Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gambhir vs Virat / ଭଲ ନାହିଁ ବିରାଟ-ଗମ୍ଭୀରଙ୍କ ସମ୍ପର୍କ, ନିଷ୍ପତ୍ତି ବଦଳାଇଲା BCCI !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଭଲ ନାହିଁ ବିରାଟ-ଗମ୍ଭୀରଙ୍କ ସମ୍ପର୍କ, ନିଷ୍ପତ୍ତି ବଦଳାଇଲା BCCI !
Gautam Gambhir vs Virat Kohli

Key Points

ବିସିସିଆଇର ବରିଷ୍ଠ ଅଧିକାରୀ ଓ ଭାରତୀୟ ଟିମ ମ୍ୟାନେଜମେଣ୍ଟ ମଧ୍ୟରେ ଦ୍ୱିତୀୟ ଦିନିକିଆ ପୂର୍ବରୁ ବୈଠକ ବସିବ।
ଏହି ବୈଠକରେ ଡ୍ରେସିଂ ରୁମ ବିବାଦ ସମ୍ପର୍କରେ ଆଲୋଚନା ହେବ।
 

ଭାରତୀୟ କ୍ରିକେଟ୍ କୋଚ୍‌ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କିଏ ବା ନଜାଣିଛି । ଏକଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପ୍ରଥମେ ଅଜିତ ଅଗରକରଙ୍କୁ ଦୁହିଁଙ୍କ ଭିତରେ ଥିବା ସମସ୍ୟା ସମାଧାନ ଓ ବୁଝାମଣା ପାଇଁ BCCI ଦାୟିତ୍ୱ ଦେଇଥିଲା । କିନ୍ତୁ ସେଥିରେ ସେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ତେଣୁ ଏବେ ପ୍ରଜ୍ଞାନ ଓଝାଙ୍କୁ ମଧ୍ୟ ଦାୟିତ୍ୱ ଦେଲା BCCI । ଯେତେଶୀଘ୍ର ସେମାନଙ୍କ ମଧ୍ୟରେ ସମସ୍ୟାର ସମାଧାନ ହେବ, ସେତେଶୀଘ୍ର ଏହା ଦଳ ପାଇଁ ଭଲ ହେବ ।

ବୁଧବାର ବିସିସିଆଇର ବରିଷ୍ଠ ଅଧିକାରୀ ଓ ଭାରତୀୟ ଟିମ ମ୍ୟାନେଜମେଣ୍ଟ ମଧ୍ୟରେ ଦ୍ୱିତୀୟ ଦିନିକିଆ ପୂର୍ବରୁ ବୈଠକ ବସିବ। ଏହି ବୈଠକରେ ଡ୍ରେସିଂ ରୁମ ବିବାଦ ସମ୍ପର୍କରେ ଆଲୋଚନା ହେବ। ବିରାଟ ଓ ରୋହିତଙ୍କ ଭବିଷ୍ୟତକୁ ନେଇ ମଧ୍ୟ ବିସିସିଆଇ କୌଣସି ବଡ଼ ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି ।

ଅଗରକରଙ୍କ ବଦଳରେ ଅନ୍ୟତମ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ମଧ୍ୟସ୍ଥି ସଜାଇବା ପରେ ବିରାଟଙ୍କ ସହ ସେ ଆଲୋଚନ କରିଛନ୍ତି । ରାୟପୁର ଯିବା ପୂର୍ବରୁ ଏୟାରପୋର୍ଟରେ ଓଝା ଓ ବିରାଟ ବେଶ ଗୁରୁତ୍ୱ ଦେଇ କୌଣସି ପ୍ରସଙ୍ଗରେ ଆଲୋଚନା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ସମ୍ଭବତଃ ଓଝା ପୂରା ବିବାଦ ପ୍ରସଙ୍ଗରେ ବିରାଟଙ୍କ ସହ କଥା ହୋଇଛନ୍ତି ବୋଲି ଆଶା କରାଯାଉଛି ।

ଅନ୍ୟ ଏକ ଭିଡିଓରେ ରୋହିତ ଶର୍ମାଙ୍କ ସହ ଗମ୍ଭୀରଙ୍କ ପାଖରେ ବସି ଓଝା କଥା ହେଉଥିବା ମଧ୍ୟ ଦେଖାଯାଇଛି । କିନ୍ତୁ ଏହି ଆଲୋଚନାରେ ବିରାଟ ନଥିଲେ। ଏହି ସବୁ ଭିଡିଓ ଭାରତୀୟ ଡ୍ରେସିଂ ରୁମରେ ସବୁ କିଛି ଠିକ ଚାଲିନଥିବା ଓ ବରିଷ୍ଠ ଖେଳାଳିଙ୍କ ସହ କୋଚଙ୍କର ପଡ଼ୁ ନଥିବା ସ୍ପଷ୍ଟ ହୋଇଛି। ତେବେ ପ୍ରଥମ ଦିନିକିଆ ବେଳେ ମଧ୍ୟ ରୋହିତ ବେଶ ସିରିୟସ ଢଙ୍ଗରେ ଗମ୍ଭୀରଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ବିରାଟ କିନ୍ତୁ ଗମ୍ଭୀରଙ୍କୁ ଅଣଦେଖା କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା।

ଅନ୍ୟପଟେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା, ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ଲାଗି ରହିଛି। ଭାରତୀୟ କ୍ରିକେଟକୁ ନେଇ ବେଶ କିଛି ଦିନ ହେବ ଏହା ଚର୍ଚ୍ଚାରେ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ବିରାଟ ଓ ରୋହିତ ଫେରିବା ପରେ ଏହି ଦୁଇ ଷ୍ଟାର ଖେଳାଳି ୨୦୨୭ ଦିନିକିଆ ବିଶ୍ୱକପ ଯାଏ ଦଳରେ ରହିବେ କି ନାହିଁ, ତା’ ଉପରେ ସମସ୍ତେ ଫୋକସ ରହିଛି। ଫର୍ମ ଓ ଫିଟନେସକୁ ଦେଖିଲେ ଉଭୟ ଏବେ ପୂରା ଶୀର୍ଷରେ ଅଛନ୍ତି। ଅକ୍ଟୋବର ମାସରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମ୍ୟାନ୍‌ ଅଫ୍‌ ଦି ସିରିଜ ଜିତିଥିଲେ ରୋହିତ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଶତକ। ରୋହିତ ମଧ୍ୟ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gambhir vs Virat | Virat Kohli vs Gautam Gambhir: Here's the full story behind fiery exchange | Argus News