Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Modi Interview highlights / ପିଏମ ମୋଦିଙ୍କ ସ୍କିନ କେୟାରକୁ ନେଇ ଚର୍ଚ୍ଚା: ହରଲିନଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·8 months ago·2 min read
ପିଏମ ମୋଦିଙ୍କ ସ୍କିନ କେୟାରକୁ ନେଇ ଚର୍ଚ୍ଚା: ହରଲିନଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

Key Points

ଆପଣଙ୍କ ତ୍ବଚା ଏତେ ଗ୍ଲୋ କେମିତି କରୁଛି? ଏହି ସମୟରେ, କ୍ରିକେଟର ହରଲୀନ୍ କୌର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ ଯାହା ସମସ୍ତଙ୍କୁ ହସାଇ ଦେଇଥିଲା।
ରବିବାର ଭାରତୀୟ ମହିଳା କ୍ରିକେଟର ଟିମ୍ ବିଶ୍ବକପ ଜିତି ଇତିହାସ ରଚିଥିଲା। ଏହି ଐତିହାସିକ ମୁହୂର୍ତ୍ତ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ଲୋକମାନ୍ୟ ତିଳକ ମାର୍ଗସ୍ଥିତ ତାଙ୍କ ବାସଭବନରେ ବିଜୟୀ ଭାରତୀୟ ମହିଳା ବିଶ୍ୱକପ୍ ଦଳକୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଐତିହାସିକ ବିଶ୍ୱକପ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।


ଆପଣଙ୍କ ତ୍ବଚା ଏତେ ଗ୍ଲୋ କେମିତି କରୁଛି?

ଏହି ସମୟରେ, କ୍ରିକେଟର ହରଲୀନ୍ କୌର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ ଯାହା ସମସ୍ତଙ୍କୁ ହସାଇ ଦେଇଥିଲା। କ୍ରିକେଟକୁ ନେଇ ଆଲୋଚନା ମଧ୍ୟରେ ହରଲୀନ୍, ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, "ଆପଣଙ୍କ ତ୍ବଚା ଏତେ ଉଜ୍ଜ୍ବଳ କିପରି? ଆପଣ କିଭଳି ନିଜ ତ୍ବଚାର ଯତ୍ନ ‌ନିଅନ୍ତି ଆମକୁ ଜଣାନ୍ତୁ।" ହରଲୀନଙ୍କଠାରୁ ଏଭଳି ପ୍ରଶ୍ନ ଶୁଣି ହସିଥିଲେ ପ୍ରଧାନମନ୍ତ୍ରୀ। ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 'ଏହା ଉପରେ ମୁଁ ଏତେ ଧ୍ୟାନ ଦେଇନାହିଁ।' ଏହା ଶୁଣି କ୍ରିକେଟର ସ୍ନେହ ରାଣା କହିଥିଲେ ଯେ, 'ଆପଣଙ୍କୁ କୋଟି କୋଟି ଦେଶବାସୀ ବହୁତ ଭଲପାଉଛନ୍ତି ସେଥିପାଇଁ।'



ଏହାସହ ପଢ଼ନ୍ତୁ: ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗ୍ସ — ବିଜୟ ପରେ ବ୍ରାଣ୍ଡ ଜଗତର ନୂଆ ସୁପରଷ୍ଟାର

ଦେଶବାସୀଙ୍କ ଭଲପାଇବା ଏହାର କାରଣ
ଏହା ଶୁଣି ପ୍ରଧାନମନ୍ତ୍ରୀ କହିଥିଲେ, "ହଁ, ଏହା ସତ। ଦେଶବାସୀଙ୍କ ଭଲପାଇବା ମୋତେ ଏତେ ବ‌ାଟ ଆଣିଛି। ମୁଁ ୨୫ବର୍ଷ ଧରି ସରକାରରେ ଅଛି। ସରକାର ମୁଖ୍ୟ ଭାବରେ କାର୍ଯ୍ୟ କରିବାରେ ବହୁତ ଦିନ ବିତିଗଲାଣି। ଯେତେବେଳେ ଲୋକମାନେ ଆଶୀର୍ବାଦ ଦିଅନ୍ତି, ଏହାର ପ୍ରଭାବ ପଡ଼ିଥାଏ।"
ପିଏମ ମୋଦି ଦୀପ୍ତିଙ୍କୁ ହନୁମାନ ଟାଟୁ କାହିଁକି କରିଛ ପଚାରିଥିଲେ?

ଏହାସହ ପଢ଼ନ୍ତୁ: ମହିଳା କ୍ରିକେଟରଙ୍କୁ TATAର ବଡ଼ ଉପହାର; ସବୁ ଖେଳାଳିଙ୍କୁ ମିଳିବ ୨୫ଲକ୍ଷ ମୂଲ୍ୟର ଦାମୀ କାର


ଏହା ମଧ୍ୟରେ ପିଏମ ମୋଦି ଦୀପ୍ତି ଶର୍ମାଙ୍କୁ ଜୟ ଶ୍ରୀ ରାମ ଇନଷ୍ଟା ପୋଷ୍ଟ ଏବଂ ଭଗବାନ ହନୁମାନଙ୍କ ଟାଟୁ ବିଷୟରେ ପଚାରିଥିଲେ। ଏହି ଟାଟୁ ତୁମେ କାହିଁକି କରିଛ? ଏହାର ଉତ୍ତରରେ ଦୀପ୍ତି ହସି ହସି କହିଥିଲେ ମୋ ନିଜଠାରୁ ଅଧିକ ମୁଁ ମୋ ପ୍ରଭୁଙ୍କୁ ବିଶ୍ବାସ କରେ। ଜୀବନରେ ଯେତେବେଳେ ବଡ଼ କଷ୍ଟକର ପରିସ୍ଥିତିରେ ଗତି କରେ ସେତେବେଳେ ଭଗବାନ ହିଁ ମୋତେ ସେହି ସମସ୍ୟାରୁ ବାହାର କରିଥାନ୍ତି। ଏହାପରେ ପ୍ରଧାନମନ୍ତ୍ରୀ କ୍ୟାପଟେନ ହରମନପ୍ରୀତଙ୍କୁ ପଚାରିଥିଲେ ତୁମେ ମ୍ୟାଚ ଜିତିବା ପରେ ବଲ୍‌କୁ ନିଜ ପକେଟରେ କାହିଁକି ରଖିଥିଲ? ଏହାର ଉତ୍ତରରେ ହରମନ କହିଥିଲେ ମ୍ୟାଚ ଜିତିବା ପରେ ଅନୁଭୂତି ମୁଁ ଆପଣଙ୍କୁ କହି ବି ପାରିବିନି। ଆଉ ଏହି ବଲ ଏବେ ସବୁବେଳେ ମୋ ପାଖରେ ରହିବ। ଏବେ ବି ବଲ ମୋ ବ୍ୟାଗରେ ଅଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Replies to Harleen on Skincare Routine | Argus News