Tech Tips / ଆପଣଙ୍କ ଫୋନରେ ଜଲଦି ଚାର୍ଜ ସରୁଛି କି ? ଆପଣାନ୍ତୁ ଏହି ଟିପ୍ସ୍

Key Points
ଆଜିକାଲି ସ୍ମାର୍ଟଫୋନ୍ ଏକ ନିତିଦିନିଆ ଆବଶ୍ୟକତା ପାଲଟିଛି । ଯେମିତି ଫୋନ୍ ଆମ ଜୀବନର ଏକ ବଡ଼ ଅଂଶ ପାଲଟିଛି । ଅନବରତ ଫୋନର ବ୍ୟବହାରେ ପରେ ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହାର ବ୍ୟାଟେରୀ । ପ୍ରାୟତଃ, ଆମେ ଫୋନକୁ ସକାଳେ ଫୁଲ୍ ଚାର୍ଜ କରିଥାନ୍ତି, କିନ୍ତୁ ମଧ୍ୟାହ୍ନ ସୁଦ୍ଧା ତାହା ଶେଷ ହୋଇଯାଏ । ଏହା କେବଳ ବ୍ୟାଟେରୀ କ୍ଷମତା ଯୋଗୁଁ ନୁହେଁ, ବରଂ କିଛି ସେଟିଂସ୍ ଯୋଗୁଁ ମଧ୍ୟ ହୋଇଥାଏ ଯାହା ଫଳରେ ଚାର୍ଜ ସରିଥାଏ କିନ୍ତୁ ଆମକୁ ଜଣା ପଡ଼େନାହିଁ ।
ବାକ୍ରାରାଉଣ୍ଡ ଆପ୍ସ ଏବଂ ଅଟୋ-ରନ୍ ଫିଚର
ଫୋନ୍ ବ୍ୟବହାର ହେଉ ନଥିଲେ ମଧ୍ୟ ଅନେକ ଆପ୍ ବାକ୍ରାରାଉଣ୍ଡ ଖୋଲାଥାଏ । ଏହି ଆପ୍ ଗୁଡ଼ିକ ଇଣ୍ଟରନେଟ୍, ଲୋକେସନ୍ ଏବଂ ପ୍ରୋସେସର ବ୍ୟବହାର କରି ବ୍ୟାଟେରୀକୁ ଦ୍ରୁତ ଗତିରେ କମାଇଥାଏ । ଯଦି ବାକ୍ରାରାଉଣ୍ଡ ଆପ୍ ଗୁଡ଼ିକୁ ସମୟ ସମୟରେ ସେଗୁଡ଼ିକ ବନ୍ଦ କରାଯାଏ ନାହିଁ, ତେବେ ସେଗୁଡ଼ିକ ସିଧାସଳଖ ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାନ୍ତି । କମ୍ ଆବଶ୍ୟକୀୟ ଆପ୍ ଗୁଡ଼ିକୁ ବାକ୍ରାରାଉଣ୍ଡରେ ହଟାଇଦିଅନ୍ତୁ । ଏପରି କରିବା ଦ୍ଵାରା ବ୍ୟାଟେରୀ ସଂରକ୍ଷଣ କରାଯାଇପାରିବ ।
ହାଇ ବ୍ରାଇଟନେସ୍ ଓ ଅଟ-ବ୍ରାଇଟନେସ୍ ସେଟିଂସ୍
ସ୍କ୍ରିନ୍ ହେଉଛି ସ୍ମାର୍ଟଫୋନର ସବୁଠାରୁ ବ୍ୟାଟେରୀ ଖର୍ଚ୍ଚ କରୁଥିବା ଅଂଶ । ଡିସପ୍ଲେକୁ ହାଇ ବ୍ରାଇଟନେସ୍ ରଖିବା ଦ୍ଵାରା ବ୍ୟାଟେରୀ ବହୁତ ଶୀଘ୍ର ସରିଯାଏ । ଅଟ-ବ୍ରାଇଟନେସ୍ ସବୁବେଳେ ସଠିକ୍ ଭାବରେ କାମ କରେ ନାହିଁ ଏବଂ କେତେକ ସମୟରେ ବ୍ରାଇଟନେସ୍ ଅତ୍ୟଧିକ ବଢ଼ାଇଥାଏ । ଏପରି ପରିସ୍ଥିତିରେ, ବ୍ରାଇଟନେସକୁ କମ୍ କରି ମାନୁଆଲୀ ଆଡଜଷ୍ଟ କରିବା ବ୍ୟାଟେରୀ ପାଇଁ ବହୁତ ଭଲ ହୋଇଥାଏ ।
ଲୋକେସନର ଅତ୍ୟଧିକ ବ୍ୟବହାର
ଯଦି GPS ଏବଂ ଲୋକେସନ୍ ସେବାଗୁଡ଼ିକ ଲଗାତାର ଚାଲୁ ରଖନ୍ତି ତେବେ ଏହା ଆପଣଙ୍କ ବ୍ୟାଟେରୀକୁ ବହୁତ କମାଇପାରେ। ଅନେକ ଆପ୍ ଅନାବଶ୍ୟକ ଭାବରେ ଆପଣଙ୍କ ଲୋକେସନ୍ ଟ୍ରାକ୍ କରନ୍ତି। ଯଦି ପ୍ରତ୍ୟେକ ଆପ୍ ସବୁବେଳେ ଆପଣଙ୍କ ଲୋକେସନ୍ ଆକ୍ସେସ୍ କରେ, ତେବେ ଆପଣଙ୍କ ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବ। ଆବଶ୍ୟକ ହେଲେ କିମ୍ବା ଆପ୍ ବ୍ୟବହାର କରିବା ସମୟରେ କେବଳ ଲୋକେସନକୁ ଚାଲୁ ରଖନ୍ତୁ ଅଯଥାରେ ଅନ୍ କରନ୍ତୁ ନାହିଁ ।
ସବୁବେଳେ ଅନ୍ ୫G, ବ୍ଲୁଟୁଥ୍ ଏବଂ ୱାଇ-ଫାଇ
ଯଦି ଆପଣଙ୍କ ଅଞ୍ଚଳରେ ୫G ନେଟୱାର୍କ ଚାଲୁନାହିଁ ଏବଂ ଆପଣଙ୍କ ଫୋନ୍ ଏପର୍ଯ୍ୟନ୍ତ ୫Gରେ ସେଟ୍ ଅଛି, ତେବେ ଫୋନ୍ ଲଗାତାର ନେଟୱାର୍କ ଖୋଜୁଛି, ଯାହା ଫଳରେ ବ୍ୟାଟେରୀ ଶୀଘ୍ର ସରିଯାଉଛି । ସେହିପରି, ବ୍ୟବହାର କରୁନଥିବା ସମୟରେ ବ୍ଲୁଟୁଥ୍ ଏବଂ ୱାଇ-ଫାଇ ଚାଲୁ ରଖିବା ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପକାଏ । ବ୍ୟବହାରରେ ନଥିବା ସମୟରେ ସେଗୁଡ଼ିକୁ ବନ୍ଦ ରଖିବା ଲାଭଦାୟକ ହୋଇଥାଏ ।
ନୋଟିଫିକେସନ୍ ଏବଂ ସିଙ୍କ୍ ସେଟିଂସ୍
ପ୍ରତ୍ୟେକ ଆପ୍ ପାଇଁ ନୋଟିଫିକେସନ୍ ଚାଲୁ ରହିବା ଦ୍ଵାରା ଫୋନ୍ ବାରମ୍ବାର ଅନ୍ ହୋଇଥାଏ, ଯାହା ଦ୍ଵାରା ବ୍ୟାଟେରୀ ପାୱାର ନଷ୍ଟ ହୋଇଯାଏ । ଏହା ବ୍ୟତୀତ, ଇମେଲ୍, କ୍ଲାଉଡ୍ ଏବଂ ସୋସିଆଲ ମିଡିଆ ଆପ୍ସକୁ ସ୍ୱୟଂଚାଳିତ ଭାବରେ ସିଙ୍କ କରିବା ମଧ୍ୟ ବାକ୍ରାଉଣ୍ଡରେ ଏହା ଚାଲିଥାଏ । ଅଯଥା ଆପ୍ ପାଇଁ ନୋଟିଫିକେସନ୍ ଏବଂ ସିଙ୍କକୁ ଅଫ୍ କରିବା ଦ୍ଵାରା ବ୍ୟାଟେରୀ ଲାଇଫରେ ଏକ ବଡ଼ ପରିବର୍ତ୍ତନ ଆସିପାରେ ।
ଯଦି ଆପଣ ଏହି ସମସ୍ୟ ସେଟିଂ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସେଗୁଡ଼ିକୁ ସେହି ଅନୁସାରେ ପରିଚାଳନା କରନ୍ତି, ତେବେ ଆପଣଙ୍କ ଫୋନ୍ ନୂଆ ବ୍ୟାଟେରୀ କିମ୍ବା ପାୱାର ବ୍ୟାଙ୍କ ବିନା ସହଜରେ ଗୋଟାଏ ଦିନ ଚାଲିପାରିବ । ଟିକିଏ ସାଧାରଣ ଜ୍ଞାନ ଏବଂ ସଠିକ୍ ସେଟିଂ ପାଇଁ ଆପଣଙ୍କ ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ୍ ଯଥେଷ୍ଟ ଉନ୍ନତ ହୋଇପାରିବ।
ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର...
📱 Get Argus News App
✨Related Topics
Explore more stories