Videos
|
Sports

Rohit Sharma / ସୁରକ୍ଷାକର୍ମୀଙ୍କ ଉପରେ ବର୍ଷିଲେ ରୋହିତ...ଫ୍ୟାନ୍ସ କହିଲେ ହିଟମ୍ୟାନ ସବୁବେଳେ ହିଟ୍‌ କୁନି ଫ୍ୟାନ୍ସଙ୍କ ପାଇଁ

Ritu Das
Browse all articles by Ritu Das
·9 months ago·2 min read
ସୁରକ୍ଷାକର୍ମୀଙ୍କ ଉପରେ ବର୍ଷିଲେ ରୋହିତ...ଫ୍ୟାନ୍ସ କହିଲେ ହିଟମ୍ୟାନ ସବୁବେଳେ ହିଟ୍‌ କୁନି ଫ୍ୟାନ୍ସଙ୍କ ପାଇଁ

Key Points

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଦ୍ରୂତଗତିରେ ଭାଇରାଲ ହେବାରେ ଲାଗିଛି। ରୋହିତ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଥିଲା।

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଦ୍ରୂତଗତିରେ ଭାଇରାଲ ହେବାରେ ଲାଗିଛି। ରୋହିତ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଥିଲା। ଅଭ୍ୟାସ ସରିବା ପରେ ଯେତେବଳେ ରୋହିତ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ସେତେବେଳେ ଜଣେ କୁନି ଫ୍ୟାନ ତାଙ୍କୁ ଦେଖା କରିବାକୁ ଆସୁଥିଲା। କିନ୍ତୁ ହିଟମ୍ୟାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ରୋହିତଙ୍କ ସୁରକ୍ଷାକର୍ମୀ ମାନେ ତାଙ୍କୁ ଅଟକାଇଦେଇଥିଲେ। ଏହାକୁ ଦେଖି ରୋହିତ ପୁରା ରାଗିଯାଇଥିଲେ।



ବହୁତ ଜୋରସେ ପାଟି କରିଥିଲେ କୁନି ଫ୍ୟାନ୍ସଙ୍କୁ ଆସିବାକୁ ଅନୁମତି ଦେଇଥିଲେ। ସୁରକ୍ଷାକର୍ମୀଙ୍କୁ ଚିତ୍କାର କରି କହିଥିଲେ ତାଙ୍କୁ ଆସିବାକୁ ଦିଅ। ରୋହିତ ଶର୍ମାଙ୍କ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି। ଲୋକମାନେ ତାଙ୍କୁ ବହୁତ ସାରା ଶୁଭକାମନା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଜଣେ ଫ୍ୟାନ୍ସ କମେଣ୍ଟ ଦେଇ ଲେଖିଛନ୍ତି, "ନିଜ ଫ୍ୟାନ୍ସଙ୍କ ପ୍ରତି ରୋହିତ ବହୁତ ବିନମ୍ର", ଆଉଜଣେ ଫ୍ୟାନ୍ସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୁଁ ପ୍ରାର୍ଥନା କରୁଛି ଯେ, ହିଟ୍‌ମ୍ୟାନଙ୍କ ବ୍ୟାଟରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ସ୍କୋର କରନ୍ତୁ। ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ରୋହିତଙ୍କ ଫିଟନେସ ଦେଖି ଲାଗୁଛି ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ରୁ ଅଧିକ ରନ କରିବେ।


ନିଜ କାରର କାଚ ଭାଙ୍ଗିଲେ ରୋହିତ, ଜଣାପଡ଼ିଲା ପୁରା ଘଟଣା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖୁବଶୀଘ୍ର ଅଷ୍ଟ୍ରେଲିଆରେ ଧମାଲ ମଚାଇବେ ରୋହିତ ଏବେ ରୋହିତ ଓ ବିରାଟ ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ। ରୋହିତ ଗତ ଦିନିକିଆ ସିରିଜରେ ଅଧିନାୟକ ଥିଲେ। ଏବେ ସେ ଶୁଭମନ ଗିଲଙ୍କ ନେତୃତ୍ଵରେ ଖେଳିବେ। ବିସିସିଆଇ ଗିଲ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ରୋହିତ ଓ ବିରାଟ ପ୍ରଥମେ ଟି-୨୦ ଏବଂ ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଦୁହେଁ ଟି-୨୦ ବିଶ୍ଵକପ୍ ଜିତିବା ପରେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ ମେରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ।



ଉଭୟଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ୨୦୨୫ ଥିଲା। ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ପଦରୁ ହଟାଯିବା ଏବଂ ତାଙ୍କ କ୍ୟାରିୟରକୁ ନେଇ ଉଠିଥିବା ପ୍ରଶ୍ନଗୁଡ଼ିକ ହୁଏତ ରୋହିତ ଶର୍ମାଙ୍କୁ ଆହୁରି ଉତ୍ସାହିତ କରିଛି। ଏହି କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ତାଙ୍କର ପ୍ରସ୍ତୁତିକୁ ଜୋରଦାର କରିବା ଆରମ୍ଭ କରିଛନ୍ତି। ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଆରମ୍ଭ ହେବାର ନଅ ଦିନ ପୂର୍ବରୁ, ‘ହିଟ ମ୍ୟାନ’ ମୁମ୍ବାଇରେ ତୀବ୍ର ଅଭ୍ୟାସ କରିଥିଲେ, ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥିଲେ। ତଥାପି, ଛକା ଏବଂ ଚୌକାର ଏକ ବଡ଼ ଝଟକା ସହିତ ଚର୍ଚ୍ଚା ସୃଷ୍ଟି କରିବାର ପ୍ରୟାସରେ, ରୋହିତ ନିଜର ଏକ ସଟରେ ପଡ଼ିଆ ବାହାରେ ପାର୍କିଂ ହୋଇଥିବା ତାଙ୍କ ବିଳାସପୂର୍ଣ୍ଣ କାର ଉପରେ ପଡ଼ି ଚୁରମାର ହୋଇଯାଇଛି।

Rohit Sharma Scolds Security Guard, Fans Say "Hitman Always Hits" | Argus News | Argus News