Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Daringbadi / ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

Rashmita Mishra
Browse all articles by Rashmita Mishra
·8 months ago·2 min read
ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

Key Points

ବଢୁଛି ଶୀତ, ବଢୁଛି ପଯ୍ୟଟକଙ୍କ ଭିଡ଼
ହାତ ଠାରି ଡାକୁଛି ଦାରିଙ୍ଗବାଡ଼ି
ପହିଲି ଶୀତର ମଜା ନେବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ

ଆସିଲା ଶୀତ... ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ । ଶୀତ ଆରମ୍ଭରେ ପର୍ଯ୍ୟଟକଙ୍କ ମନ ମୋହୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି l ପର୍ଯ୍ୟଟନ ସ୍ଥଳୀ ବୁଲି ପର୍ଯ୍ୟଟକମାନେ ଭାରି ଖୁସ l

ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଥିବା ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାସହ ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିରେ ପ୍ରତିଦିନ ଲାଗୁଛି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ । କିଏ ସେଲ୍ଫି ନେଉଛି ତ ଆଉ ନିଜର ସ୍ମୃତି ସାଉଁଟିଛି । ସେହିପରି ଆଉ କିଏ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି । ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ସହ ଜମୁଛି ବଣଭୋଜିର ଆସର l

ପ୍ରତିବର୍ଷ ଶୀତକୁ ଅପେକ୍ଷା କରି ରହିଥାନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଶୀତ ଋତୁ ଆସିଲେ ଏଠାକାର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସେଠାକାର କଫିବଗିଚା, ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ଶାନ୍ତି ଉପତ୍ୟକା, କିରିକୁଟି ଲଭର୍ସ ପଏଣ୍ଟ, ଡୁଲୁରୀ ଓ୍ଵାକିଂ ଟ୍ରେଲରେ ଭିଡ଼ ଜମାଇ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ ।

ଏଥିସହ ପଢ଼ନ୍ତୁ: ଫେରିଲା ଶୀତ, ଥରୁଛି ଦାରିଙ୍ଗବାଡ଼ି... 

ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି । ଏଠାକାର ଶୀତର ମଜା ବହୁତ ନିଆରା । ଯାହା ଶୁଣିଥିବେ ବାସ୍ତବରେ ଏଠାକାର ପରିବେଶ ତାହା ଠାରୁ ଅଧିକ ଆନନ୍ଦଦାୟକ । ଚଳିତ ବର୍ଷ ଲଗାଣ ବର୍ଷା ଓ ବାରମ୍ବାର ଲଘୁଚାପ ଯୋଗୁଁ ଦାରିଙ୍ଗବାଡିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ରାତିର ପାରଦ ଖସିବାରେ ଲାଗିଛି । ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି ।

ସୋମବାର ସକାଳୁ ସକାଳୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ରାଜ୍ୟକୁ ଫେରିଛି ଶୀତ । ଜାଡ ଭାଙ୍ଗୁଛି ହାଡ। ଖସି ଚାଲିଛି ପାରଦ, ବଢ଼ି ଚାଲିଛି ଶୀତ । ଜାଡରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି । ଅପରପକ୍ଷରେ ଆସନ୍ତା୧୪ ତାରିଖ ଠାରୁ ଦାରିଙ୍ଗବାଡ଼ିରେ ଇକୋ-ରି ଟ୍ରି ଟ ଆରମ୍ଭ ହେବାକୁ ଯାଉଛି ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daringbadi | Tourists Flock to Daringbadi to Enjoy the First Winter Chill | Odisha Travel News | Argus News