|
logo
Live
Argus News App
GET APP

Argus News - କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ

Sports

Womens World Cup / କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ

Banajyotshna Ray
Browse all articles by Banajyotshna Ray
·4 months ago·2 min read
କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ

Key Points

କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ
ଭାରତୀୟ ଖେଳାଳିଙ୍କ ପାଇଁ ଏମିତି କଲେ ଯୁବକ
କହିଲେ ବିଶ୍ୱ ବିଜେତାଙ୍କ ପାଇଁ କିଛି ବି କରିବି

ଆମ ଝିଅଙ୍କୁ ନେଇ ବିଶ୍ୱ ଗର୍ବିତ। ସବୁଠି ଖୁସିର ମାହୋଲ। ନଭେମ୍ୱର ୨ ତାରିଖ ସବୁ ଭାରତୀୟଙ୍କର ନିଶ୍ଚୟ ମନେ ରହିବ। କାହିଁକି ନା ଏହି ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଏକ ଐତିହାସିକ ଦିନ ଥିଲା। ଭାରତ ପ୍ରଥମ ଥର ପାଇଁ ମହିଳା ODI ବିଶ୍ୱକପ୍ ଜିତିଲା। ଏହି ସ୍ମରଣୀୟ ବିଜୟ ସାରା ଦେଶରେ ବ୍ୟାପକ ଉତ୍ସବ ସୃଷ୍ଟି କରିଥିଲା। ଷ୍ଟାର ଭାରତୀୟ କ୍ରିକେଟର୍ ସ୍ମୃତି ମନ୍ଧାନା ତାଙ୍କ ସାଥୀ ଖେଳାଳି ଏବଂ ପ୍ରେମିକ ପଲାଶ ମୁଛଲଙ୍କ ସହିତ ଏହି ବିଶେଷ ମୁହୂର୍ତ୍ତକୁ ପାଳନ କରିଥିଲେ। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏହା ଦେଖି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ମଧ୍ୟ ପ୍ରକାଶ ପାଉଛି।

ପଲାଶ ହେଉଛନ୍ତି ସ୍ମୃତି ମନ୍ଦାନାଙ୍କ ପ୍ରେମିକ। ଖୁବଶୀଘ୍ର ଦୁହିଁଙ୍କ ବିବାହ ହେବାକୁ ଯାଉଛି। ପଲାଶ ସବୁବେଳେ ସ୍ମୃତିଙ୍କ ସହ ଖୁସି ମନାଇବାକୁ ଚାହୁଁଛନ୍ତି। ସେ କୁହନ୍ତି, ତୁମ ଖୁସିରେ ମୁଁ ଖୁସି। ଆଉ ଏହି ଖୁସିକୁ ଦ୍ୱିଗୁଣିତ କରିବା ପାଇଁ କିଛି ସ୍ପେଶାଲ କରିଥିଲେ ପଲାଶ। ଏହି ସ୍ୱତନ୍ତ୍ର ଅବସରରେ ସଙ୍ଗୀତକାର ଏବଂ ନିର୍ଦ୍ଦେଶକ ପଳାଶ ମୁଛଲ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ ସ୍ମୃତି ମନ୍ଧାନାଙ୍କ ସହିତ ପଡ଼ିଆରେ ଯୋଗ ଦେଇ ବିଜୟ ପାଳନ କରିଥିଲେ। ପଳାଶ ମୁଛଲ ମଧ୍ୟ ଏହି ଅବସରରେ କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଭାଇରାଲ ହେଉଛି। ପଲାଶ ମୁଛଲଙ୍କ ହାତରେ ସ୍ମୃତି ମନ୍ଧାନାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟାଟୁ ଅଛି। “SM18” ଲେଖାଥିବା ଏହି ଟାଟୁ ସ୍ମୃତି ମନ୍ଧାନାଙ୍କ ନାମ, ତାଙ୍କ ଜନ୍ମ ତାରିଖ ଏବଂ ତାଙ୍କ ଜର୍ସି ନମ୍ବରକୁ ପ୍ରତିନିଧିତ୍ୱ କରେ। ତାଙ୍କର ଜନ୍ମଦିନ ଜୁଲାଇ ୧୮ ତାରିଖ, ଏବଂ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ନମ୍ବର ଜର୍ସି ପିନ୍ଧନ୍ତି।

ପଲାଶ ମୁଛଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ମୃତି ମନ୍ଧାନାଙ୍କ ସହିତ ନଜର ଆସୁଛନ୍ତି। ଏହି ଫଟୋରେ ଉଭୟ ଭାରତୀୟ ପତାକା କାନ୍ଧରେ ପକାଇ ବିଶ୍ୱକପ୍ ଟ୍ରଫି ଧରିଛନ୍ତି। ସେ ଏହାର କ୍ୟାପସନ ଦେଇଛନ୍ତି, “ମୁଁ କ’ଣ ଏବେ ବି ସ୍ୱପ୍ନ ଦେଖୁଛି?” ଅନ୍ୟ ଏକ ପୋଷ୍ଟରେ ସ୍ମୃତି ମନ୍ଧାନା ହସୁଛନ୍ତି ଏବଂ ପଲାଶ ଟ୍ରଫି ଧରିଥିବାର ଦେଖାଯାଇଛି। ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଦମ୍ପତି ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ପଲାଶ ମୁଛଲ ଏପରିକି କହିଥିଲେ, “ସେ ଖୁବ୍ ଶୀଘ୍ର ଇନ୍ଦୋରର ବୋହୂ ହେବେ। ମୁଁ କେବଳ ଏତିକି କହିବାକୁ ଚାହୁଁଛି।”



ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଶ୍ୱକପ ବିଜୟ ଦେଶ ପାଇଁ କେବଳ ଗର୍ବ ଆଣିନାହିଁ ବରଂ ଖେଳାଳିଙ୍କ ବ୍ରାଣ୍ଡ ମୂଲ୍ୟକୁ ମଧ୍ୟ ବୃଦ୍ଧି କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଟିମ ଇଣ୍ଡିଆ ପ୍ରଥମ ମହିଳା ବିଶ୍ୱକପ ଟାଇଟଲ ଜିତିଛି। ଏହି ବିଜୟ ପରେ, ଖେଳାଳିମାନଙ୍କୁ ସମର୍ଥନ ଏବଂ ବ୍ରାଣ୍ଡ ଡିଲର ବର୍ଷା ହେଉଛି। ପ୍ରମୁଖ କମ୍ପାନୀଗୁଡ଼ିକ ଏବେ ସେମାନଙ୍କ ସହିତ ସହଭାଗୀ ହେବାକୁ ଚାହୁଁଛନ୍ତି, ଏବଂ ସେମାନଙ୍କର ସୋସିଆଲ ମିଡିଆ ଫ୍ୟାନ ଫଲୋଇଂ ଦ୍ୱିଗୁଣିତ ଏବଂ ତିନିଗୁଣ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Womens World Cup: କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ | Argus News