Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

ବ୍ରିଜ ଉପରେ ବ୍ୟାଗ୍ ,ସାଇକେଲ; ଡେଇଁପଡିଲେ ଛାତ୍ରୀ

Smruti Parija
Browse all articles by Smruti Parija
·10 months ago·1 min read
ବ୍ରିଜ ଉପରେ ବ୍ୟାଗ୍ ,ସାଇକେଲ; ଡେଇଁପଡିଲେ ଛାତ୍ରୀ

Key Points

ମହାନଦୀ ବ୍ରିଜରୁ ଜଣେ ନାବାଳିକା ଡେଇଁ ନିଖୋଜ

ବ୍ରିଜ ଉପରୁ ମିଳିଲା ସାଇକେଲ, ସ୍କୁଲ ବ୍ୟାଗ

ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ବ୍ରିଜ ଉପରେ ଥୁଆ ହୋଇଛି ସ୍କୁଲ ବ୍ୟାଗ୍ ଓ ସାଇକେଲ୍ । ସାଇକେଲ ଥୋଇ ଦେଇ ମହାନଦୀକୁ ଡେଇଁ ପଡିଲେ ନବମ ଶ୍ରେଣୀର ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡ଼େଇଁ ଜଣେ ଯୁବତୀ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି ।


ଆଜି ସକାଳୁ ପ୍ରାୟ ୫ ଟା ସମୟରେ ଏହି ଅଘଟଣ ଘଟିଛି । ବ୍ରିଜ ଉପରୁ ଜଣେ ଛାତ୍ରୀଙ୍କ ଏକ ମୋବାଇଲ, ବ୍ୟାଗ୍, ସାଇକେଲ ସହ ଏକ ଫିନାଇଲ ବୋତଲ ଜବତ କରିଛି ପୋଲିସ । ଯୁବତୀ ଜଣକ ନାବାଳିକା । ସେ ବୁଢାରାଜା ମହିଳା ହାଇସ୍କୁଲର ଛାତ୍ରୀ ଅଟନ୍ତି l ଛାତ୍ରୀ ଜଣକ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ l ତେବେ ଗତ କାଲି ହୀରାକୁଦ ଡ୍ୟାମର ୮ ଟି ଗେଟ ଖୋଲିଥିବାବେଳେ ଏବେ ମହାନଦୀର ଜଳ ସ୍ତର ମଧ୍ୟ ବଢିଛି । ସେପଟେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-minor-girl-has-gone-missing-after-jumping-off-the-mahanadi-bridge-argus-news | Argus News