇସିସି କନଫରେନ୍ସରେ ଟିମ୍ ଇଣ୍ଡିଆ ଆନୁଷ୍ଠାନିକ ପ୍ରତିବାଦ କରିବ । ତୁରନ୍ତ ଏସିଆ କପ୍ ଟ୍ରଫି ଦେବାକୁ ଦାବି ରଖିଛି ବିସିସିଆଇ ।


ଏହାସହ ପଢ଼ନ୍ତୁ:- LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍‌ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !

ତେବେ ଦୁବାଇ ଦଙ୍ଗଲ ବାଜିମାତ ପରେ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟର । ଏସିଆ କପ ୨୦୨୫ ଟାଇଟଲ ଜିତିବା ପରେ ଘରକୁ ବାହୁଡିଛନ୍ତି ଭାରତୀୟ ଟିମ୍ । ଏୟାର ପୋର୍ଟରେ ଖେଳାଳୀମାନଙ୍କୁ କରାଯାଇଛି ଜବରଦସ୍ତ ସ୍ବାଗତ । ଡ୍ରମ... ଟ୍ରମ୍ଫେଟ..ଓ ଟିମ ଇଣ୍ଡିଆ ନାରାରେ କମ୍ପୁଥିଲା ଏୟାରପୋର୍ଟ ପରିସର । ପ୍ରିୟର ଖେଳାଳୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ଏୟାରପୋର୍ଟରେ ଲାଗିଥିଲା ପ୍ରବଳ ଭିଡ । ଦାଇଦ୍ରାବାଦ ଏୟାରପୋର୍ଟରେ ଥିଲା କିଛି ଏଭଳି ଦୃଶ୍ୟ । ଭାରତ ମଥାରେ ବିଜୟର ତୀଳକ ଲଗାଇଥିବା ତୀଳକ ବର୍ମା ଯେତେବେଳେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ। ସେତେବେଳେ ଫ୍ୟାନସମାନେ ତାଙ୍କୁ ଜବରଦସ୍ତ ଢଙ୍ଗରେ ସ୍ବାଗତ କରିଥିଲେ। ତିଳକ.. ତୀଳକ.. ନାରାରେ କମ୍ପୁଥିଲା ହାଇଦ୍ରାବାଦ ଏୟାରପୋର୍ଟ । ସମୟ ସୋମବାର ରାତି ୧୦ଟା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା


ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟଙ୍କ ଅପେକ୍ଷାରେ ଥିଲେ ଫ୍ୟାନସ । ହୋମ ଟାଉନରେ ସୂର୍ଯ୍ୟଙ୍କୁ ସ୍ବାଗତ କରିବାରେ କିଛି କମି ରଖିନଥିଲେ ଶୁଭେଚ୍ଛୁ। କମ୍ପୁଥିଲା ମୁମ୍ବାଇ ଏୟାର ପୋର୍ଟ । ଉଚ୍ଛ୍ବସିତ ପରିବେଶରେ ସୂର୍ଯ୍ୟଙ୍କୁ କରାଯାଇଥିଲା ସ୍ବାଗତ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏୟାର ପୋର୍ଟରେ ପହଞ୍ଚିବାର ଝଲକ ଥିଲା ବେଶ୍‌ ଖାସ । ପାଣ୍ଡ୍ୟା ମୁମ୍ବାଇରେ ପହଞ୍ଚିବାପରେ ଚିଲେଇ ଉଠିଥିଲେ ଫ୍ୟାନସ। ଜୋରଦାର ସ୍ବାଗତ କରିଥିଲେ କ୍ରିକେଟପ୍ରେମୀ । ସେହିପରି କୋଚ୍ ଗୌମତ ଗମ୍ଭୀରଙ୍କୁ ମଧ୍ୟ ସ୍ବାଗତ କରିବାର ସୁଯୋଗ ଛାଡିନଥିଲେ ଫ୍ୟାନସ । ପାକିସ୍ତାନକୁ ହରାଇ ନବମ ଥର ପାଇଁ ଟାଇଟଲ ହାସଲ କରିଛି ଚିମ ଇଣ୍ଡିଆ । ଏସିଆ କପର ଚଳିତ ସଂସ୍କରଣ ଥିଲା ସବୁଠୁ ରୋମାଞ୍ଚକର । ପ୍ରଥମ ଲିଗ.. ପରେ ସୁପର ଫୋର ଏବଂ ଶେଷରେ ଫାଇନାଲରେ ପାକିସ୍ତାନକୁ ଧୂଳିଚଟାଇଥିଲା ଭାରତ।

Related Topics

Explore more stories

Sponsored
Asia Cup | Mohsin Naqvi refuses to give Asia Cup trophy | Argus News