Rain Alert / ଅବପାତ ବର୍ଷାରେ ଭିଜୁଛି ଓଡ଼ିଶା; ଆଜି ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ

Key Points
ପ୍ରବଳ ବର୍ଷା ନେଇ ଶନିବାର ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ଭୁବନେଶ୍ଵର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଛି । ଭୋର୍ ପ୍ରାୟ ସାଢ଼େ ୪ଟାରେ ଗୋପାଳପୁର ଦେଇ ଅତିକ୍ରମ କରିଛି ଅବପାତ । ଏବେ ଏବପାତ ଗୋପାଳପୁର ଠାରୁ ପଶ୍ଚିମଉତ୍ତର-ପଶ୍ଚିମରେ ୧୦ କିମି ଦୂର, ପୁରୀ ଠାରୁ ପଶ୍ଚିମଦକ୍ଷିଣ-ପଶ୍ଚିମରେ ୧୨୦ କିମି ଦୂରରେ ରହିଛି ।
ଏହା କ୍ରମଶଃ ପଶ୍ଚିମଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଛତିଶଗଡ଼ ଆଡ଼କୁ ଅଗ୍ରସର ହେବ । ଅବପାତ କ୍ରମଶଃ ଦୁର୍ବଳ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଏଥିସହ ପଢ଼ନ୍ତୁ: ହାଇଆଲର୍ଟରେ କୋରାପୁଟ,ମାଲକାନଗିରି ଏବଂ କଳାହାଣ୍ଡି
ପ୍ରବଳ ବର୍ଷା ନେଇ ଶନିବାର ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
ସେହିଭଳି ବଜ୍ରପାତ ନେଇ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ । ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ଓଡ଼ିଶା ଉପକୂଳ ସହ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ସେପଟେ ଲଘୁଚାପ ଜନିତ ବର୍ଷାର ମୁକାବିଲା ନେଇ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିବା ଏବଂ ଏହାର ତଥ୍ୟ ଗୁଡିକ ଯେପରି ନିୟମିତ ଭାବେ ଅପଡେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
📱 Get Argus News App
✨
ତଳିଆ ଅଞ୍ଚଳରେ ଜଳବନ୍ଦୀ ହେବା ଆଶଙ୍କା ଥିବାରୁ ପାଣି ନିଷ୍କାସନ ପାଇଁ ଆଗୁଆ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀମାନେ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ତୁରନ୍ତ ସହାୟତା ପାଇଁ ODRAF ଏବଂ ଅଗ୍ନିଶମ ସେବା ୟୁନିଟଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ, ବିଶେଷ କରି ତଳିଆ ଅଞ୍ଚଳ କିମ୍ବା ଯେଉଁଠାରେ ବନ୍ୟା ଆଶଙ୍କା (Flash Flood) ରହିଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥାନରେ ୟୁନିଟ୍ ଗୁଡିକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଏସିଆ କପ ଫାଇନାଲ୍ ପୂର୍ବରୁ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଲା ଭାରତ
ଏଥି ସହିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳ ଗୁଡିକୁ ଚିହ୍ନଟ କରି କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ସେ ଜିଲ୍ଲାପାଳ ମାନଙ୍କୁ କହିଛନ୍ତି ।
Related Topics
Explore more stories