Shubman Gill / ରୋହିତଙ୍କ ବଦଳରେ ଭାରତୀୟ ଦିନିକିଆ ଦଳର ନେତୃତ୍ଵ ନେଇପାରନ୍ତି ଶୁବମନ ଗିଲ୍

Key Points
୩ ମ୍ୟାଚ୍ ବିଶିଷ୍ଟ ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପୂର୍ବରୁ ଆସିଛି ବଡ଼ ଖବର । ଭାରତୀୟ ଦିନିକିଆ ଦଳର ନେତୃତ୍ଵଭାର ରୋହିତଙ୍କ କାନ୍ଧରୁ ହଟାଇ ଶୁବମନ ଗିଲ୍ଙ୍କୁ ଦେଇପାରେ ବିସିସିଆଇ । ଅକ୍ଟୋବର ୧୯ରୁ ଭାରତ-ଅଷ୍ଟ୍ରେଲିଆ ଦ୍ଵି-ପାକ୍ଷିକ ସିରିଜ୍ ଆରମ୍ଭ ପୂର୍ବରୁ ଏହି ଅଦଳବଦଳ ହେବାକୁ ଯାଉଛି ।
ମୁମ୍ବାଇ: ରୋହିତ ହଟିବେ, ଗିଲ୍ ନେତୃତ୍ଵ ନେବେ । ୩ ମ୍ୟାଚ୍ ବିଶିଷ୍ଟ ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପୂର୍ବରୁ ଆସିଛି ବଡ଼ ଖବର । ଭାରତୀୟ ଦିନିକିଆ ଦଳର ନେତୃତ୍ଵଭାର ରୋହିତଙ୍କ କାନ୍ଧରୁ ହଟାଇ ଶୁବମନ ଗିଲ୍ଙ୍କୁ ଦେଇପାରେ ବିସିସିଆଇ । ଅକ୍ଟୋବର ୧୯ରୁ ଭାରତ-ଅଷ୍ଟ୍ରେଲିଆ ଦ୍ଵି-ପାକ୍ଷିକ ସିରିଜ୍ ଆରମ୍ଭ ପୂର୍ବରୁ ଏହି ଅଦଳବଦଳ ହେବାକୁ ଯାଉଛି ।
ESPNcricinfoର ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଦଳରେ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିବ । କିନ୍ତୁ ଗିଲ୍ ଦିନିକିଆ ଦଳର ନେତୃତ୍ଵ ନେଇପାରନ୍ତି । ମାର୍ଚ୍ଚରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫି ପରେ ଏବେ ପଡ଼ିଆର ବିରାଟ ଓ ରୋହିତ ନଜର ଆସିବେ ।
ଏଥିସହ ପଢ଼ନ୍ତୁ: ଗିଲ୍ଙ୍କ ବଦଳରେ ଅଧିନାୟକ ହେବେ ରୋହିତ! ଆସିଲା ବଡ଼ ଅପଡେଟ୍
ଦ୍ଵି-ପାକ୍ଷିକ ସିରିଜ୍ ପାଇଁ ଭାରତୀୟ ଦଲ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ଦଳ ୩ଟି ଦିନିକିଆ ସହ ୫ଟି ଟି-ଟ୍ଵେଣ୍ଟି ଖେଳିବ । ହେଲେ ରୋହିତ ଓ ବିରାଟ ଉଭୟ ଟେଷ୍ଟ ଓ ଟି-ଟ୍ଵେଣ୍ଟିରୁ ଅବସର ଘୋଷଣା କରିଥିବାରୁ କେବଳ ୫୦ ଓଭର୍ ବିଶିଷ୍ଟ ଦିନିକିଆ ଖେଳିବେ ।
ଶନିବାର ଅହମଦାବାଦରେ ଚୟନ କମିଟି ମୁଖ୍ୟ ତଥା ପୂର୍ବତନ ପେସ୍ ବୋଲର ଅଜିତ ଅଗରକର ଭାରତୀୟ ଦଳକୁ ଭେଟିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଏବଂ ୧୪୦ ରନ୍ରେ ଜିତିଥିବା ବେଳେ ଚୟନ କମିଟି ମୁଖ୍ୟ ଭେଟିବା ଚର୍ଚ୍ଚା ସୃଷ୍ଟି କରିଛି ।
📱 Get Argus News App
✨
କୁହାଯାଉଛି, ଭାରତୀୟ ଦଳକୁ ଚୟନ କମିଟି ମୁଖ୍ୟ ଭେଟିବା ପଛର ଦଳର ଅଧିନାୟକତ୍ଵରେ ପରିବର୍ତ୍ତନ ଆଣିବା । ଦକ୍ଷିଣ ଆଫ୍ରିକାରେ ୨୦୨୭ ଦିନିକିଆ ବିଶ୍ଵକପ୍ ପୂର୍ବରୁ ଗିଲ୍ଙ୍କୁ ଦଳର ନେତୃତ୍ଵ ଦେବାକୁ ଚୟନ କମିଟି ଚିନ୍ତା କରୁଛି । ଏନେଇ ଅଗରକର ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କୁ ଜଣାଇଥିବା କୁହାଯାଉଛି ।
ଏଥିସହ ପଢ଼ନ୍ତୁ: ସୂର୍ଯ୍ୟକୁମାରଙ୍କ ନେତୃତ୍ଵରେ ଖେଳିବ ଭାରତ, ଗିଲ୍ ଉପଅଧିନାୟକ
୨୬ ବର୍ଷୀୟ ଗିଲ୍ ପୂର୍ବରୁ କ୍ରିକେଟ୍ର ୩ଟି ଯାକ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ଵେଣ୍ଟିରେ ଭାରତୀୟ ଦଳର ନେତୃତ୍ଵ ନେବା ସହ ଉପ ଅଧିନାୟକ ଭାବେ ଦାୟିତ୍ଵ ତୁଲାଇଛନ୍ତି । ସେହିଭଳି ରୋହିତ ଶର୍ମା ୨୦୨୧ ଡିସେମ୍ବରରୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଅଛନ୍ତି ।
୫୬ଟି ଦିନକିଆରେ ରୋହିତ ଭାରତୀୟ ଦଳର ନେତୃତ୍ଵ ନେଇଥିବା ବେଳେ ଭାରତ ୪୨ଟି ମ୍ୟାଚ୍ ଜିତିଛି, ୧୨ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ୨୦୧୮ ଏସିଆ କପ୍ରେ ରୋହିତ କାମଚଳା ଅଧିନାୟକ ରହି ଦଳକୁ ଚାମ୍ପିଅନ୍ କରିଥିଲେ । ୨୦୨୩ରେ ତାଙ୍କ ନେତୃତ୍ଵରେ ଭାରତ ଦିନିକିଆ ବିଶ୍ଵକପ୍ ଜିତିଥିଲା ।
ରୋହିତ ଟେଷ୍ଟରୁ ଅବସର ନେବା ପରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦାଯିତ୍ଵ ଗିଲ୍ଙ୍କୁ ମିଳିଥିଲା । ଆଉ ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ଭାରତ ଗିଲ୍ଙ୍କ ନେତୃତ୍ଵରେ ୨-୨ରେ ଡ୍ର ରଖିଥିଲା ।
Related Topics
Explore more stories