Heavy Rain / ୨ ଦିନ ଯାଏଁ ନିସ୍ତାର ନାହିଁ, ତାଣ୍ଡବ ରଚିବ ବର୍ଷା: ୟେଲୋ ଓ୍ୱାର୍ଣ୍ଣିଂ ଜାରି
·4 months ago·2 min read

Key Points
୨ ଦିନ ଯାଏଁ ନିସ୍ତାର ନାହିଁ
ୟେଲୋ ଓ୍ୱାର୍ଣ୍ଣଂ ଜାରି
ୟେଲୋ ଓ୍ୱାର୍ଣ୍ଣଂ ଜାରି
୨ ଦିନ ହେବ ପ୍ରବଳ ବର୍ଷା। ତାଣ୍ଡବ ରଚିବ ବର୍ଷା। ୟେଲୋ ଓ୍ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ। ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ଆଜି ପାଇଁ ଅର୍ଥାତ ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ,ଗଜପତି,ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଢେଙ୍କାନାଳ,ଭଦ୍ରକ,ବାଲେଶ୍ଵର,ମୟୂରଭଞ୍ଜ,କେଉଁଝର,ସୁନ୍ଦରଗଡ଼ରେ ମୟୂରଭଞ୍ଜ, ଯାଜପୁର ଓ କଟକରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି ।
୩୦ରୁ ୪୦ କିମି ବେଗରେ ପବନ ବି ବହିବା ସମ୍ଭାବନା ଥିବାରୁ ଜାରି ହୋଇଛି ୟଲୋ ୱର୍ଣିଂ।ଏପଟେ ଉପରମୁଁହା ଦିନ ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବ ବୋଲି ସୂଚନା ଆସିଛି। କୋରାପୁଟ, ବରଗଡ଼ ଓ ସୁବର୍ଣ୍ଣପୁର ରାଜ୍ୟର ଏହି ୩ ଜିଲ୍ଲାରୁ ଆସିଛି ପ୍ରବଳ ବର୍ଷାର ରେକର୍ଡ। କେଉଁଠି ପବନ ସାଙ୍ଗକୁ କୁଆପଥର ମାଡ଼ ତ ଆଉ କେଉଁଠି ନିର୍ଧୁମ ଛେଚିଛି ବର୍ଷା। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୨ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ। ଆଜି ଓ ୨୫ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।''
ଏଥିସହ ପଢ଼ନ୍ତୁ: ଆଜି ଓ କାଲି କାଳବୈଶାଖୀ ବର୍ଷା ଆଲର୍ଟ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଯେଉଁସବୁ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ସେସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବରଗଡ଼ ଜିଲ୍ଲା। ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ଆସନ୍ତା ୨୪ ତାରିଖ ସକାଳ ଯାଏଁ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୨୫ ତାରିଖ ସକାଳ ଯାଏଁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବ। ଏହି ସବୁ ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories