Videos
|
Accident

Road Accident / ଦୁର୍ଗା ମୂର୍ତ୍ତି ଗାଡ଼ିକୁ ଧକ୍କା ଦେଲା ଟ୍ରକ: ୭ ଜଣଙ୍କର ମୃତ୍ୟୁ, ୧୯ ଆହତ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଦୁର୍ଗା ମୂର୍ତ୍ତି ଗାଡ଼ିକୁ ଧକ୍କା ଦେଲା ଟ୍ରକ: ୭ ଜଣଙ୍କର ମୃତ୍ୟୁ, ୧୯ ଆହତ
Road Accident

Key Points

ଭୟଙ୍କର ଦୁର୍ଘଟଣା ନେଲା ୭ ଜୀବନ
ଥମୁନି ସଡ଼କ ଦୁର୍ଘଟଣା, ୧୯ ଆହତ
ପୁଣି ଏକ ସଡ଼କ ଦୁର୍ଘଟଣା ନେଲା ୭ ଜୀବନ। ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶେଗାଓଁରୁ ଭକ୍ତମାନଙ୍କୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନେଇ ଯାଉଥିବା ଏକ ପିକଅପ୍ ଟେମ୍ପୋକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଭକ୍ତମାନେ ବୁଲଢାନା ଜିଲ୍ଲାର ଶେଗାଓଁରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଧରି ୱାର୍ଦ୍ଧା ଫେରୁଥିଲେ। ପ୍ରାୟ ୧୨:୪୫ ସମୟରେ, ଧାମନଗାଓଁ ରେଳ ଷ୍ଟେସନ ନିକଟରେ ସମୃଦ୍ଧି ଏକ୍ସପ୍ରେସୱେର ଚ୍ୟାନେଲ ୯୭ରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।''

ଧକ୍କାର ଶବ୍ଦ ଶୁଣି ପାଖ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଧାମନଗାଓଁ ରେଳବାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପିକଅପ୍‌ରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଧାମନଗାଓଁ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା।''

.କଣ କହିଲା ପୋଲିସ ?

ଅମରାବତୀ ଗ୍ରାମୀଣ ପୋଲିସ ଅଧିକ୍ଷକ ନିକେତନ କଦମ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ, ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଚାରିରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର କରାଯାଇଛି। ବାକି ୧୪ ରୁ ୧୫ ଜଣଙ୍କର ସାମାନ୍ୟ ଆଘାତ ଲାଗିଛି ଏବଂ ସେମାନେ ବିପଦମୁକ୍ତ ଅଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି, ଏକ ମାମଲା ପଞ୍ଜିକରଣ କରିଛି ଏବଂ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜଣଙ୍କ ଜୀବନ, ୪ ଗୁରୁତର ଆହତ

ଦୁର୍ଘଟଣା ପରେ ଏହି ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ହଟାଇବା ପରେ ଏହାକୁ ପୁନଃସ୍ଥାପିତ କରାଯାଇଥିଲା। ପୋଲିସ ଏକ ମାମଲା ପଞ୍ଜିକରଣ କରିଛି ଏବଂ ଦୁର୍ଘଟଣାର କାରଣ ତଦନ୍ତ କରୁଛି। ସେପଟେ ମୃତକଙ୍କ ପରିବାର ଲୋକେ ଏ ଖବର ପାଇଁ ଭାଙ୍ଗି ପଡ଼ିଛନ୍ତି। କାନ୍ଦ ବୋବାଳିରେ ଘର ଭାଙ୍ଗିପଡୁଛି।''

ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:

Related Topics

Explore more stories