WelCome Ceremony / ଅପରେସନ ପାକିସ୍ତାନ ପରେ ଘରକୁ ଫେରିଲା ଇଣ୍ଡିଆ: ତିଳକଙ୍କୁ ଜୋରଦାର ସ୍ବାଗତ

Key Points
ଦୁବାଇ ଦଙ୍ଗଲ ବାଜିମାତ ପରେ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟର । ଏସିଆ କପ 2025 ଟାଇଟଲ ଜିତିବା ପରେ ଘରକୁ ବାହୁଡିଛନ୍ତି ଭାରତୀୟ ଟିମ୍ ।
ଦୁବାଇ ଦଙ୍ଗଲ ବାଜିମାତ ପରେ ଘରକୁ ଫେରିଛନ୍ତି ଭାରତୀୟ କ୍ରିକେଟର । ଏସିଆ କପ 2025 ଟାଇଟଲ ଜିତିବା ପରେ ଘରକୁ ବାହୁଡିଛନ୍ତି ଭାରତୀୟ ଟିମ୍ । ଏୟାର ପୋର୍ଟରେ ଖେଳାଳୀମାନଙ୍କୁ କରାଯାଇଛି ଜବରଦସ୍ତ ସ୍ବାଗତ । ଡ୍ରମ... ଟ୍ରମ୍ଫେଟ..ଓ ଟିମ ଇଣ୍ଡିଆ ନାରାରେ କମ୍ପୁଥିଲା ଏୟାରପୋର୍ଟ ପରିସର । ପ୍ରିୟର ଖେଳାଳୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ଏୟାରପୋର୍ଟରେ ଲାଗିଥିଲା ପ୍ରବଳ ଭିଡ । ଦାଇଦ୍ରାବାଦ ଏୟାରପୋର୍ଟରେ ଥିଲା କିଛି ଏଭଳି ଦୃଶ୍ୟ ।... ଭାରତ ମଥାରେ ବିଜୟର ତୀଳକ ଲଗାଇଥିବା ତୀଳକ ବର୍ମା ଯେତେବେଳେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ। ସେତେବେଳେ ଫ୍ୟାନସମାନେ ତାଙ୍କୁ ଜବରଦସ୍ତ ଢଙ୍ଗରେ ସ୍ବାଗତ କରିଥିଲେ। ତିଳକ.. ତୀଳକ.. ନାରାରେ କମ୍ପୁଥିଲା ହାଇଦ୍ରାବାଦ ଏୟାରପୋର୍ଟ । ସମୟ ସୋମବାର ରାତି ୧୦ଟା।
ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟଙ୍କ ଅପେକ୍ଷାରେ ଥିଲେ ଫ୍ୟାନସ । ହୋମ ଟାଉନରେ ସୂର୍ଯ୍ୟଙ୍କୁ ସ୍ବାଗତ କରିବାରେ କିଛି କମି ରଖିନଥିଲେ ଶୁଭେଚ୍ଛୁ। କମ୍ପୁଥିଲା ମୁମ୍ବାଇ ଏୟାର ପୋର୍ଟ । ଉଚ୍ଛ୍ବସିତ ପରିବେଶରେ ସୂର୍ଯ୍ୟଙ୍କୁ କରାଯାଇଥିଲା ସ୍ବାଗତ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏୟାର ପୋର୍ଟରେ ପହଞ୍ଚିବାର ଝଲକ ଥିଲା ବେଶ୍ ଖାସ । ପାଣ୍ଡ୍ୟା ମୁମ୍ବାଇରେ ପହଞ୍ଚିବାପରେ ଚିଲେଇ ଉଠିଥିଲେ ଫ୍ୟାନସ। ଜୋରଦାର ସ୍ବାଗତ କରିଥିଲେ କ୍ରିକେଟପ୍ରେମୀ । ସେହିପରି କୋଚ୍ ଗୌମତ ଗମ୍ଭୀରଙ୍କୁ ମଧ୍ୟ ସ୍ବାଗତ କରିବାର ସୁଯୋଗ ଛାଡିନଥିଲେ ଫ୍ୟାନସ । ପାକିସ୍ତାନକୁ ହରାଇ ନବମ ଥର ପାଇଁ ଟାଇଟଲ ହାସଲ କରିଛି ଚିମ ଇଣ୍ଡିଆ ।ଏସିଆ କପର ଚଳିତ ସଂସ୍କରଣ ଥିଲା ସବୁଠୁ ରୋମାଞ୍ଚକର । ପ୍ରଥମ ଲିଗ.. ପରେ ସୁପର ଫୋର ଏବଂ ଶେଷରେ ଫାଇନାଲରେ ପାକିସ୍ତାନକୁ ଧୂଳିଚଟାଇଥିଲା ଭାରତ।
📱 Get Argus News App
✨ଗତ ରବିବାର ଦୁବାଇରେ ଖେଳାଯାଇଥିଲା ଏସିଆ କପ୍-୨୦୨୫ର ଫାଇନାଲ । ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ତେବେ ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ନିଜ ନାମରେ କରିଥିଲା । ଏହା ସତ୍ତ୍ବେ ଭାରତକୁ ଏସିଆ କପ୍ ଟ୍ରଫି ମିଳିନଥିଲା । ଫାଇନାଲ ପୂର୍ବରୁ ଭାରତୀୟ ଦଳ ସ୍ପଷ୍ଟ ଭାବେ କହିଥିଲା ଯେ ସେମାନେ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ନେବେନି। ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟ ମୋହିସନ୍ ନକଭି ପାକିସ୍ତାନର ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ତେଣୁ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା ଭାରତ । ଆଉ ଫାଇନାଲ ଜିତିବା ପରେ ଭାରତ ନକଭିଙ୍କଠାରୁ ଟ୍ରଫି ନେବା ପାଇଁ ମନା କରିଥିଲା । ଆଉ ଏହା ପରେ ସେ ଏସିଆ କପ୍ ଟ୍ରଫି ସହ ହୋଟେଲ ପଳାଇଥିଲେ ।
Related Topics
Explore more stories