Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / କ୍ୟାରିୟରର ପ୍ରଥମ ଶତକ ହାସଲ କରି ଇତିହାସ ସୃଷ୍ଟି କଲେ ଋତୁରାଜ ଗାଏକ୍ୱାଡ

Ritu Das
Browse all articles by Ritu Das
·7 months ago·2 min read
କ୍ୟାରିୟରର ପ୍ରଥମ ଶତକ ହାସଲ କରି ଇତିହାସ ସୃଷ୍ଟି କଲେ ଋତୁରାଜ ଗାଏକ୍ୱାଡ
Ruturaj

Key Points

ଋତୁରାଜ ଗାୟକୱାଡ ଏହି ମ୍ୟାଚ୍‌ରେ ଏକ ଚମତ୍କାର ଶତକ କରିଛନ୍ତି। ବିରାଟ କୋହଲି ତାଙ୍କ କାନ୍ଧକୁ ଥାପୁଡ଼େଇଥିଲେ ଯେତେବେଳେ ଗାଏକ୍ବାଡ ଶତକ କରିଥିଲେ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨ରେ ରାୟପୁରରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଶସ୍ତା କ୍ୟାଚରେ ଆଉଟ୍ ହୋଇଥିଲେ। ତା’ପରେ ବିରାଟ କୋହଲି ଏବଂ ଋତୁରାଜ ଗାୟକୱାଡ ଦାୟିତ୍ୱ ନେଇଥିଲେ। ଗାୟକୱାଡ ଏକ ଚମତ୍କାର ଶତକ ହାସଲ କରିଥିଲେ। ପୁରା ଷ୍ଟାଡିୟମ ଯେମିତି ଗାୟକ୍ବାଡଙ୍କ ସ୍ବାଗତ କରୁଥିଲା।
ଗାୟକୱାଡଙ୍କ ପ୍ରଥମ ଶତକ। 

ଏହାସହ ପଢ଼ନ୍ତୁ: DDCA କଲା କନ୍‌ଫର୍ମ: ଦିଲ୍ଲୀ ଜର୍ସି ପିନ୍ଧିବାକୁ ବିରାଟ ରାଜି


ଋତୁରାଜ ଗାୟକୱାଡ ଏହି ମ୍ୟାଚ୍‌ରେ ଏକ ଚମତ୍କାର ଶତକ କରିଛନ୍ତି। ବିରାଟ କୋହଲି ତାଙ୍କ କାନ୍ଧକୁ ଥାପୁଡ଼େଇଥିଲେ ଯେତେବେଳେ ଗାଏକ୍ବାଡ ଶତକ କରିଥିଲେ। ସେ ତାଙ୍କ ଏକଦିବସୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଗାୟକୱାଡ ଏହା ପୂର୍ବରୁ ଭାରତ ପାଇଁ ଟି-୨୦ରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ଧୂଆଁଧାର ବ୍ୟାଟିଂ କରି ୭୭ ବଲ୍‌ରେ ତାଙ୍କର ଶତକ ପୂରଣ ସୃଷ୍ଟି କରିଥିଲେ। ସେ ୧୨ ଚୌକା ସହିତ ୨ଟି ଛକା ମାରିଥିଲେ। ସେ ୮୩ ବଲ୍‌ରେ ୧୦୫ ରନ୍ କରି ପାଭିଲିୟନ ଫେରିଥିଲେ। ଅନ୍ୟପକ୍ଷେ ବିରାଟ କୋହଲି ୯୦ ବଲ୍‌ରେ ନିଜର ୮୪ତମ ଏକଦିବସୀୟ ଶତକ ହାସଲ କରିଛନ୍ତି।



ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୮ ବଲ୍‌ରେ ୧୪ ରନ କରି ବିଦାୟ ନେଇଥିଲେ। ପଞ୍ଚମ ଓଭରର ପଞ୍ଚମ ବଲ୍‌ରେ ନାଣ୍ଡ୍ରେ ବର୍ଗରଙ୍କ ଦ୍ୱାରା ସେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ, ରୋହିତ ସେହି ଓଭରର ପ୍ରଥମ ତିନୋଟି ବଲ୍‌ରେ ଲଗାତାର ଚୌକା ମାରିଥିଲେ। ତାଙ୍କ ଆଉଟ ହେବା ପରେ, ବିରାଟ କୋହଲି ଯଶସ୍ବୀ ଜୟସ୍ବାଲଙ୍କ ସହିତ ଯୋଗଦେବା ପାଇଁ କ୍ରିଜ୍‌କୁ ଆସିଥିଲେ। ହେଲେ ଯଶସ୍ବୀ ୩୮ବଲରୁ ୨୨ରନ କରି ପାଭିଲିୟନ ଫେରିଥିଲେ। ଏହାପରେ କମାଣ ସମ୍ଭାଳିଥିଲେ ବିରାଟ ଏବଂ ଗାଏକ୍ବାଡ। 



ଆଜିର ଦ୍ବିତୀୟ ଦିନିକିଆରେ ଭାରତ ଟିମ ପକ୍ଷରୁ ପ୍ଲେଇଙ୍ଗ ୧୧ରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା। ରାଞ୍ଚିରେ ଟିମ ଯେମିତି ଥିଲା ରାୟପୁରରେ ସେହି ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଛନ୍ତି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ruturaj Gaikwad Creates History with His First Career Century | Argus News