Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Yogaraj Singh / "ମୁଁ ଏବେ ମରିବାକୁ ପ୍ରସ୍ତୁତ" : ଯୁବରାଜଙ୍କ ପିତା ଯୋଗରାଜ ଦେଲେ ବଡ଼ ବୟାନ...ହେଲେ କାହିଁକି?

Ritu Das
Browse all articles by Ritu Das
·7 months ago·3 min read
"ମୁଁ ଏବେ ମରିବାକୁ ପ୍ରସ୍ତୁତ" : ଯୁବରାଜଙ୍କ ପିତା ଯୋଗରାଜ ଦେଲେ ବଡ଼ ବୟାନ...ହେଲେ କାହିଁକି?

Key Points

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ମିଡିଆ ଆଗରେ କହିଛନ୍ତି,  "ମୁଁ ମରିବାକୁ ଚାହୁଁଛି।" 
ନେମ ଅଛି ଫେମ ବି ଅଛି, ପଇସା ମଧ୍ୟ ଅଛି। ଆମେ ଆଜି କ୍ରିକେଟର ଜଣେ କିମ୍ବଦନ୍ତୀ ଷ୍ଟାରଙ୍କ କଥା କହୁଛୁ। ବହୁତ ବଡ଼ ଷ୍ଟାର କିନ୍ତୁ ତାଙ୍କ ବାପା ଆଜି ଖାଇବାକୁ ପାଉ ନାହାନ୍ତି। ଓଳିଏ ଖାଇବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଭାରତର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କ କଥା। କିନ୍ତୁ ଏଭଳି ଘଟିବାର କାରଣ କଣ ଚାଲନ୍ତୁ ଜାଣିବା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ମିଡିଆ ଆଗରେ କହିଛନ୍ତି,  "ମୁଁ ମରିବାକୁ ଚାହୁଁଛି।" 

ମଣିଷ ନିଜ ପିଲା ଛୁଆଙ୍କ ପାଇଁ ସବୁ କିଛି କରେ। କିନ୍ତୁ ଏମିତି ବି ସମୟ ଆସେ ଯେଉଁ ସନ୍ତାନ ପାଇଁ ସେ ବହୁତ କିଛି କରିଥାଏ ସେମାନେ ବଡ଼ ହେଲା ପରେ ପାଦରେ ଆଡ଼େଇ ଦେଇ ଚାଲିଯାଆନ୍ତି। ଆସେ ସମସ୍ତେ ସେହି ମଣିଷକୁ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂହ ତାଙ୍କର ସ୍ପଷ୍ଟ ମତାମତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କ୍ରିକେଟ ହେଉ କିମ୍ବା ପରିବାରକୁ ନେଇ କୌଣସି ପ୍ରସଙ୍ଗ ହେଉ‌ ‌ସେ କିଛି ନ ଲୁଚାଇ ସବୁ କଥା ଖୋଲି କୁହନ୍ତି। ଏବେ ଏକ ସାକ୍ଷାତକାରରେ, ସେ ତାଙ୍କର ଏକାକୀ ଜୀବନ ଏବଂ ବ୍ୟକ୍ତିଗତ ସଂଘର୍ଷ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ

ତାଙ୍କ କହିବା ମୁତାବକ, "ସନ୍ଧ୍ୟାରେ, ମୁଁ ଘରେ ସମ୍ପୂର୍ଣ୍ଣ ଏକା ବସିଥାଏ। କେତେବେଳେ କେହି ମୋତେ ଖାଦ୍ୟ ଆଣିଦିଏ ତ କେତେ କିଏ ମୋତେ ପାଣି ଆଣିଦିଏ। ଘରେ ଗୃହ ସହାୟକ ଏବଂ ରୋଷେୟା ଅଛନ୍ତି। କିନ୍ତୁ ସେମାନେ ମୋତେ ଖାଦ୍ୟ ଦେଇ ନିଜ ଘରକୁ ଚାଲିଯାଆନ୍ତି। ମୁଁ କାହାଠାରୁ କିଛି ମାଗେ ନାହିଁ। ମୁଁ ମୋ ପିଲାମାନେ ଓ ପରିବାରକୁ ବହୁତ ଭଲପାଏ। ହେଲେ କାହାଠାରୁ କିଛି ଆଶା ରଖେ ନାହିଁ।

