|
logo
Live
Argus News App
GET APP

Argus News - ସର୍ଟ ସର୍କିଟ୍‌ରୁ ଫ୍ରିଜ୍ ବିସ୍ଫୋରଣ; ଚାଲିଗଲା ୨ ଜୀବନ, ଖରା ଦିନେ କରନ୍ତୁନି ଅବହେଳା

Accident

Fridge Blast / ସର୍ଟ ସର୍କିଟ୍‌ରୁ ଫ୍ରିଜ୍ ବିସ୍ଫୋରଣ; ଚାଲିଗଲା ୨ ଜୀବନ, ଖରା ଦିନେ କରନ୍ତୁନି ଅବହେଳା

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ସର୍ଟ ସର୍କିଟ୍‌ରୁ ଫ୍ରିଜ୍ ବିସ୍ଫୋରଣ; ଚାଲିଗଲା ୨ ଜୀବନ, ଖରା ଦିନେ କରନ୍ତୁନି ଅବହେଳା
Fridge Blast Due to Short Circuit Kills 2

Key Points

ରୋଷେଇ ଚାଲିଥିବା ବେଳେ ଫାଟିଲା ଫ୍ରିଜ୍‍ । ମୁହୂର୍ତ୍ତକେ ଚାଲିଗଲା ୨ ଜୀବନ । ଏହି ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଯାହା ଖରା ଦିନେ ଘରୋଇ ଉପକରଣର ବ୍ୟବହାର ଚିନ୍ତା ବଢ଼ାଇ ଦେଇଛି ।
ହାଇଦ୍ରାବାଦ: ଘରେ ଅଘଟଣ । ରୋଷେଇ ଚାଲିଥିବା ବେଳେ ଫାଟିଲା ଫ୍ରିଜ୍‍ । ମୁହୂର୍ତ୍ତକେ ଚାଲିଗଲା ୨ ଜୀବନ । ତେଲଙ୍ଗାନାର ନିର୍ମଳ ଜିଲ୍ଲାର ମହାଲକ୍ଷ୍ମୀୱାଡ଼ାରେ ଫ୍ରିଜ୍ ବିସ୍ଫୋରଣ ହେବାରୁ ୨ ଜଣଙ୍କ ଦେହାନ୍ତ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଯାହା ଖରା ଦିନେ ଘରୋଇ ଉପକରଣର ବ୍ୟବହାର ଚିନ୍ତା ବଢ଼ାଇ ଦେଇଛି ।

ରବିବାର ମହାଲକ୍ଷ୍ମୀୱାଡ଼ାରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ଘରେ ରୋଷେଇ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିଲେ । ସେହି ସମୟରେ ସର୍ଟ ସର୍କିଟ୍ ହୋଇ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଘରେ ଲାଗି ଯାଇଥିଲା ନିଆଁ ।

ଘର ସାରା ନିଆଁ ଓ ଧୂଆଁ ଖେଳି ଯାଇଥିଲା । ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଖବର ପାଇ ସାହି ପଡ଼ିଶା ଦୌଡ଼ି ଆସିଥିଲେ । ଗୁରୁତର ଅବସ୍ଥାରେ ବିଜୟଙ୍କ ସହ ଜଣେ ମହିଳାଙ୍କୁ ମେଡିକାଲ୍ ନେଇ ଯାଇଥିଲେ । ମେଡିକାଲ୍‌ରେ ଚିକିତ୍ସା ବେଳେ ଦୁହିଁଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଫ୍ରିଜ ଉପରେ ଭୁଲରେ ବି ରଖନ୍ତୁନି ଏହିସବୁ; ନଚେତ ହୋଇଯିବ ବଡ଼ କ୍ଷତି

ନିଆଁ ଆୟତ୍ତ

ସ୍ଥାନୀୟ ଲୋକଙ୍କ ଅନୁସାରେ, ଏହି ଦୁର୍ଘଟଣା ହଠାତ୍ ଘଟିଛି । ଫ୍ରିଜ୍ ଫାଟିବା ଫଳରେ ଭୟଙ୍କର ଶବ୍ଦ ହେବା ସହ କେଇ ସେକେଣ୍ଡରେ ନିଆଁ ବ୍ୟାପି ଯାଇଥିଲା । ନିଆଁ ଦେଖି ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି ।

ଫ୍ରିଜ୍ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିଭଳି ଓ କେଉଁ ପରିସ୍ଥିତିରେ ଫ୍ରିଜ୍ ବିସ୍ଫୋରଣ ଘଟିଲା ତାର କାରଣ ପୋଲିସ ଖୋଜୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ଫ୍ରିଜ୍ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ବିଶେଷଜ୍ଞ ଲୋକଙ୍କୁ ସାବଧାନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଖରା ଦିନେ କରନ୍ତୁନି ଅବହେଳା

ବିଶେଷଜ୍ଞଙ୍କ ଅନୁସାରେ, ଖରା ଦିନେ ଫ୍ରିଜ୍ ଓ ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ବେଳେ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର । ଫ୍ରିଜ୍ ପଛ ପାର୍ଶ୍ଵରେ ପବନ ଯିବା ଆସିବା ଲାଗି ପର୍ଯ୍ୟାପ୍ତ ଫାଙ୍କା ସ୍ଥାନ ରଖନ୍ତୁ । ନିୟମିତ ୱେୟାରିଂ ଯାଞ୍ଚ କରନ୍ତୁ । ପୁରୁଣା ଏବଂ ଖରାପ ହୋଇ ଯାଇଥିବା ଉପକରଣ ବ୍ୟବହାର କରନ୍ତୁ ନାହିଁ । ସମୟ ସମୟରେ ଉପକରଣର ସର୍ଭିସିଂ କରାଇ ନିଅନ୍ତୁ । ନହେଲେ ଛୋଟ ଭୁଲ୍ ବଡ଼ ଦୁର୍ଘଟଣାକୁ ବାଟ କଢ଼ାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fridge Blast: ସର୍ଟ ସର୍କିଟ୍‌ରୁ ଫ୍ରିଜ୍ ବିସ୍ଫୋରଣ; ଚାଲିଗଲା ୨ ଜୀବନ, ଖରା ଦିନେ କରନ୍ତୁନି ଅବହେଳା | Argus News