Accident News / ଭୟଙ୍କର ଦୁର୍ଘଟଣା: ଦୁଇଟି କାର୍ ଏବଂ ଦୁଇଟି ବାଇକ୍ ଉପରେ ଚଢିଗଲା ମହିନ୍ଦ୍ରା ଏକ୍ସୟୁଭି

Key Points
ପଳାଶୁଣୀ ଛକ ଫୁଟ୍ ଓଭର ବ୍ରିଜ ତଳେ ଦୁର୍ଘଟଣା
ଚା ପିଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର
ଚା ଦୋକାନ ଉପରେ ମାଡ଼ିଗଲା କାର
ଭୁବନେଶ୍ୱରର ପଳାଶୁଣୀ ଛକରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଫୁଟ୍ ଓଭରବ୍ରିଜ୍ ତଳେ ଥିବା ଏକ ଚା’ ଦୋକାନ ଉପରେ ଏସୟୁଭି କାର୍ ମାଡ଼ିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି । ଚା’ ପିଇବା ପାଇଁ ଦୋକାନ ନିକଟରେ ଲୋକମାନେ ଏକାଠି ହୋଇଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ମହିନ୍ଦ୍ରା ଏସୟୁଭିଟି ନିୟନ୍ତ୍ରଣ ହରାଇ ଚା’ ଦୋକାନ ଉପରେ ଚଢ଼ିଯାଇଥିଲା । ଏହାସହ ରାସ୍ତା କଡ଼ରେ ଥିବା ଦୁଇଟି କାର୍ ଓ ଦୁଇଟି ବାଇକ୍ ମଧ୍ୟ ଏହାର ଧକ୍କାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣାରେ ଚାରିଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ମଞ୍ଚେଶ୍ୱର ଥାନାର ଦୁଇଟି ପିସିଆର୍, ପାହାଳ ଥାନାର ଗୋଟିଏ ପିସିଆର୍, ସହିଦନଗର ଥାନାର ଗୋଟିଏ ପିସିଆର୍ ଏବଂ ହାଇୱେ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।
ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ପିସିଆର୍ ଯୋଗେ ଏବଂ ଅନ୍ୟମାନଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ଅନ୍ୟପକ୍ଷରେ, ମଞ୍ଚେଶ୍ୱର ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ିକୁ ଥାନାକୁ ନେଇଛି । ଘଟଣାକୁ ନେଇ ମାମଲା ରୁଜୁ କରାଯାଇ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି ।
📱 Get Argus News App
✨Related Topics
Explore more stories