Rohit Sharma / ଇଣ୍ଡିଆ ଟିମ୍ର ପୂର୍ବତନ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ
·6 months ago·2 min read

Key Points
ଗତକାଲି ପୁଣି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହିଟମ୍ୟାନ ଭୋ ଭୋ ହୋଇ କାନ୍ଦିଛନ୍ତି।
ଭାରତୀୟ ଟିମ୍ର ହିଟମ୍ୟାନଙ୍କ ଆଖିରେ ଲୁହ। ସମସ୍ତଙ୍କ ସାମ୍ନାରେ ଭୋ ଭୋ ହୋ କାନ୍ଦିଲେ ରୋହିତ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରୋହିତଙ୍କ ଆଖିରୁ ଲୁହ ଝରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ରୋହିତ ବହୁତ ଇମୋସନାଲ। ସେ ମାତୃଭୂମିକୁ ବହୁତ ଭଲ ପାଆନ୍ତି। ଆମେ ଦେଖିଛେ ୨୦୨୪ ଟି-୨୦ ବିଶ୍ବକପରେ ରୋହିତ ମ୍ୟାଚ ଜିତିବାପରେ ରୋହିତ ପଡ଼ିଆରେ ଥିବା ମାଟିକୁ ହାତ ମୁଠାରେ ଧରି କାନ୍ଦି ପକାଇଥିଲେ। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଗତକାଲି ପୁଣି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହିଟମ୍ୟାନ ଭୋ ଭୋ ହୋଇ କାନ୍ଦିଛନ୍ତି। ଚାଲନ୍ତୁ ଜାଣିବା ପୁରା ଘଟଣା କଣ।
ଏହି ଘଟଣା ତାଙ୍କ ଝିଅ ସମାୟରାଙ୍କ ସ୍କୁଲର ବାର୍ଷିକ ଉତ୍ସବରେ ଘଟିଥିଲା। ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଲତା ମଙ୍ଗେଶକରଙ୍କ ପ୍ରସିଦ୍ଧ ଦେଶଭକ୍ତି ଗୀତ “ଐ ମେରେ ବତନ କେ ଲୋଗୋ” ଗାଇଥିଲେ। ଏହି ଗୀତ ଶୁଣି ରୋହିତ ବହୁତ ଭାବୁକ ହୋଇପଡିଥିଲେ ଏବଂ ନିଜକୁ କୌଣସି ପ୍ରକାରେ ସମ୍ଭାଳି ନେଇଥିଲେ।
ଏହା ପ୍ରଥମ ଥର ନୁହେଁ। ରୋହିତ ପୂର୍ବରୁ ମଧ୍ୟ ଦେଶଭକ୍ତି ଗୀତ ଶୁଣି ଭାବୁକ ହୋଇଥିବାର ଦେଖାଯାଇଛି।
ଯେମିତି:
୨୦୨୩ ODI ବିଶ୍ବକପ୍ ଫାଇନାଲରେ ପରାଜୟ ପରେ
୨୦୧୯ ବିଶ୍ବକପ୍ ସେମିଫାଇନାଲରେ ହାରିବା ପରେ
ଭାରତକୁ ବିଶ୍ବକପ୍ ଜିତାଇବା ପରେ
ରୋହିତଙ୍କର ଦେଶ ପ୍ରତି ଗଭୀର ଭଲପାଇବା ଓ କ୍ରିକେଟ ପ୍ରତି ସମର୍ପଣ ସମସ୍ତଙ୍କୁ ପ୍ରେରଣା ଦେଇଥାଏ।ବ୍ୟାଟିଙ୍ଗରେ ରୋହିତଙ୍କ ଅସାଧାରଣ ଫର୍ମଏହିବେଳେ ରୋହିତ ବ୍ୟାଟିଙ୍ଗରେ ଅସମ୍ଭବ ଫର୍ମରେ ରହିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଏକଦିବସୀୟ ସିରିଜରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଏହା ଦ୍ୱାରା ସେ ଏକଦିବସୀୟ କ୍ରିକେଟରେ ନମ୍ବର ୧ ରାଙ୍କିଂ ବଜାୟ ରଖିଛନ୍ତି। ବର୍ତ୍ତମାନ ସେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପାଇଁ ଖେଳୁଛନ୍ତି। BCCI ନିର୍ଦ୍ଦେଶ ଅନୁଯାୟୀ ଟିମ୍ ଇଣ୍ଡିଆ ଖେଳାଳିମାନଙ୍କୁ ଅତି କମରେ ଦୁଇଟି ମ୍ୟାଚ ଖେଳିବାକୁ ପଡିବ। ତେଣୁ ରୋହିତ ଆଗାମୀ ମ୍ୟାଚରେ ଖେଳିବେ କି ନାହିଁ ତାହା ଦେଖିବା ରୋଚକ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories