Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

America Plane Crash / ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା, ଦେଖନ୍ତୁ ଭିଡିଓ...

Key Points

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, UPS ଫ୍ଲାଇଟ୍ 2976 ଲୁଇ ସଭିଲ୍ ରୁ ହୋନୋଲୁଲୁର ଡାନିଏଲ୍ କେ, ଇନୋୟୁ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଆରମ୍ଭ କରିଥିଲା।

ଆମେରିକାର ଲୁଇସଭିଲରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭ ମୃତ ଓ ୧୦ରୁ ଅଧିକ ଆହତ । ମୃତକ ଓ ଆହତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା । ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରାସ ହେଲା UPS ଫ୍ଲାଇଟ୍‌ ୨୯୭୬ ମାଲବାହୀ ବିମାନ । ରନୱେରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା । ଏହି ଜଳନ୍ତା ବିମାନଟି ଉଡ଼ାଣ ମଝିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନେକ କୋଠାରେ ଧକ୍କା ଦେଇଥିଲା । ଏମିତିକି ରନୱେ ନିକଟରେ ଥିବା ଅନେକ କୋଠାକୁ ବ୍ୟାପିଯାଇଥିଲା ନିଆଁ ।

ଏହି ଦୁର୍ଘଟଣା ମନେ ପକାଇଦେଲା ଗୁଜୁରାଟର ଅହମ୍ମଦାବାଦ ବିମାନ ଦୁର୍ଘଟଣା କଥା । ତେବେ ବିଳମ୍ବିତ ରାତିରେ ଆମେରିକାରେ ଏହି ବଡ ବିମାନ ଦୁର୍ଘଟଣା ଘଟିଛି । ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ । ବିମାନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡର ଇନ୍ଧନ ଥିଲା । ଦୁର୍ଘଟଣାପରେ ବିମାନଟି ଫର୍ନଭ୍ୟାଲି ରୋଡ୍‌ ଓ ଗ୍ରେଡ ଲେନରେ ଖସି ପଡି ବିସ୍ଫୋରଣ ହୋଇଥିଲା । ତେବେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, UPS ଫ୍ଲାଇଟ୍ 2976 ଲୁଇ ସଭିଲ୍ ରୁ ହୋନୋଲୁଲୁର ଡାନିଏଲ୍ କେ, ଇନୋୟୁ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ ବିମାନଟି ଉଡ଼ାଣ ପାଇଁ ରନୱେ ଛାଡି ମାତ୍ର ୧୭୫ ଫୁଟ ଉଚ୍ଚତାରେ ପହଞ୍ଚିଥିଲା ଏବଂ ତା'ପରେ ଦ୍ରୁତ ଗତିରେ ତଳକୁ ଖସି ଯାଇଥିଲା । ଦୁର୍ଘଟଣାଟି ନଭେମ୍ବର ୪ ତାରିଖରେ ସ୍ଥାନୀୟ ସମୟ ପ୍ରାୟ ୫ଟା ୧୫ ମିନିଟରେ ଘଟିଥିଲା ।

କେଣ୍ଡୁକି ରାଜ୍ୟପାଳ ଆଣ୍ଡି ବେସିଅର ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୧୧ ଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ବିମାନଟି ପ୍ରାୟ ୨୫ ହଜାର ଗ୍ୟାଲନ ଜେଟ୍‌ ଇନ୍ଧନ ବହନ କରୁଥିଲା । ଏହା ଦୁର୍ଘଟଣାର ଗମ୍ଭୀରତାକୁ ବହୁତ ବୃଦ୍ଧି କରିଥିଲା। ଦୁର୍ଘଟଣା ପରେ ଧୂଆଁର ଏକ ମେଘ ଆକାଶକୁ ସ୍ପର୍ଶ କରୁଥିବା ଦେଖାଯାଇଥିଲା। କଳା ମେଘ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ବିମାନ ଦୁର୍ଘଟଣାର ଧୂଆଁ ଅନେକ କିଲୋମିଟର ଦୂରରୁ ଦୃଶ୍ୟମାନ ହେଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America Plane Crash | At least ten people killed after UPS cargo plane crashes in Kentucky | Argus News