|
logo
Live

Argus News - ୩ରୁ ୪ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି

Weather & Calamities

Weather Update / ୩ରୁ ୪ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି

Smruti Parija
Browse all articles by Smruti Parija
·6 months ago·2 min read
୩ରୁ ୪ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି

Key Points

ରାଜ୍ୟରୁ ବିଦାୟ ନେବ ମୌସୁମୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରୁ ବିଦାୟ ନେବ ମୌସୁମୀ । ଆଗାମୀ 3 ରୁ 4 ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । 


ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନା । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଂଶିକ ମେଘୁଆ ଆକାଶ ସହିତ ମଧ୍ୟମ ଧରଣର ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ବି ବର୍ଷା ନେଇ ୨୧ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା କୋଟପାଡରେ ୪୮ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ଅକ୍ଟୋବର ମାସର ପ୍ରଥମ ୮ ଦିନରେ ରାଜ୍ୟରେ ହାରାହାରି ୮୬.୩ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସମ୍ପୂର୍ଣ୍ଣ ଅକ୍ଟୋବର ମାସର ସ୍ୱାଭାବିକ ବର୍ଷା ୧୧୨ ମିମିର ୭୭% ରହିଛି । ଏହି ଦିନରେ ୧୨ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ୧୭ ଜିଲ୍ଲାରେ ଅତ୍ୟଧିକ ଏବଂ ଗଞ୍ଜାମରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।



Related Topics

Explore more stories

Sponsored
Weather Update: ୩ରୁ ୪ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି | Argus News