Board exam controversy / "ମୁଁ ଏଥର ବୋର୍ଡ ପରୀକ୍ଷା ଦେବିନି"... ବୈଭବ କହିଲେ ପାଠରୁ ମୋତେ କଣ ମିଳିବ!
·7 months ago·2 min read

Key Points
ବୈଭବ ଚଳିତ ବର୍ଷ ପରୀକ୍ଷା ଦେବେ ନାହିଁ
ବର୍ତ୍ତମାନ ରାଜସ୍ଥାନ ରୟାଲ୍ସର ପ୍ରି-ସିଜିନ୍ କ୍ୟାମ୍ପରେ ଯୋଗ ଦେବା ପାଇଁ ନାଗପୁରରେ ଅଛନ୍ତି

ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ କିଣୁଛନ୍ତି। ଏହାର ପ୍ରଭାବ କ୍ରିକେଟ ପାଇଁ ପାଗଳ ପ୍ରତ୍ୟେକ ଭାରତୀୟଙ୍କ ଉପରେ ପଡୁଛି। ଆଗରୁ ବାପା, ମାଆ ମାନେ ପିଲାମାନଙ୍କୁ ସକାଳୁ ସକାଳୁ ସ୍କୁଲ୍ ବା ଟ୍ୟୁସନ ନେଇଯାଉଥିବା ବେଳେ ଏବେ କ୍ରିକେଟ ପଡିଆକୁ ଧାଉଁଛନ୍ତି। କାରଣ କେତେବେଳେ କାହାର ଭାଗ୍ୟ ଖୋଲିଯାଇପାରେ…। ତେଣୁ ବର୍ତ୍ତମାନ ସମୟରେ ଅନେକ ଅଭିଭାବକ ‘ପାଠପଢ଼ା ଚୁଲିକୁ ଠେଲି ଦେଇ, କ୍ରିକେଟ ପଛରେ ମାତିବାର’ ଦେଖିବାକୁ ମିଳୁଛି।
ଏହାରି ମଧ୍ୟରେ ଖବର ଆସିଛି ଯେ, ୧୪ ବର୍ଷୀୟ କ୍ରିକେଟ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ନିଜର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେନାହିଁ। ପାଠପଢ଼ା ଅପେକ୍ଷା କ୍ରିକେଟ ମଇଦାନର ପ୍ରତିବଦ୍ଧତାକୁ ସେ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ନିକଟରେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଏହି ବାମହାତୀ ବ୍ୟାଟର ଆଇପିଏଲ 2026 ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ବୈଭବଙ୍କ କୋଚ୍ ମନୀଷ ଓଝା ଏବଂ ତାଙ୍କ ବାପା ନିଶ୍ଚିତ କରିଛନ୍ତି ଯେ, ବୈଭବ ଚଳିତ ବର୍ଷ ପରୀକ୍ଷା ଦେବେ ନାହିଁ। ୨୦୨୫ରୁ ସେ ୧୯ ବର୍ଷରୁ କମ୍ ବିଶ୍ୱକପ ଏବଂ ଇଣ୍ଡିଆ-ଏ ଦଳ ପାଇଁ ଅନ୍ତର୍ଜାତୀୟ ଗସ୍ତରେ ରହିଥିବାରୁ ପାଠପଢ଼ା ପାଇଁ ସମୟ ପାଇନାହାନ୍ତି। ଆସନ୍ତା ଆଇପିଏଲ୍ ସିଜିନ୍ ପାଇଁ
ସେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସର ପ୍ରି-ସିଜିନ୍ କ୍ୟାମ୍ପରେ ଯୋଗ ଦେବା ପାଇଁ ନାଗପୁରରେ ଅଛନ୍ତି। ତାଜପୁରର ମୋଡେଷ୍ଟି ସ୍କୁଲର ଛାତ୍ର ବୈଭବଙ୍କ ପରୀକ୍ଷା ଫେବୃଆରୀ ୧୭ରୁ ମାର୍ଚ୍ଚ ୧୧ ମଧ୍ୟରେ ହେବାର ଥିଲା। ସମସ୍ତିପୁରର ପୋଦ୍ଦାର ଇଣ୍ଟରନ୍ୟାସନାଲ ସ୍କୁଲରେ ତାଙ୍କର ପରୀକ୍ଷା କେନ୍ଦ୍ର ପଡ଼ିଥିଲା ଏବଂ ଆଡମିଟ୍ କାର୍ଡ ମଧ୍ୟ ଆସିସାରିଥିଲା, ମାତ୍ର ସେ କ୍ରିକେଟ୍ ପ୍ରତିବଦ୍ଧତା ଯୋଗୁଁ ଅନୁପସ୍ଥିତ ରହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢ଼ନ୍ତୁ ଏହି ଖବର: ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍ଭି ଅସନ୍ତୋଷ: ଦଳରୁ ବାଦ୍ ପଡିବେ ବାବର, ଶାହିନ
ବୈଭବ ସୂର୍ଯ୍ୟବଂଶୀ ୨୦୨୬ ୧୯ ବର୍ଷରୁ କମ୍ ବିଶ୍ୱକପରେ ନିଜର ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଫାଇନାଲରେ ମାତ୍ର ୮୦ ବଲରୁ ୧୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦ଟି ଛକା ମାରି ଦେୱାଲ୍ଡ ବ୍ରେଭିସଙ୍କ ରେକର୍ଡ ଭାଙ୍ଗିଥିଲେ। ୭ଟି ମ୍ୟାଚରୁ ୪୩୯ ରନ୍ ସଂଗ୍ରହ କରି ସେ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଏବଂ ଫାଇନାଲରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ। ତେବେ କ୍ରିକେଟରୁ ଉତ୍ତମ ରୋଜଗାର ଏବଂ ସଫଳତା ମିଳୁଥିବାରୁ ବୈଭବ ପାଠପଢ଼ାକୁ ପଛରେ ପକାଇ ନିଜ କ୍ୟାରିୟରକୁ ଗୁରୁତ୍ୱ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Related Topics
Explore more stories