Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୟାଗଡ଼ରେ ଓଲଟିଲା ବସ, ୨୦ ଗୁରୁତର

Accident

Bus Accident / ନୟାଗଡ଼ରେ ଓଲଟିଲା ବସ, ୨୦ ଗୁରୁତର

Rashmita Mishra
Browse all articles by Rashmita Mishra
·2 days ago·2 min read
ନୟାଗଡ଼ରେ ଓଲଟିଲା ବସ, ୨୦ ଗୁରୁତର
Bus Accident

Key Points

ନୟାଗଡ଼ ବାଲୁଗାଁ ନିକଟ ଖେଡ଼ପଡ଼ା ଠାରେ ବସ ଓଲଟି ୨୦ ଗୁରୁତର
ଭାପୁର ରାକମାରୁ ନୟାଗଡ଼ ଅଭିମୁଖେ ଯାଉଥିଲା ବସ । 
ବସରେ ଥିଲେ ୫୦ ଜଣ ଯାତ୍ରୀ…
ସମସ୍ତ ଆହତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ନୟାଗଡ଼ରେ ଓଲଟିଲା ବସ । ନୟାଗଡ଼ ବାଲୁଗାଁ ନିକଟ ଖେଡ଼ପଡ଼ା ଠାରେ ବସ ଓଲଟି ୨୦ ଜଣ ଗୁରୁତର ହୋଇଛନ୍ତି । ଭାପୁର ରାକମାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଘରୋଇ ବସରେ ୫୦ ଜଣ ଯାତ୍ରୀ ଥିଲେ । ୨୦ ଜଣ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ନୟାଗଡ଼, ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ ବେବି ଖେଡ଼ପଡ଼ା ନିକଟରେ ଭାରସ୍ୟମ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଯାଇଛି ।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହେଇଯାଇଛି। ବସ ନିକଟରେ ଏକ ସାଇକେଲ ପଡିଛି । ସାଇକେଲ ଚାଳକକୁ ବଂଚେଇବାକୁ ଯାଇ ବସ ଭାରସ୍ୟମ ହରାଇ ଓଲଟି ପଡ଼ିଥିବା ଅନୁମାନ କରୁଛି ପୋଲିସ ।

ସେପଟେ ମଙ୍ଗଳବାର ସକାଳୁ ବାଲେଶ୍ଵର-ବାରିପଦା ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଓଭରବ୍ରିଜ ଉପରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ।

ସୂଚନା ଅନୁଯାୟୀ, ବାଇକ ଆରୋହୀ ବେତନଟୀରୁ ବାଲେଶ୍ୱର ପଟକୁ ଯାଉଥିବା ସମୟରେ କୌଣସି ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ତାଙ୍କ ଉପରେ ଚଢି ଯାଇଥିଲା । ତେବେ ଘଟଣା ସ୍ଥଳ ଶୂନଶାନ ଥିବା ସୁଯୋଗ ନେଇ ଟ୍ରକଟି ଘଟଣା ସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରିଥିଲା । ପରେ ଖବର ପାଇ ବୈଶିଙ୍ଗ । ପୁଲିସ ପହଞ୍ଚି ଶବଉଦ୍ଧାର ପୂର୍ବକ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ହେଲେ ଟ୍ରକ ଚାପାରେ ଯୁବକଙ୍କ ମୁହଁ ଓ ଶରୀରସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଯୋଗୁଁ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନି । ତେବେ ଦୁର୍ଘଟଣାଗ୍ରସ୍ତ ବାଇକଟି ଦାନ୍ତିଆମୁହାଁ ଅଞ୍ଚଳର ଦୀନକୃଷ୍ଣ ମହାନ୍ତଙ୍କ ନାମରେ ପଞ୍ଜିକୃତ ଥିବା ଜଣା ପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus Accident | Bus Overturns in Nayagarh, 20 Seriously Injured | Argus News