Virat Kohli / ନିଜ ମା’ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆଓ୍ୱାର୍ଡ କାହିଁକି ଦିଅନ୍ତି ବୋଲି ବଡ଼ କଥା କହିଲେ କୋହଲି...
·8 months ago·2 min read

Key Points
ଉପସ୍ଥାପିକା ହର୍ଷା ଭୋଗଲେ ବିରାଟଙ୍କୁ ପଚାରିଥିଲେ, “୪୫ଟି ପ୍ଲେୟର ଅଫ୍ ଦ ମ୍ୟାଚ୍, ଯାହାକି ବହୁତ ଅଧିକ। ଏହାକୁ ରଖିବା ପାଇଁ ନିଶ୍ଚିତ ଭାବରେ ତୁମକୁ ଏକ ସ୍ୱତନ୍ତ୍ର ରୁମ୍ ର ଆବଶ୍ୟକତା ଥିବ”?
ଭଦୋଦରାରେ ଖେଳାଯାଇଥିବା ପ୍ରଥମ ODI ଭାରତ ପାଇଁ ବିଜୟ ଆଣିଦେଇଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗୁଆ ହୋଇଛି। ଆଉ ଏହି ପ୍ରଥମ ODIରେ ଭାରତୀୟ ଦଳର ବିଜୟର ନାୟକ ଥିଲେ ବିରାଟ କୋହଲି। ଏହି ମ୍ୟାଚ୍ରେ ବିରାଟ ୯୩ ରନ୍ କରି ଆଉଟ୍ ହୋଇଥିଲେ।
୩୦୧ ରନ୍ର ଟାର୍ଗେଟ୍କୁ ପିଛା କରି, ସେ ଏହି ଇନିଂସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ, ୯୧ ବଲ୍ରେ ଖେଳିଥିଲେ ବିଶାଳ ପାଳି, ଯାହା ତାଙ୍କର ODIରେ ୪୫ତମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଏବଂ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୭୧ତମ ଥିଲା। ଏବେ ପ୍ରଶ୍ନ ହେଉଛି, ଏତେ ଆଓ୍ୱାର୍ଡ ବିରାଟ କୋହଲି କ’ଣ କରନ୍ତି? ସେ ତାଙ୍କ ମାଆଙ୍କୁ କାହିଁକି ଦିଅନ୍ତି?
ଏହାସହ ପଢ଼ନ୍ତୁ: ବିଶ୍ବକପ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ପନ୍ତଙ୍କ ପରେ ODI ସିରିଜ୍ରୁ ବାଦ୍ ପଡ଼ିଲେ ସୁନ୍ଦର
ନିଜ ମା’ଙ୍କୁ POTM ଆଓ୍ୱାର୍ଡ କାହିଁକି ଦିଅନ୍ତି ବିରାଟ:
ମ୍ୟାଚ୍ ପରେ ଉପସ୍ଥାପନା ସମୟରେ ବିରାଟ କୋହଲି ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ଯେତେବେଳେ ଉପସ୍ଥାପିକା ହର୍ଷା ଭୋଗଲେ ତାଙ୍କୁ ପଚାରିଥିଲେ, “୪୫ଟି ପ୍ଲେୟର ଅଫ୍ ଦ ମ୍ୟାଚ୍, ଯାହାକି ବହୁତ ଅଧିକ। ଏହାକୁ ରଖିବା ପାଇଁ ନିଶ୍ଚିତ ଭାବରେ ତୁମକୁ ଏକ ସ୍ୱତନ୍ତ୍ର ରୁମ୍ ର ଆବଶ୍ୟକତା ଥିବ”?
ଆଉ ଏହି ପ୍ରଶ୍ନର ବିରାଟ ଉତ୍ତର ଦେଇଥିଲେ ଯେ ସେ ସେଗୁଡ଼ିକୁ ଗୁରୁଗ୍ରାମରେ ତାଙ୍କ ମାଆଙ୍କ ପାଖକୁ ପଠାନ୍ତି। ସେ ତାଙ୍କ ମାଆଙ୍କୁ ଆଓ୍ୱାର୍ଡ ପଠାଇବାର କାରଣ ମଧ୍ୟ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ ତାଙ୍କ ମାଆ ତାଙ୍କ ଟ୍ରଫିଗୁଡ଼ିକୁ ରଖିବାକୁ ପସନ୍ଦ କରନ୍ତି ଏବଂ ଗର୍ବ ଅନୁଭବ କରନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ତର୍ଜାତୀୟ କ୍ରିକେଟରେ କାହାର ସର୍ବାଧିକ POTM ଆଓ୍ୱାର୍ଡ:
ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଅଛି। କେବଳ ସଚିନ ତେନ୍ଦୁଲକର ତାଙ୍କଠାରୁ ଅଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୭୬ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି, ଯେତେବେଳେ ବିରାଟ କୋହଲି ୭୧ ଥର ଜିତିଛନ୍ତି, ଯାହା ମଧ୍ୟରୁ ୪୫ ଥର କେବଳ ଦିନିକିଆ ମ୍ୟାଚ୍ ରେ ଜିତିଛନ୍ତି।
ଏହାର ଅର୍ଥ ହେଉଛି ସେହି ଦିନ ଦୂର ନୁହେଁ ଯେତେବେଳେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବାର ରେକର୍ଡ ନିଜ ନାମରେ କରିପାରିବେ। ତାଙ୍କ ଏବଂ ସଚିନଙ୍କ ମଧ୍ୟରେ ଏବେ କେବଳ ପାଞ୍ଚ ଥରର ବ୍ୟବଧାନ ରହିଛି।

Related Topics
Explore more stories