Naqvi Controversy Statement / ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍ଭି ଅସନ୍ତୋଷ: ଦଳରୁ ବାଦ୍ ପଡିବେ ବାବର, ଶାହିନ
·4 months ago·2 min read

Key Points
ଦଳୀୟ ମ୍ୟାନେଜମେଣ୍ଟ ବାବର ଓ ଶାହିନଙ୍କୁ ଦଳରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି
ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍ର ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ବାଦ୍ ଦିଆଯିବ। ଆସନ୍ତା ୧୮ ତାରିଖରେ ପାକିସ୍ତାନ ତା’ର ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ନାମିବ୍ୟାକୁ ଭେଟିବ।
ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍ରେ ବିଜୟ ଦରକାର। ତେବେ ଟିମ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତଠାରୁ ୬୧ ରନରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଦଳର ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍ଭି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏପରିକି ନକ୍ଭି ପାକିସ୍ତାନ ଦଳର ପରାଜୟ ନିଶ୍ଚିତ ଜାଣିବା ପରେ ମ୍ୟାଚ୍ ବେଳେ ଷ୍ଟାଡିୟମରୁ ଚାଲି ଯାଇଥିଲେ। ପରେ ପିସିବିର ଜଣେ ବରିଷ୍ଠ ଅଧିକାରୀ ଦଳୀୟ ମ୍ୟାନେଜରଙ୍କୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦଳର ଏଭଳି ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଏହାପରେ ମୁଖ୍ୟକୋଚ୍ ମାଇକ ହେସନ ଡ୍ରେସିଂ ରୁମ୍ରେ ଖେଳାଳିଙ୍କୁ ସେମାନେ ଦକ୍ଷତା ମୁତାବକ ଖେଳି ନ ଥିବା କହିଥିଲେ। ଏଣୁ ଦଳୀୟ ମ୍ୟାନେଜମେଣ୍ଟ ବାବର ଓ ଶାହିନଙ୍କୁ ଦଳରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ବଦଳରେ ଫଖର ଜାମନଙ୍କ ସହ ସଲମାନ ମିର୍ଜା କିମ୍ୱା ନସିମ ଶାହାଙ୍କୁ ବୁଧବାର ଚୂଡ଼ାନ୍ତ ଦଳରେ ସାମିଲ କରାଯିବ।
ଏହାସହ ପଢ଼ନ୍ତୁ: "ମୁଁ ଏଥର ବୋର୍ଡ ପରୀକ୍ଷା ଦେବେନି"... ବୈଭବ କହିଲେ ପାଠରୁ ମୋତେ କଣ ମିଳିବ!
ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ କିଣୁଛନ୍ତି। ଏହାର ପ୍ରଭାବ କ୍ରିକେଟ ପାଇଁ ପାଗଳ ପ୍ରତ୍ୟେକ ଭାରତୀୟଙ୍କ ଉପରେ ପଡୁଛି। ଆଗରୁ ବାପା, ମାଆ ମାନେ ପିଲାମାନଙ୍କୁ ସକାଳୁ ସକାଳୁ ସ୍କୁଲ୍ ବା ଟ୍ୟୁସନ ନେଇଯାଉଥିବା ବେଳେ ଏବେ କ୍ରିକେଟ ପଡିଆକୁ ଧାଉଁଛନ୍ତି। କାରଣ କେତେବେଳେ କାହାର ଭାଗ୍ୟ ଖୋଲିଯାଇପାରେ…। ତେଣୁ ବର୍ତ୍ତମାନ ସମୟରେ ଅନେକ ଅଭିଭାବକ ‘ପାଠପଢ଼ା ଚୁଲିକୁ ଠେଲି ଦେଇ, କ୍ରିକେଟ ପଛରେ ମାତିବାର’ ଦେଖିବାକୁ ମିଳୁଛି।
ଏହାରି ମଧ୍ୟରେ ଖବର ଆସିଛି ଯେ, ୧୪ ବର୍ଷୀୟ କ୍ରିକେଟ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ନିଜର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେନାହିଁ। ପାଠପଢ଼ା ଅପେକ୍ଷା କ୍ରିକେଟ ମଇଦାନର ପ୍ରତିବଦ୍ଧତାକୁ ସେ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ନିକଟରେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଏହି ବାମହାତୀ ବ୍ୟାଟର ଆଇପିଏଲ 2026 ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ବୈଭବଙ୍କ କୋଚ୍ ମନୀଷ ଓଝା ଏବଂ ତାଙ୍କ ବାପା ନିଶ୍ଚିତ କରିଛନ୍ତି ଯେ, ବୈଭବ ଚଳିତ ବର୍ଷ ପରୀକ୍ଷା ଦେବେ ନାହିଁ। ୨୦୨୫ରୁ ସେ ୧୯ ବର୍ଷରୁ କମ୍ ବିଶ୍ୱକପ ଏବଂ ଇଣ୍ଡିଆ-ଏ ଦଳ ପାଇଁ ଅନ୍ତର୍ଜାତୀୟ ଗସ୍ତରେ ରହିଥିବାରୁ ପାଠପଢ଼ା ପାଇଁ ସମୟ ପାଇନାହାନ୍ତି। ଆସନ୍ତା ଆଇପିଏଲ୍ ସିଜିନ୍ ପାଇଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories