Kalbaisakhi Alert / ଆଜି ଓ କାଲି କାଳବୈଶାଖୀ ବର୍ଷା ଆଲର୍ଟ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
·4 months ago·1 min read

Key Points
ଖରାଦିନ ଆରମ୍ଭ ହେଉ ହେଉ ପାଣିପାଗ ବିଭାଗ ଜାରି କରିଛି କାଳବୈଶାଖୀ ବର୍ଷା ଆଲର୍ଟ। ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନତ ଲଘୁଚାପ କ୍ଷେତ୍ର।
ଖରାଦିନ ଆରମ୍ଭ ହେଉ ହେଉ ପାଣିପାଗ ବିଭାଗ ଜାରି କରିଛି କାଳବୈଶାଖୀ ବର୍ଷା ଆଲର୍ଟ। ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନତ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର ୮ ଜିଲ୍ଲାରେ ଆଜିଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସକ୍ରିୟ ଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ 5.8 କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆସନ୍ତା ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।
ଆଜି ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେଉଁଝର, ବାଲେଶ୍ଵର , ଭଦ୍ରକ। ସେହିପରି ଆସନ୍ତାକାଲି ପାଇଁ ଯାଜପୁର, କଟକ, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଟକା ପବନ ୩୦ରୁ ୪୦ ରହିବା ସମ୍ଭାବନା ଥିବା ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories