Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather / ଖସିଲା ରାତିର ତାପମାତ୍ରା ବଢ଼ିଲା ଶୀତ

Rashmita Mishra
Browse all articles by Rashmita Mishra
·8 months ago·2 min read
ଖସିଲା ରାତିର ତାପମାତ୍ରା ବଢ଼ିଲା ଶୀତ

Key Points

ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି।
ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । 

ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି। ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସୋମବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ ରବିବାର ୧୯ ଡିଗ୍ରୀ ଥିବାବେଳେ ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି ।

ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା ୨୧.୮ ଡିଗ୍ରୀକୁ ଖସିଥିଲା । ରବିବାର ରାତିରେ ରାଉରକେଲାର ତାପମାତ୍ରା ୨୧.୫ ଡିଗ୍ରୀ, କେନ୍ଦ୍ରାପଡ଼ାର ୨୧.୬, ଜଗତ୍‌ସିଂହପୁରର ୨୨.୬, ଖୋର୍ଦ୍ଧାର ୨୨.୫, ନବରଙ୍ଗପୁରର ୨୧.୪, ଦେବଗଡ଼ର ୨୨.୫, ଯାଜପୁରର ୨୧.୬, ଢେଙ୍କାନାଳର ୨୨.୪, ସୋନପୁରର ୨୨ ଡିଗ୍ରୀ, ପାରଳଖେମୁଣ୍ଡିର ୨୧ ଡିଗ୍ରୀ, ସୁନ୍ଦରଗଡ଼ର ୨୦.୮, କେନ୍ଦୁଝରର ୨୦.୪, ଝାରସୁଗୁଡ଼ାରେ ୧୯.୩, ଅନୁଗୁଳରେ ୧୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୫.୮ ଡିଗ୍ରୀ ରହିଥିଲା ।

ଅକ୍ଟୋବର ରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ରା ଅଧିକ ରହୁଛି। ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ସହର ମାନଙ୍କରେ ଗୁଳୁଗୁଳି ଅନୁଭୂତ ହେଉଛି। ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ରାଜ୍ୟରେ କମିବ ରାତି ତାପମାତ୍ରା । ଏବଂ ଅନୁଭବ ହେବ ଶୀତ ।

ଚଳିତ ବର୍ଷ ନଭେମ୍ବର ଆରମ୍ଭ ହେଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଶୀତର ଦେଖାନାହିଁ ରାଜ୍ୟରେ। ତେବେ ଖୁବଶୀଘ୍ର ଶୀତ ହେବା ସହ କୁହାଯାଉଛି କି ଏ ବର୍ଷ ଶୀଘ୍ର ଶୀତ ଆସି ଶୀଘ୍ର ଚାଲିଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather | Night Temperature Drops, Winter Chill Intensifies Across Odisha | Argus News | Argus News