Videos
|
Accident

Road Accident / ଶୀତ ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା, ଗଡ଼ିଲା ମୁଣ୍ଡ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଶୀତ ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା, ଗଡ଼ିଲା ମୁଣ୍ଡ
Road Accident

Key Points

ହଂଶପାଳ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରେଲର
ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ
ମୃତ୍ୟୁ କେତେବେଳେ କାହାକୁ ଏବଂ କେମିତି ଆସିବ ତାହା କିଏ ବା କହିବ। କୁହାଯାଏ ଦୁନିଆରେ ସବୁ ମିଛ ହେଲେ ବି ଗୋଟିଏ ଜିନିଷ ନିହାତି ସତ ତାହା ହେଉଛି ମୃତ୍ୟୁ। ଆଜିବି ରାଜଧାନୀରେ ଗଲା ଆଉ ଜଣଙ୍କ ଜୀବନ। ହଂଶପାଳ ଓଭରବ୍ରିଜ ଉପରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରେଲର । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିଥିବାବେଳେ ତାଙ୍କ ନା ଦିଲ୍ଲୀପ। ତାଙ୍କ ଘର ସାଲିଆ ସାହିରେ । ଦିଲ୍ଲୀପ ରଙ୍ଗ ମିସ୍ତ୍ରୀ ହୋଇଥିବାବେଳେ ଅନ୍ୟ ଜଣେ ବନ୍ଧୁଙ୍କ ସହ ଫୁଲ ନଖରା କାମ କରିବାକୁ ଯାଇଥିଲେ।

ଫେରିବାବେଳେ ତାଙ୍କୁ ପଛରୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଯାଇଥିଲା ଟ୍ରେଲର। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀପଙ୍କ ପଛରେ ବସିଥିବା ତାଙ୍କ ବନ୍ଧୁ ବାଇକରୁ ଛିଟିକି ପଡ଼ିଥିବା ଜଣାପଡ଼ିଛି। ତାଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ ।ଖବରପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଦିନକୁ ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଯାହାକୁ ନେଇ ଚିନ୍ତା ବଢ଼ୁଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ଆବଶ୍ୟକ ହୋଇପଡ଼ୁଛି।

ଏଇ କିଛିଦିନ ତଳେ ଆପଣ ଦେଖିଥିବେ କେମିତି ଜଣେ ସାମ୍ୱାଦିକାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କାଳ ସାଜିଥିଲା ଜାତୀୟ ରାଜପଥରେ ପଡ଼ିଥିବା ବାଲି । ରାସ୍ତାରେ ପଡ଼ିଥିବା ବାଲି ଯୋଗୁ ୨ ମହିଳାଙ୍କ ଜୀବନ ଯାଇଛି । ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଜମାଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍‌ । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ମହାଯୁଦ୍ଧର ଅୟଂ ଆରମ୍ଭ: ଲକ୍ଷ ଲକ୍ଷ ଲୋକ ମରିଯିବେ, ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହିଳା ସାମ୍ବାଦିକ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହା ଏତେ ଗୁରୁତର ଥିଲା ଯେ, ସ୍କୁଟିଟି ପ୍ରାୟ ୨୦ ମିଟର ଘୋଷାଡ଼ି ହୋଇଯାଇଥିଲା । ଫଳସ୍ୱରୂପ, ଶୀଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପିପିଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:


Related Topics

Explore more stories

Road Accident | Hansapal Overbridge Road Accident one dead | Argus News | Argus News