Suryakumar Viral Video / ନୋରାଙ୍କ ଡ୍ୟାନ୍ସରେ ମଜା ନେଲେ ସୂର୍ଯ୍ୟକୁମାର! ଦେବିଶାଙ୍କ ମୋବାଇଲରେ କଏଦ ହେଲା ଭାଇରାଲ ଭିଡିଓ
·5 months ago·2 min read

Key Points
ମ୍ୟାଚ ପୂର୍ବରୁ ସୂର୍ଯ୍ୟ କୁମାର ଯାଦବଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଅଭିନେତ୍ରୀ ନୋରା ଫତୋହି ଡ୍ୟାନ୍ସ କରୁଛନ୍ତି । ଆଉ ସୂର୍ଯ୍ୟା...
ସତରେ ସମସ୍ତେ ନିଜ ସ୍ତ୍ରୀଙ୍କୁ ଭାରି ଡରନ୍ତି। ଆଉ ଏହାର ପ୍ରମାଣ ଦେଇଛନ୍ତି ଭାରତୀୟ ଷ୍ଟାର ଅଲରାଉଣ୍ଡର ସୂର୍ଯ୍ୟ କୁମାର ଯାଦବ। ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଗୁରୁବାର ନାମିବ୍ୟା ବିପକ୍ଷ ମ୍ୟାଚରେ ମଧ୍ୟ ସେ ଦଳ ପାଇଁ ବଡ଼ ସ୍କୋର କରି ବିଜୟ ଧାରାକୁ ଜାରି ରଖିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ତେବେ ମ୍ୟାଚ ପୂର୍ବରୁ ସୂର୍ଯ୍ୟ କୁମାର ଯାଦବଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଅଭିନେତ୍ରୀ ନୋରା ଫତୋହି ଡ୍ୟାନ୍ସ କରୁଛନ୍ତି । ଯାହାର ମଜା ଗ୍ୟାଲେରୀରେ ରହି ଉଠାଉଛନ୍ତି ସୂର୍ଯ୍ୟ କୁମାର ଯାଦବ । ଆଉ ଏହି ଭିଡିଓ ନିଜେ ମୋବାଇଲରେ କଏଦ କରିଛନ୍ତି ତାଙ୍କ ପତ୍ନୀ ଦେବିଶା।
ଆମେରିକା ବିପକ୍ଷରେ ଉଦଘାଟନୀ ମ୍ୟାଚ ଖେଳିଥିଲା ଭାରତ । ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯେଉଁଠି ଭାରତୀୟ ଖେଳାଳିମାନେ ଡ୍ରେସିଂରୁମ ବାଲକୋନୀରେ ରହି ନୋରାଙ୍କ ଡ୍ୟାନ୍ସର ମଜା ନେଉଥିଲେ । ଏହି ସମୟରେ ମୋବାଇଲରେ ଭିଡିଓ କରୁଥିଲେ ଦେବୀଶା। ସ୍ବାମୀ କଣ କରୁଛନ୍ତି ଏହା ଉପରେ ନଜର ରଖିଥିଲେ । ଆଉ ମୋବାଇଲ ଯେତେବେଳେ ଦେଖିଥିଲେ ସୂର୍ଯ୍ୟ ସେ ହସି ଦେଇଥିଲେ । ପାଖରେ ଥିବା ଇଶାନ କିଷନ ଏବଂ ଅର୍ଶଦୀପ ହସି ଦେଇଥିଲେ ଏବଂ ହାତ ଉଠାଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି ।
କହି ରଖୁଛୁ କି, ଆମେରିକା ବିପକ୍ଷ ମ୍ୟାଚରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପାଓ୍ବାର ପ୍ଲେରେ ୪୬ ରନରେ ୪ ଓ୍ବିକେଟ ହରାଇଥିଲା । ସଙ୍କଟମୋଚକ ସାଜି ଶେଷ ପର୍ଯ୍ୟନ୍ତ ଲଢ଼ି ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ୪୯ ବଲରେ ୮୫ ରନ୍ କରି ଅପରାଜିତ ରହିଥିଲେ । ଜବାବରେ, ଆମେରିକା ଦଳ କେବଳ ୧୩୨ ରନ୍ କରିପାରିଥିଲା ଏବଂ ଭାରତ ୨୯ ରନରେ ମ୍ୟାଚ୍ ଜିତିଥିଲା। ତେବେ ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଦମଦାର ବ୍ୟାଟିଂ କରି ଦଳକୁ ବଞ୍ଚାଇ ଦେଇଥିଲେ । ଆଜି ମଧ୍ୟ ବଡ଼ ପାଳି ଖେଳିବେ ବୋଲି ଆଶା ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍ ଖେଳିବା ନେଇ ମୁହଁ ଖୋଲିଲେ ହିଟମ୍ୟାନ୍…କହିଲେ "ମୁଁ ସେହି ବିଶ୍ୱକପ ଚାହୁଁଛି"
Surya Kumar Yadav's wife caught him in 4K watching Nora Fatehi's dance performance at the opening ceremony. Hilarious reactions from Ishan Kishan and Arshdeep Singh! 😃 pic.twitter.com/EopH7WvOez
— Deepu (@deepu_drops) February 12, 2026
ଆମେରିକା ବିପକ୍ଷରେ ଉଦଘାଟନୀ ମ୍ୟାଚ ଖେଳିଥିଲା ଭାରତ । ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯେଉଁଠି ଭାରତୀୟ ଖେଳାଳିମାନେ ଡ୍ରେସିଂରୁମ ବାଲକୋନୀରେ ରହି ନୋରାଙ୍କ ଡ୍ୟାନ୍ସର ମଜା ନେଉଥିଲେ । ଏହି ସମୟରେ ମୋବାଇଲରେ ଭିଡିଓ କରୁଥିଲେ ଦେବୀଶା। ସ୍ବାମୀ କଣ କରୁଛନ୍ତି ଏହା ଉପରେ ନଜର ରଖିଥିଲେ । ଆଉ ମୋବାଇଲ ଯେତେବେଳେ ଦେଖିଥିଲେ ସୂର୍ଯ୍ୟ ସେ ହସି ଦେଇଥିଲେ । ପାଖରେ ଥିବା ଇଶାନ କିଷନ ଏବଂ ଅର୍ଶଦୀପ ହସି ଦେଇଥିଲେ ଏବଂ ହାତ ଉଠାଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି ।
କହି ରଖୁଛୁ କି, ଆମେରିକା ବିପକ୍ଷ ମ୍ୟାଚରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପାଓ୍ବାର ପ୍ଲେରେ ୪୬ ରନରେ ୪ ଓ୍ବିକେଟ ହରାଇଥିଲା । ସଙ୍କଟମୋଚକ ସାଜି ଶେଷ ପର୍ଯ୍ୟନ୍ତ ଲଢ଼ି ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ୪୯ ବଲରେ ୮୫ ରନ୍ କରି ଅପରାଜିତ ରହିଥିଲେ । ଜବାବରେ, ଆମେରିକା ଦଳ କେବଳ ୧୩୨ ରନ୍ କରିପାରିଥିଲା ଏବଂ ଭାରତ ୨୯ ରନରେ ମ୍ୟାଚ୍ ଜିତିଥିଲା। ତେବେ ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଦମଦାର ବ୍ୟାଟିଂ କରି ଦଳକୁ ବଞ୍ଚାଇ ଦେଇଥିଲେ । ଆଜି ମଧ୍ୟ ବଡ଼ ପାଳି ଖେଳିବେ ବୋଲି ଆଶା ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍ ଖେଳିବା ନେଇ ମୁହଁ ଖୋଲିଲେ ହିଟମ୍ୟାନ୍…କହିଲେ "ମୁଁ ସେହି ବିଶ୍ୱକପ ଚାହୁଁଛି"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories