Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

ଧରାପଡିଲା ଥର୍ , ମାଲିକ ଫେରାର...ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

Smruti Parija
Browse all articles by Smruti Parija
·11 months ago·1 min read
ଧରାପଡିଲା ଥର୍ , ମାଲିକ ଫେରାର...ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

Key Points

ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣା

ଟାୟାର ଜାଳି ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

ମଣିଷ ମରା ଥର୍ ଗାଡିକୁ ଜବତ କଲା ଖଣ୍ଡଗିରି ପୋଲିସ

ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣା । ଟାୟାର ଜାଳି ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ ଓ ପାତ୍ରପଡ଼ାବାସୀ । ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ସେପଟେ ମଣିଷ ମରା ଥର୍ ଗାଡିକୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଅଞ୍ଚଳରୁ ଜବତ କଲା ପୋଲିସ, ଗାଡି ମାଲିକ ଫେରାର ଥିବା ଜଣାପଡିଛି । ଗାଡିକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା ।


ତେବେ ଗତକାଲି ରାସ୍ତା ପାର୍‌ ହେବା ଦୁର୍ଘଟଣାରେ ଚାଲି ଯାଇଥିଲା କୁନି ଝିଅର ଜୀବନ । ମାଆ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ଭୁବନେଶ୍ବର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା । ଥର୍ ଏବଂ ସ୍କର୍ପିଓ ଗାଡି ରେସିଂ ବେଳେ ହୋଇଥିଲା ଏହି ଭୟଙ୍କର ଦୁର୍ଘଟଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
family-members-of-the-deceased-blocked-the-road-by-burning-tires-after-a-girl-died-in-a-thor-scorpio-race | Argus News