Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Teenage Sensation / ଟେଷ୍ଟ ମ୍ୟାଚ୍‌କୁ ଓ୍ୱାନ୍‌ ଡେ' ଭଳି ଖେଳୁଛନ୍ତି ବୈଭବ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଟେଷ୍ଟ ମ୍ୟାଚ୍‌କୁ ଓ୍ୱାନ୍‌ ଡେ' ଭଳି ଖେଳୁଛନ୍ତି ବୈଭବ

Key Points

ଅଷ୍ଟ୍ରେଲିଆ ବିପକ୍ଷ ଏହି ୟୁଥ୍‌ ଟେଷ୍ଟ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ମୋଟ ୧୭ଟି ଚୌକା ଏବଂ ଛକା ମାରିଛନ୍ତି।

ସେ ୮୬ଟି ବଲ୍‌ରେ ୯ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୧୩ ରନ୍‌ର ଇନିଂସ ଖେଳି ଆଉଟ୍ ହୋଇଥିଲେ।

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟରେ ନିରନ୍ତର ଭାବେ ନିଜର ଦବଦବା ଜାହିର କରି ଆସୁଛନ୍ତି। ବୟସ କମ୍‌.. କିନ୍ତୁ ତାଙ୍କ କାରନାମା ଦିନକୁ ଦିନ ବଡ଼ ହେବାରେ ଲାଗିଛି । ସମସ୍ତେ ତାଙ୍କ କାରନାମାକୁ ନେଇ ଚର୍ଚ୍ଚା କରୁଛନ୍ତି । ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ IPLରେ, ତା'ପରେ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟ୍‌ରେ ଏବଂ ଏବେ ୟୁଥ୍‌ ଟେଷ୍ଟରେ ଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ ।

ଭାରତ ଅଣ୍ଡର ୧୯ ଦଳର ଏହି ଦୁର୍ଦଶ ବ୍ୟାଟସମ୍ୟାନ୍... ଅଷ୍ଟ୍ରେଲିଆ ଅଣ୍ଡର ୧୯ ଦଳର ବୋଲରଙ୍କୁ ପ୍ରବଳ ଧୋଇଛନ୍ତି । ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ବିତ କରିଛି। ସେ ୟୂଥ୍‌ ଟେଷ୍ଟର ଏହି ମ୍ୟାଚ୍କୁ ଦିନିକିଆ ମ୍ୟାଚ୍ ପରି ଖେଳିଥିଲେ, ଯେଉଁଥିରେ ସେ ଚୌକା ଏବଂ ଛକା ବର୍ଷା କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ଖୁବ୍‌ ଅଧିକ ରହିଛି।


ଏହାସହ ପଢ଼ନ୍ତୁ:- ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା


ଅଷ୍ଟ୍ରେଲିଆ ବିପକ୍ଷ ଏହି ୟୁଥ୍‌ ଟେଷ୍ଟ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ମୋଟ ୧୭ଟି ଚୌକା ଏବଂ ଛକା ମାରିଛନ୍ତି। ସେ ୮୬ଟି ବଲ୍‌ରେ ୯ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୧୩ ରନ୍‌ର ଇନିଂସ ଖେଳି ଆଉଟ୍ ହୋଇଥିଲେ। ତାଙ୍କର ଷ୍ଟ୍ରାଇକ୍‌ ରେଟ୍ ୧୩୧ରୁ ଅଧିକ ଥିଲା । ସାଧାରଣତଃ ODI ଏବଂ T20 କ୍ରିକେଟ୍‌ରେ ଖେଳାଳିମାନଙ୍କ ଏଭଳି ଷ୍ଟ୍ରାଇକ୍‌ରେଟ୍‌ ରହିଥାଏ । ବୈଭବ ସୂର୍ଯ୍ୟବଂଶୀ, ଓପନର୍ ଆୟୁଷ ମହାତ୍ରେଙ୍କ ସହିତ ମିଶି ଦଳକୁ ଏକ ଦମ୍‌ଦାର ଷ୍ଟାର୍ଟିଂ ଦେଇଥିଲେ । ଏହା ପରେ ଦୁଇଟି ୱିକେଟ୍ ପଡ଼ିଥିଲେ ମଧ୍ୟ, ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆକୁ ଝାଳ ବୁହାଇ ଦଳକୁ ୨୦୦ ରନ୍‌ ପାର କରାଇଥିଲେ।

ୟୁଥ୍‌ କ୍ରିକେଟରେ ଏହି ବାମହାତୀ ବ୍ୟାଟସମ୍ୟାନଙ୍କ ଦବ୍‌ଦବା ଖୁବ୍‌ ଅଧିକ ରହିଛି । କାରଣ ସେ ୟୁଥ୍‌ ODIରେ ଇଂଲଣ୍ଡ ବିପକ୍ଷରେ ବି ଶତକ ହାସଲ କରିଛନ୍ତି। IPLରେ ମଧ୍ୟ ସେ ନିଜ ନାଁରେ ଶତକ ଯୋଡ଼ିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ସେ କୌଣସି ବୋଲରଙ୍କୁ ଭୟ କରନ୍ତି ନାହିଁ । IPL ଭଳି ଟୁର୍ଣ୍ଣାମେଣ୍ଟରେ ଯଦି ସେ ଶତକ ହାସଲ କରି ପାରୁଛନ୍ତି, ତେବେ ୟୁଥ୍‌ କ୍ରିକେଟର ସେ ମୁକୁଟ ବିହୀନ ସମ୍ରାଟ କହିଲେ ଭୁଲ ହେବନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- LPGରୁ UPI, ଅନଲାଇନ ଗେମିଂରୁ ସ୍ପିଡ୍‌ ପୋଷ୍ଟ ନିୟମରେ ବଡ଼ ପରିବର୍ତ୍ତନ !


ହିଲି ଓଭାଲରେ ଖେଳାଯାଉଥିବା ଏହି ୟୁଥ୍‌ ଟେଷ୍ଟ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୭୮ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ। ତେବେ ବୈଭଙ୍କ କ୍ୟାରିୟର ଆଗକୁ ଖୁବ୍‌ ଉଜ୍ଜଳ ବୋଲି କହିଛନ୍ତି ଅନେକ କ୍ରୀଡ଼ାବିତ୍ ।

Related Topics

Explore more stories

Sponsored
Teenage Sensation | Teenage sensation! Vaibhav Suryavanshi smashes record-breaking century vs Australia U-19 | Argus News