Ball Stuck in Pitch / ମ୍ୟାଚ୍ ଅଧାରୁ ପିଚ୍ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ
·7 months ago·2 min read

Key Points
ମହିଳା ବିଗ୍ ବ୍ୟାଶ୍ ଲିଗ୍ରେ ବଲ୍ ପିଚ୍ରେ ଫସିଯିବାରୁ ମ୍ୟାଚ୍ ବାତିଲ୍ କରାଯାଇଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ହୋବାର୍ଟ ହରିକେନ୍ସ ମଧ୍ୟରେ ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ମ୍ୟାଚ୍କୁ ଅଜବ କାରଣରୁ ବାତିଲ୍ କରି ଦିଆଯାଇଛି ।
ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ପ୍ରଥମଥର । ବଲ୍ ପାଇଁ ବାତିଲ୍ ହେଲା ଖେଳ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ସତ । ଖେଳ ଅଧାରୁ ମ୍ୟାଚ୍କୁ ବାତିଲ୍ କରାଯାଇଛି । ତାହା ବି ବଲ୍ ପିଚ୍ରେ ଦବିଯିବାରୁ ।
ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାଶ୍ ଲିଗ୍ (WBBL)ରେ ବଲ୍ ପିଚ୍ରେ ଫସିଯିବାରୁ ମ୍ୟାଚ୍ ବାତିଲ୍ କରାଯାଇଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ହୋବାର୍ଟ ହରିକେନ୍ସ ମଧ୍ୟରେ ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ମ୍ୟାଚ୍କୁ ଅଜବ କାରଣରୁ ବାତିଲ୍ କରି ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର, ଦିନିକିଆ ସିରିଜ୍ ପରେ ଟି-୨୦କୁ ଫେରିବେ ରୋହିତ !
ସୂଚନା ଅନୁସାରେ, ପ୍ରଥମ ଇନିଂସ ପରେ ପିଚ୍ ରୋଲିଂ କରାଯାଉଥିଲା । ସେହି ସମୟରେ ଏକ ବଲ୍ ରୋଲର୍ ତଳକୁ ଆସିଯାଇ ପିଚ୍ରେ ଫସି ଯାଇଥିଲା । ଫଳରେ ପିଚ୍ରେ ହୋଇଥିଲା ଗଭୀର ଗାତ । ଫଳରେ ମ୍ୟାଚ୍କୁ ବାତିଲ୍ କରାଯାଇଛି । କୁହାଯାଉଛି, କ୍ରିକେଟ୍ ଇତିହାସରେ କୌଣସି ମ୍ୟାଚ୍ ବାତିଲ୍ ହେବାର ଏହା ପ୍ରଥମ ମାମଲା ।
ଶୁକ୍ରବାର ମ୍ୟାଚ୍ ବନ୍ଦ ବେଳକୁ ପ୍ରଥମେ ବ୍ଯାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ଆଡିଲେଡ୍ ଷ୍ଟ୍ରାଇକର୍ସ ୪ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା । ପ୍ରଥମ ଇନିଂସ ଖେଳ ପରେ ପିଚ୍କୁ ରୋଲ୍ କରା ଯାଉଥିଲା । WBBL ନିୟମ ଅନୁସାରେ, ରୋଲିଂ ବେଳେ ଅଭ୍ୟାସ କରୁଥିବା ଟିମ୍ର ଏକ ବଲ୍ ରୋଲର୍ ତଳକୁ ପଳାଇ ଆସି ପିଚ୍ରେ ଦବି ଯାଇଥିଲା ।
ଆଉ ରୋଲର ତଳକୁ ବଲ୍ ଆସିଯାଇ ପିଚ୍ରେ ଫସି ଯାଇଥିଲା । ପିଚ୍ ମଝିରେ ବଲ୍ ଆକାରର ଗାତ ସୃଷ୍ଟି ହୋଇଥିଲା । ଏହାପରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ମ୍ୟାଚ୍ କାହିଁକି ବାତିଲ୍ ହେଲା ଜଣାଇଥିଲା ।
ଆଡିଲେଡ୍ ଷ୍ଟ୍ରାଇକର୍ସ କହିଛି, "ବଲ୍ ଦବିଯିବାରୁ ପିଚ୍ର ସ୍ଥିତି ବଦଳି ଯାଇଛି । ମ୍ୟାଚ୍ ରେଫରି ଏବଂ ଅମ୍ପାୟର୍ ସ୍ଥିତି ପରଖିବା ପରେ ଲାଗିଥିଲା ହୋବାର୍ଟ ହରିକେନ୍ସ ବ୍ୟାଟିଂ କରିବା ଠିକ୍ ନୁହେଁ । କାରଣ ପ୍ରଥମ ଇନିଂସ ପରେ ପିଚ୍ର ସ୍ଥିତି ବଦଳି ଯାଇଛି । ଉଭୟ ଦଳର ଅଧିନାୟକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ସହ ସମସ୍ତେ ସହମତ ହୋଇଥିଲେ ।"
ଏଥିସହ ପଢ଼ନ୍ତୁ: ଭାରତର ନୂଆ 'ରନ୍ ମେସିନ୍' ପ୍ରସିଦ୍ଧ କ୍ରିଷ୍ଣା ! ରେକର୍ଡ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...
ହୋବାର୍ଟ ହରିକେନ୍ସ WBBLର ୯ ମ୍ୟାଚରୁ ୭ଟି ଜିତି ଫାଇନାଲ୍ରେ ସ୍ଥାନ ପକ୍କା କରି ସାରିଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଦେଇଥିବା ୧୬୭ ରନ୍ ବିଜୟ ଲକ୍ଷ୍ଯର ପିଛା ପାଇଁ ବି ଦଳ ପ୍ରସ୍ତୁତ ଥିଲା । କିନ୍ତୁ ମ୍ୟାଚ୍କୁ ବାତିଲ୍ କରି ଦିଆଗଲା । ଆଡିଲେଡ୍ ଷ୍ଟ୍ରାଇକର୍ସ ପକ୍ଷରୁ ମେଡେଲିନ୍ ପେନ୍ନା ବିସ୍ଫୋରକ ବ୍ୟାଟିଂ କରି ୫୧ ବଲ୍ରେ ଅପରାଜିତ ୬୩ ରନ୍ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ ।
ସେହିଭଳି ବଲ୍ ପିଚ୍ରେ ଫସିବାରୁ ମ୍ୟାଚ୍ ବାତିଲ୍ ହେବା ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ଆଉ ଏକ ଝଟ୍କା ସାବ୍ୟସ୍ତ ହୋଇଛି । କାରଣ ଚଳିତ ସଂସ୍କରଣରେ ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ତୃତୀୟ ମ୍ୟାଚ୍ ଭାବେ ଏଥିରେ କୌଣସି ଫଳାଫଳ ନାହିଁ । ଏବେ ଦଳ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିବାବେଳେ ହାତରେ ରହିଛି ମାତ୍ର ଗୋଟିଏ ମ୍ୟାଚ୍ । ଯାହାକି ସିଡନୀ ସିକ୍ସର୍ସ ବିପକ୍ଷରେ ଖେଳାଯିବ । ଫାଇନାଲ୍କୁ ଯିବାକୁ ହେଲେ ଆଡିଲେଡ୍ ଷ୍ଟ୍ରାଇକର୍ସକୁ ଯେମିତି ହେଲେ ବି ମ୍ୟାଚ୍ ଜିତିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories