Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସତ୍‌ସଙ୍ଗ ବିହାର ଛକରେ ବାଇକ୍‌ ଉପରେ ଚଢ଼ିଗଲା 'ଆମ ବସ୍', ଆରୋହୀ ମୃତ

Accident

Killer Ama Bus / ସତ୍‌ସଙ୍ଗ ବିହାର ଛକରେ ବାଇକ୍‌ ଉପରେ ଚଢ଼ିଗଲା 'ଆମ ବସ୍', ଆରୋହୀ ମୃତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସତ୍‌ସଙ୍ଗ ବିହାର ଛକରେ ବାଇକ୍‌ ଉପରେ ଚଢ଼ିଗଲା 'ଆମ ବସ୍', ଆରୋହୀ ମୃତ
Deadly Aam Bus Accident in Bhubaneswar

Key Points

  • ଭୁବନେଶ୍ୱରରେ ଆମ ବସ୍ ଧକ୍କାରେ ବାଇକ୍‌‌ ଚାଳକ ମୃତ
  • ସତ୍‌‌ସଙ୍ଗ ବିହାର ଛକରେ ବାଇକ୍‌‌କୁ ପିଟିଲା ଆମ ବସ୍‌
  • ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ, ତୀବ୍ର ଉତ୍ତେଜନା
  • ଦୁର୍ଘଟଣା ପରେ ବସ୍ ଛାଡ଼ି ଦେଇ ଡ୍ରାଇଭର୍ ଫେରାର୍‌
ଭୁବନେଶ୍ଵର: କିଲର୍ 'ଆମ ବସ୍' । ପୁଣି ନେଲା ଜୀବନ । 'ଆମ ବସ୍' ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୧୬ ସତ୍‌ସଙ୍ଗ ବିହାର ଛକରେ ଏହି ଦୁର୍ଘଟଣା ଘଟିଛି । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ୯୧ ନମ୍ବର ରୁଟ୍‌ର 'ଆମ ବସ୍'ଟ ବରମୁଣ୍ଡା ଆଡ଼କୁ ଯାଉଥିଲା । ବରମୁଣ୍ଡା ଆଡ଼କୁ 'ଆମ ବସ୍'ଟି ଯାଉଥିବା ବେଳେ ଜଣ ବାଇକ୍‌ ଚାଳକଙ୍କୁ ପଛରୁ ଧକ୍କା ଦେଇଥିଲା ।

ଏଥିସହ ପଢ଼ନ୍ତୁ: 'ଆମ ବସ୍' ପାଲଟିଛି କି 'ଯମ ବସ୍' ? ବର୍ଷକରେ ଗଲାଣି ୭ ମୁଣ୍ଡ...

ମୁଣ୍ଡ ଉପରେ ଚଢ଼ିଗଲା 'ଆମ ବସ୍'

'ଆମ ବସ୍' ଧକ୍କାରେ ବାଇକ୍ ଚାଳକ ତଳେ ପଡ଼ି ଯାଇଥିଲେ । ବସ୍‌ଟି ବାଇକ୍ ଆରୋହୀଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ 'ଆମ ବସ୍' ଡ୍ରାଇଭର୍ ଫେରାର୍ ହୋଇ ଯାଇଥିବା ଜଣା ପଡ଼ିଛି ।

ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଛି । ଲୋକେ ସେହି ରାସ୍ତା ଦେଇ ଯାଉଥିବା 'ଆମ ବସ୍'କୁ ଅଟକାଉଛନ୍ତି । ସହିଦ ନଗର ଥାନା ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ରସୁଲଗଡ଼ରୁ ବାଣୀବିହାର ରାସ୍ତାରେ ଏବେ ଟ୍ରାଫିକ୍ ଜାମ ହୋଇଛି ।

ଖବର ଅନୁସାରେ, 'ଆମ ବସ୍' ପଛରୁ ଧକ୍କା ଦେଇଥିବା ବାଇକ୍ ଆରୋହୀ ଜଣଙ୍କ ହେଲମେଟ୍ ପିନ୍ଧି ନଥିଲେ । ବ୍ୟକ୍ତି ଜଣଙ୍କ ବାଇକ୍‌ରେ ଏକାକୀ ଯାଉଥିଲେ । ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଲୋକେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି ।

ବାରମ୍ବାର ଦୁର୍ଘଟଣା ଘଟାଉଛି 'ଆମ ବସ୍'

ଏହା ପୂର୍ବରୁ ଫେବ୍ରୁଆରୀ ଚତୁର୍ଥ ସପ୍ତାହରେ ପଳାଶପଲ୍ଲୀ ଓଭରବ୍ରିଜ୍ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା 'ଆମ ବସ୍' । ଯାହା ପରେ 'ଆମ ବସ୍' ଜାଳି ଦେଇଥିଲେ ଲୋକେ ।

ବର୍ଷକରେ ନେଲାଣି ୭ ମୁଣ୍ଡ

ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଥିବା ତଥ୍ୟ ଅନୁସାରେ, ଗତ ଏକ ବର୍ଷ ମଧ୍ୟରେ ଆମ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ସର୍ବାଧିକ ୬ ଜଣ ଭୁବନେଶ୍ୱରରେ ଏବଂ ଜଣେ କଟକରେ ପ୍ରାଣ ହରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଜନପଥରେ ବାଇକ୍‌କୁ ଧକ୍କା ଦେଲା 'ଆମ ବସ୍‌', ରାଗରେ ୩ଟା ବସ୍‌ ଭାଙ୍ଗି ଦେଲେ

କେବଳ ସେତିକି ନୁହେଁ ୮ ଜଣ ଗୁରୁତର ଆହତ ହୋଇ ପଙ୍ଗୁ ହୋଇଛନ୍ତି । ଦୁର୍ଘଟଣା ରୋକିବାକୁ ବିଭାଗ ପକ୍ଷରୁ ୨୮ ହଜାରରୁ ଅଧିକ ଥର ଯାଞ୍ଚ ହୋଇଥିଲେ ବି ସ୍ଥିତିରେ ସୁଧାର ଆସୁନି । ବାରମ୍ବାର ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସରକାର ଏବେ ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କରିଛନ୍ତି ।

ଇଲେକ୍ଟ୍ରିକ୍ ବସ୍ ପାଇଁ ଘଣ୍ଟାପ୍ରତି ୩୫ କିମି, ଡିଜେଲ ବସ୍ ପାଇଁ ୪୦ କିମି ଏବଂ ରାଜପଥରେ ୫୦ କିମି ବେଗ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ନିୟମ ସତ୍ତ୍ୱେ କାହିଁକି ବାରମ୍ବାର ରକ୍ତ ରଞ୍ଜିତ ହେଉଛି ରାଜଧାନୀର ରାଜପଥ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ama Bus Runs Over Bike Rider in Bhubaneswar, One Dead | Argus News | Argus News