Videos
|
Accident

Fire in Apartment / ବୈଷ୍ଣବୀ ପ୍ୟାଲେସ୍ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

Smruti Parija
Browse all articles by Smruti Parija
·11 months ago
ବୈଷ୍ଣବୀ ପ୍ୟାଲେସ୍ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

Key Points

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ଜଳିଗଲା ସବୁ ଟିଭି, ଫ୍ରିଜ

ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଶିଖରଚଣ୍ଡୀ ନିକଟ ବୈଷ୍ଣବୀ ପ୍ୟାଲେସ୍ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ସୂଚନା ରହିଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି । ପରେ ନିଆଁ ତୃତୀୟ ମହଲାକୁ ବ୍ୟାପିଛି । ନିଆଁ ଲିଭାଇବା ପାଇଁ ଜୋରଦାର ଚେଷ୍ଟା କରୁଛି ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ଝରକା ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରହିଛି ।


ସେପଟେ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଟଣା ସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ଉପସ୍ଥିତ ଅଛନ୍ତ । ଘରେ କେହି ନଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁରେ ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡି ପାଉଁସ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Fire in Apartment | fire-breaks-out-in-an-apartment-in-bhubaneswar-argus-news | Argus News