"ଜୀବନ ବଞ୍ଚିବାର ଆଶା ଆଉ ନାହିଁ, ଏବେ ଯାହା ଈଶ୍ୱରଙ୍କ ଇଚ୍ଛା।" ଯୋଗରାଜ ଆହୁରି କହିଛନ୍ତି ଯେ, ମୋର ଆଉ ଜୀବନ ପ୍ରତି କୌଣସି ଆଶକ୍ତି ନାହିଁ। ମୁଁ ମରିବାକୁ ପ୍ରସ୍ତୁତ। ଈଶ୍ୱର ମୋତେ ବହୁତ କିଛି ଦେଇଛନ୍ତି। ସେ ଯେତେବେଳେ ଚାହିଁବେ ମୋତେ ତାଙ୍କ ପାଖକୁ ଡାକିପାରିବେ।"
ମୁଁ ମୋ ପରିବାର ଲୋକଙ୍କୁ ବହୁତ ଭଲ ପାଏ।

ଏହାସହ ପଢ଼ନ୍ତୁ:ଏହାସହ ପଢ଼ନ୍ତୁ: ପୁଣି IPLକୁ ଫେରିବେ ଯୁବରାଜ ସିଂ ! ଲକ୍ଷ୍ନୌର ହୋଇପାରନ୍ତି ମୁଖ୍ୟ କୋଚ୍

ଯୋଗରାଜ ଆହୁରି କହିଛନ୍ତି ଯେ, ମୁଁ ମୋ ପରିବାର ଲୋକଙ୍କୁ ବହୁତ ଭଲ ପାଏ। କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ ସାହାରା ମାଗିନି। ମୁଁ ମୋ ମା', ମୋ ଛୁଆ, ମୋ ନାତି ନାତୁଣୀଙ୍କୁ ବହୁତ ମନେ ପକାଉଛି। କିନ୍ତୁ କେବେ ଏଯାଏ କାହାକୁ କିଛି ମାଗିନି। ମୋ ଜୀବନ ଏବେ ପୁରା ହୋଇଯାଇଛି। ଭଗବାନ ଯେବେ ଚାହିଁବେ ମୋତେ ତାଙ୍କ ସାଥୀରେ ନେଇପାରିବେ।
ପରିବାର ଭାଙ୍ଗିବା ସବୁଠୁ ବଡ଼ ଝଟକା ଥିଲା

ଯୋଗରାଜ ସ୍ୱୀକାର କରିଛନ୍ତି ଯେ, ମୋ ଜୀବନର ସବୁଠାରୁ ବଡ଼ ଯନ୍ତ୍ରଣା ହେଲା ମୋ ପରିବାର ମୋଠୁ ଦୂରେଇ ଯିବ‌ା। ମୋ ପ୍ରଥମ ପତ୍ନୀ ଏବଂ ପୁଅ ଯୁବରାଜ ମୋତେ ଛାଡ଼ି ଚାଲିଯିବାଟା ମୋତେ ଶକ୍ତ ଧକ୍କା ଦେଇଥିଲା। ଯେଉଁ ମହିଳାଙ୍କୁ ମୁଁ ମୋର ଯୌବନ ଦେଲି, ଶେଷ‌ରେ ସେ ମୋତେ ଛାଡ଼ି ଚାଲିଗଲେ। ମୁଁ ଏବେ ବି ବୁଝିପାରୁନାହିଁ ଯେ, କ’ଣ ପାଇଁ ସମସ୍ତେ ମୋଠୁ ଦୂରେଇ ଗଲେ।
ପ୍ରଥମ ବିବାହ ଭାଙ୍ଗିବା ପଛର କାରଣ

ଯୋଗରାଜ ପ୍ରଥମେ ସବନମ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଥିଲେ, ଯୁବରାଜ ଏବଂ ଜୋରାୱର। ମତଭେଦ ଯୋଗୁଁ ସେମାନେ ଅଲଗା ହୋଇଯାଇଥିଲେ। ଯୁବରାଜ ଥରେ କହିଥିଲେ ଯେ, ତାଙ୍କ ବାପାମାଆ ସବୁବେଳେ ଝଗଡ଼ା କରନ୍ତି। ତେଣୁ ସେ ସେମାନଙ୍କୁ ଅଲଗା ହେବାକୁ ପରାମର୍ଶ ଦେଇଥିଲେ। ଯୋଗରାଜ ପରେ ପୁନଃ ବିବାହ କରିଥିଲେ। କିନ୍ତୁ ତାଙ୍କ ପିଲାମାନେ ବଡ଼ ହୋଇ ଆମେରିକା ଚାଲିଯାଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yograj Singh’s Shocking Statement: “I’m Ready to Die” | Argus News